/odisha-reporter/media/post_attachments/uploadimage/library/16_9/16_9_0/SP_Baghel__1684415250.jpg)
SP Baghel
ଆଇନ ମନ୍ତ୍ରୀ ପଦରୁ କରିଣ ରିଜିଜୁଙ୍କ ହଟା ଯିବାର କିଛି ଘଣ୍ଟା ପରେ ତାଙ୍କ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ପି ବାଘେଲଙ୍କୁ ମଧ୍ୟ ବଦଳି କରାଯାଇଛି। ଏବେ ପ୍ରଫେସର ବାଘେଲ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜୁନିୟର ମନ୍ତ୍ରୀ ଭାବେ କାମ କରିବେ। ମନସୁଖ ମାଣ୍ଡଭୀୟ ସ୍ୱାସ୍ଥ୍ୟ ଓ ପରିବାରର କଲ୍ୟାଣ ମନ୍ତ୍ରୀ ଭାବେ କାମ କରୁଛନ୍ତି। ପ୍ରଫେସର ବାଘେଲ ଏହି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି।
ଆଜି କରିଣ ରିଜିଜୁଙ୍କୁ ଆଇନ ମନ୍ତ୍ରଣାଳୟରୁ ହଟାଇ ଦିଆଯାଇଥିଲା। ଏହାପରେ ଅର୍ଜୁନ ରାମ ମେଘୱାଲ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସହ ସ୍ୱାଧୀନ ଦାୟିତ୍ୱ ପାଇଥିଲେ। ନିୟମ ଅନୁସାରେ ରାଷ୍ଟ୍ରମନ୍ତ୍ରୀ ସହ ସ୍ୱାଧୀନ ଦାୟିତ୍ୱ ପାଇଥିବା ଜଣେ ମନ୍ତ୍ରୀଙ୍କ ଅଧୀନରେ ଥିବା ମନ୍ତ୍ରଣାଳୟରେ କୌଣସି ଡେପୁଟି ରହିପାରିବେ ନାହିଁ।
ତେଣୁ ଆଇନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିବା ପ୍ରଫେସର ବାଘେଲଙ୍କ ବଦଳି ହେବା ସୁନିଶ୍ଚିତ ଥିଲା। ଏବେ ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶକ୍ରମେ ପ୍ରଫେସର ଏସ୍ପି ସିଂହ ବାଘେଲଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।
କିରଣ ରିଜଜୁଙ୍କ ହାତରୁ ଆଜି ଆଇନ ମନ୍ତ୍ରାଳୟ କାଢ଼ି ନିଆଯାଇଥିବା ବେଳେ ତାଙ୍କୁ ଭୂ-ବିଜ୍ଞାନ ମନ୍ତ୍ରାଳୟ ଦିଆଯାଇଛି। କିରଣ ରିଜିଜୁ ଅରୁଣାଚଳ ପ୍ରଦେଶର ପଶ୍ଚିମ ଲୋକସଭା ସିଟ୍ରୁ ବିଜେପି ସାଂସଦ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
