Advertisment

ରେସ୍କ୍ୟୁ ଅପରେସନ୍‌ରେ ବାଧା: ଫଶିଲା ଅଗର ମେସିନ, ହାତରେ ଖୋଳା ଚାଲିଛି

୪୭ ମିଟର ଖନନ କାର୍ଯ୍ୟ ଶେଷ ହୋଇଛି। ଆଉ ୧୦ମିଟର ଖନନ କରିବାକୁ ପଡ଼ିବ।

author-image
Madhupriya Mistry
ଅଦ୍ୟତନ ହୋଇଛି
Uttarkashi tunnel rescuq operation

Uttarkashi tunnel rescuq operation

ଉତ୍ତରକାଶୀର ଟନେଲ ତଳେ ଦୀର୍ଘ ୧୪ ଦିନ ହେଲା ଫଶିଛନ୍ତି ୪୧ ଶ୍ରମିକ। ଏମାନଙ୍କୁ ଉଦ୍ଧାର କରିବା ପାଇଁ ଚାଲିଛି ପ୍ରାଣମୂର୍ଛା ଉଦ୍ୟମ। ତଥାପି ଶ୍ରମିକଙ୍କ ପାଖରେ ପହଞ୍ଚି ପାରୁନି ରେସ୍କ୍ୟୁ ଟିମ। ରେସ୍କ୍ୟୁ ଅପରେସନ୍‌ରେ ଏବେ ବାଧା ଉପୁଜିଛି। ଫଶି ଯାଇଛି ଅଗର ମେସିନ୍‌। ଫଳରେ ଉଦ୍ଧାରକାରୀ ଦଳ ନାକେଦମ୍‌ ହୋଇଛନ୍ତି।

Advertisment

ଅଗର ମେସିନ ସାହାଯ୍ୟରେ ଧସିଥିବା ମାଟିକୁ ଡ୍ରିଲ କରି ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ଉଦ୍ଧାରକାରୀ ଦଳ ଉଦ୍ୟମ ଚଳାଇ ଥିବା ବେଳେ ପଣି ବାଧକ ସାଜିଛି ଲୁହା ଛଡ଼। ଅଗର ମେସିନ ଆଗରେ ଲୁହାଛଡ଼ ପଡ଼ିବାରୁ ରେସ୍କୁ ଅପରେସନରେ ବାଧା ସୃଷ୍ଟି ହୋଇଛି। କେବଳ ଲୁହା ଛଡ଼ ନୁହେଁ, କିଛି ଧାତବ ପଦାର୍ଥ ପଡ଼ିବାରୁ ଅଗର ମେସିନଟି ଅଧାରେ ଅଟକି ରହିଛି। କ୍ରମାଗତ ତୃତୀୟ ଥର ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତେଣୁ ବିକଳ୍ପ ବାଟ ବାଛିଛନ୍ତି ଉଦ୍ଧାରକାରୀ ଦଳ। ହାତୁଡି ସାହାଯ୍ୟରେ ହାତରେ ଖୋଳା ଚାଲିଛି। ସେହିପରି ଟନେଲ ଉପର ପଟୁ ଡ୍ରିଲିଂ ଆରମ୍ଭ ହୋଇଛି।

ଏନଡିଆରଏଫ କର୍ମଚାରୀମାନେ ପାରମ୍ପରିକ ଉପାୟରେ ହାତରେ ଡ୍ରିଲ କରୁଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ଅଧିକାରୀମାନେ ଶନିବାର ଏହି ସୂଚନା ଦେଇଛନ୍ତି। ଡ୍ରିଲିଂ ପଥରେ ବାରମ୍ବାର ଆସୁଥିବା ପ୍ରତିବନ୍ଧକ ଯୋଗୁଁ ବର୍ତ୍ତମାନ ଏନଡିଆରଏଫ କର୍ମଚାରୀମାନେ ନିଜେ ପାଇପ ଲାଇନକୁ ଓହ୍ଲାଇ (ଯାହା ଶ୍ରମିକଙ୍କ ନିକଟତର ହୋଇଛି) ହାତରେ ମାନୁଆଲି ଖୋଲିବା ଆରମ୍ଭ କରିଛନ୍ତି। ଧାତବ ପଦାର୍ଥ ହଟାଇବାକୁ ହାତରେ ଖୋଳାଯିବାକୁ ନିଷ୍ପତ୍ତି ନିଆଯାଇଛି।

Advertisment

୪୭ ମିଟର ଖନନ କାର୍ଯ୍ୟ ଶେଷ ହୋଇଛି। ଆଉ ୧୦ମିଟର ଖନନ କରିବାକୁ ପଡିବ। ଏଥିପାଇଁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏଜେନ୍ସିର କର୍ମଚାରୀମାନେ ହାତୁଡ଼ି, ସାବଳ, ଗ୍ୟାସ କଟର ମେଶିନ ଏବଂ ସାଧାରଣ ଉପକରଣ ପରି ଡ୍ରିଲିଂ ପାଇଁ ବ୍ୟବହୃତ ପାରମ୍ପାରିକ ଉପକରଣ ସହିତ ଖୋଳିବା ଆରମ୍ଭ କରିଛନ୍ତି। ପାଇପ ରାସ୍ତାରେ ଆସୁଥିବା ପ୍ରତିବନ୍ଧକକୁ ଏଥିର ହାଟାଯିବ। ଏହା ବହୁତ କଠିନ ପରିଶ୍ରମ ହେବ ଏବଂ ବହୁତ ସମୟ ନେଇପାରେ। ତଥାପି, ଏଥିରେ ସଫଳତାର ଆଶା ରହିଛି ବୋଲି NDRF ସେକେଣ୍ଡ ଇନ୍ କମାଣ୍ଡଙ୍କ ସୂଚନା ଦେଇଛନ୍ତି।

ସେପଟେ ଟନେଲ୍ ବାହାରେ ଆମ୍ବୁଲାନସ୍ ଓ ମେଡିକାଲ୍ ଟିମ୍ ସଜାଗ ରହିଛି। ଶ୍ରମିକ ମାନେ ବାହାରିବା କ୍ଷଣି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ। ଗତ ୧୪ ଦିନ ଧରି ଚାଲିଛି ରେସ୍କ୍ୟୁ ଅପରେସନ୍। ଟନେଲ୍ ତଳେ ଜୀବନ ବଞ୍ଚାଇବାକୁ ଚାଲିଛି ଉଦ୍ୟମ। ଏହି ଟନେଲ ନିର୍ମାଣ କାର୍ଯ୍ୟରେ ସାମିଲ ଥିବା ୮ଟି ରାଜ୍ୟର ୪୧ ଜଣ ଶ୍ରମିକ ଫଶିରହିଛନ୍ତି । ଯେଉଁଥିରେ ଝାରଖଣ୍ଡର ସର୍ବାଧିକ ୧୫ଜଣ, ଉତ୍ତରପ୍ରଦେଶର ୮ଜଣ, ଓଡ଼ିଶାର ୫ଜଣ, ବିହାରର ୫ଜଣ, ଆସାମର ୨ଜଣ, ଉତରାଖଣ୍ଡର ୨ଜଣ ଓ ପଶ୍ଚିମବଙ୍ଗର ୩ଜଣ, ହିମାଚଳ ପ୍ରଦେଶର ଜଣେ ଶ୍ରମିକ ସାମିଲ ଅଛନ୍ତି।

Tunnel Collapses In Uttarakhand Uttarkashi Rescue Operation