Advertisment

ପୁଣି କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ଜୁନିୟର ଡାକ୍ତର, ଚିନ୍ତାରେ ସରକାର

ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଦାବିରେ ଜୁନିୟର ଡାକ୍ତରମାନେ ୪୨ ଦିନ ଧରି ବିକ୍ଷୋଭ କରିଥିଲେ। ଏହାପରେ ସେପ୍ଟେମ୍ବର ୨୧ରୁ ଆଂଶିକ ଭାବେ ସେମାନେ କାର୍ଯ୍ୟରେ ଯୋଗ ଦେଇଥିଲେ

Doctor

Doctor

Advertisment

ପଶ୍ଚିମବଙ୍ଗର ଜୁନିୟର ଡାକ୍ତରମାନେ ସେମାନଙ୍କ ଅନିର୍ଦ୍ଦିଷ୍ଟ ଓ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପୁଣି ଆରମ୍ଭ କରିଛନ୍ତି। ସରାକାର ପୂର୍ବ ଆନ୍ଦୋଳନ ପ୍ରତ୍ୟାହାର ବେଳେ ଦେଇଥିବା ଦାବିଗୁଡ଼ିକୁ ପୂରଣ କରୁ ନଥିବାରୁ ସେମାନେ ଏପରି ପଦକ୍ଷେପ ନେଇଛନ୍ତି। ସେମାନେ ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ସହ ବିଭିନ୍ନ ଦାବି ଉପସ୍ଥାପନ କରି ଆସୁଛନ୍ତି। ହେଲେ ସେଗୁଡ଼ିକ ଏଯାଏ ପୂରଣ ହୋଇନି। 

Advertisment

ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଦାବିରେ ଜୁନିୟର ଡାକ୍ତରମାନେ ୪୨ ଦିନ ଧରି ବିକ୍ଷୋଭ କରିଥିଲେ। ଏହାପରେ ସେପ୍ଟେମ୍ବର ୨୧ରୁ ଆଂଶିକ ଭାବେ ସେମାନେ କାର୍ଯ୍ୟରେ ଯୋଗ ଦେଇଥିଲେ। ଏବେ ସେମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଅଙ୍କିତ ମାହାତୋ ନାମକ ଜଣେ ଆନ୍ଦୋଳନରତ ଜୁନିୟର ଡାକ୍ତର କହିଛନ୍ତି, “ସୁରକ୍ଷା ସମ୍ପର୍କିତ ଆମ ଦାବିକୁ ପୂରଣ କରିବା ଦିଗରରେ ରାଜ୍ୟ ସରକାର କୌଣସି ସକାରାତ୍ମକ ପଦକ୍ଷେପ ନେବା ଭଳି ଆମେ ଦେଖିବାକୁ ପାଉନୁ। ଆଜି ଆନ୍ଦୋଳନ ୫୨ ଦିନରେ ପହଞ୍ଚିଥିବା ବେଳେ ଆମେ ଏବେ ବି ଆକ୍ରମଣର ଶିକାର ହେଉଛୁ।

Advertisment

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବୈଠକ କରିବା ବେଳେ ଆମକୁ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକୁ ପୂରଣ କରାଯାଉ ନାହିଁ। ଏପରି ଏକ ସ୍ଥିତିରେ ଆମ ପାଖରେ ସଂପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଛଡ଼ା ଆଉ କିଛି ଉପାୟ ନାହିଁ।”

ଅତିରିକ୍ତ ଭାବେ ଜୁନିୟର ଡାକ୍ତରମାନେ ଏକାଠି ହୋଇ କଲେଜ ଛକ ଠାରୁ କେନ୍ଦ୍ରୀୟ କୋଲକାତାର ଏସପ୍ଲାନେଡ ଯାଏ ବୁଧବାର ବିକ୍ଷୋଭ ଶୋଭାଯାତ୍ରାର ଡାକରା ଦେଇଛନ୍ତି। ଏଥିରେ ସାଧାରଣ ଲୋକଙ୍କୁ ସାମିଲ ହେବାକୁ ଆହ୍ୱାନ କରାଯାଇଛି।

ଏହାବାଦ ସେମାନେ ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସିବିଆଇ କରୁଥିବା ବିଳମ୍ବକୁ ନେଇ ମଧ୍ୟ ନିଜର ଅସହାୟତା ପ୍ରକାଶ କରିଛନ୍ତି। ସେମାନଙ୍କ କହିବା କଥା ଯେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟଲ ପୀଡ଼ିତାଙ୍କୁ ତ୍ୱରିତ ନ୍ୟାୟ ଦିଆଯାଉ।

ଜୁନିୟର ଡାକ୍ତରଙ୍କ ସଂପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁ ଆଜି ବେଙ୍ଗଲର ସବୁ ହସ୍ପିଟାଲରେ ରୋଗୀ ସେବା ପ୍ରଭାବିତ ହୋଇଛନ୍ତି। ସିନୟର ଡାକ୍ତରମାନଙ୍କୁ ଆରପିଡି, ଓପିଡି ଓ ଜରୁରୀ ସେବାରଆ ନିୟୋଜିତ କରାଯାଇଛି।

West Bengal Doctor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe