Advertisment

ଇସ୍ତଫା ଦେଲେ ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ; ରାଜନୀତିରେ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା

ଜଷ୍ଟିସ ଗଙ୍ଗୋପାଧ୍ୟାୟ ଆଜି ସକାଳେ ହାଇକୋର୍ଟରେ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ସେ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଏନ ଚନ୍ଦ୍ରଚୂଡ଼ ଓ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଟି.ଏସ୍‌ ଶିବଙ୍ଗନମ୍‌ଙ୍କ ନିକଟକୁ ପଠାଇ ଦେଇଛନ୍ତି।

ଅଦ୍ୟତନ ହୋଇଛି
justice-abhijit-gangopadhyay

justice-abhijit-gangopadhyay

Advertisment

ଦୀର୍ଘ ଦିନର ଚର୍ଚ୍ଚା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ । ଜଷ୍ଟିସ ଗଙ୍ଗୋପାଧ୍ୟାୟ ରାଜନୀତିରେ ପାଦ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ମଧ୍ୟରେ ସେ ନିଜ ଇସ୍ତଫା ପ୍ରଦାନ କରିଛନ୍ତି। ଆଜି ଅପରାହ୍ନରେ ନିଜ ଭବିଷ୍ୟତ ଯୋଜନା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବେ ବୋଲି କହିଛନ୍ତି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ।

Advertisment

ଜଷ୍ଟିସ ଗଙ୍ଗୋପାଧ୍ୟାୟ ଆଜି ସକାଳେ ହାଇକୋର୍ଟରେ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ସେ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଏନ ଚନ୍ଦ୍ରଚୂଡ଼ ଓ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଟି.ଏସ୍‌ ଶିବଙ୍ଗନମ୍‌ଙ୍କ ନିକଟକୁ ପଠାଇ ଦେଇଛନ୍ତି।

ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କ କାର୍ଯ୍ୟକାଳ ଆହୁରି ୫ ମାସ ବାକିଥିବା ବେଳେ ସେ ଆଜି ଇସ୍ତଫା ଦେବା ଘଟଣାକୁ  ତାଙ୍କ ସହକର୍ମୀମାନେ ସହଜେ ହଜମ କରି ପାରୁ ନାହାନ୍ତି। ଜଷ୍ଟିସ ଗଙ୍ଗୋପାଧ୍ୟାୟ ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରି ପୁଣି ଥରେ କୋର୍ଟକୁ ଫେରନ୍ତୁ ବୋଲି ସେମାନେ ତାଙ୍କୁ ଅନୁରୋଧ କରିଛନ୍ତି । ମାତ୍ର ଜୀବନରେ ଆଗକୁ ବଢ଼ିବା ସହ ଆହୁରି ବହୁ କାମ କରିବାକୁ ବାକି ଥିବା କହିଛନ୍ତି ଜଷ୍ଟିସ ଗଙ୍ଗୋପାଧ୍ୟାୟ ।

Advertisment

ଜଷ୍ଟିସ ଗଙ୍ଗୋପାଧ୍ୟାୟ ପଶ୍ଚିମବଙ୍ଗର ଶାସକ ଦଳ ଟିଏମସିକୁ ଧନ୍ୟବାଦ ଜଣାଇଛନ୍ତି, ଯିଏ ତାଙ୍କୁ ବାରମ୍ବାର ରାଜନୈତିକ କ୍ଷେତ୍ରରେ ପ୍ରବେଶ କରିବାକୁ ଚ୍ୟାଲେଞ୍ଜ ଦେଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କେଉଁ ଦଳରୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ସେ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ସେ ଭାରତୀୟ ଜନତା ପାର୍ଟି (ବିଜେପି), କଂଗ୍ରେସ କିମ୍ବା ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) (ସିପିଏମ)ରେ ଯୋଗ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।

ଜଷ୍ଟିସ ଅଭିଜିତ ୨୦୧୮ ମସିହାରେ ହାଇକୋର୍ଟରେ ଯୋଗ ଦେଇଥିଲେ, ଆସନ୍ତା ୫ ମାସ ମଧ୍ୟରେ ଅର୍ଥାତ୍ ୨୦୨୪ ଅଗଷ୍ଟରେ ସେ ଅବସର ଗ୍ରହଣ କରିଥାନ୍ତେ।

ଚଳିତ ବର୍ଷ ଜାନୁଆରୀରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୌମେନ ସେନଙ୍କ ସହ ତାଙ୍କର ନ୍ୟାୟିକ ବିବାଦ ଦେଖାଦେଇଥିଲା। ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ପଶ୍ଚିମବଙ୍ଗରେ ଜାତିଗତ ପ୍ରମାଣପତ୍ର ଦୁର୍ନୀତି ଓ ମେଡିକାଲ କଲେଜରେ ନାମଲେଖାରେ ଅନିୟମିତତା ଅଭିଯୋଗର ସିବିଆଇ ତଦନ୍ତ ଉପରେ ରୋକ ଲଗାଇବା ପରେ ଦୁଇ ବିଚାରପତିଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା।

ଏହାବ୍ୟତୀତ ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଭୂମିକାକୁ ନେଇ ଜଷ୍ଟିସ ଗଙ୍ଗୋପାଧ୍ୟାୟ ଏକ ସ୍ଥାନୀୟ ବଙ୍ଗଳା ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାର ମଧ୍ୟ ତାଙ୍କୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାଉପରେ ସୁପ୍ରିମକୋର୍ଟ ମଧ୍ୟ କଡ଼ା ମନ୍ତବ୍ୟ ଦେଇଥିଲେ ଏବଂ ବିଚାରପତିମାନଙ୍କର ଟିଭି ଚ୍ୟାନେଲଗୁଡ଼ିକୁ ସାକ୍ଷାତକାର ଦେବାର ଅଧିକାର ନାହିଁ ବୋଲି କହିଥିଲେ ।

West Bengal Calcutta High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe