Advertisment

Justice Surya Kant : ୫୩ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସୂର୍ଯ୍ୟ କାନ୍ତ

ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ସୂର୍ଯ୍ୟକାନ୍ତ ପ୍ରାୟ ୧୫ ମାସ କାର୍ଯ୍ୟ କରିବେ। ତାଙ୍କ କାର୍ଯ୍ୟକାଳ ୨୦୨୭ ମସିହା ଫେବୃଆରୀ ୯ରେ ଶେଷ ହେବ। ଆଜି ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋନୀୟତାର ଶପଥ ପାଠ କରାଇଛନ୍ତି।

author-image
Hemant Lenka
Justice Surya Kant

ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ଶପଥ ପାଠ ଉତ୍ସବ

ଭାରତର ୫୩ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ସୁପ୍ରିମକୋର୍ଟ(Supreme Court)ର ବରିଷ୍ଠ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ। ରବିବାର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ ବିଆର ଗବାଇଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ତାଙ୍କ ସ୍ଥାନରେ ଆଜି(ସୋମବାର) ଜଷ୍ଟିସ ସୂର୍ଯ୍ୟ କାନ୍ତ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେଇଛନ୍ତି। 
ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ସୂର୍ଯ୍ୟକାନ୍ତ ପ୍ରାୟ ୧୫ ମାସ କାର୍ଯ୍ୟ କରିବେ। ତାଙ୍କ କାର୍ଯ୍ୟକାଳ ୨୦୨୭ ମସିହା ଫେବୃଆରୀ ୯ରେ ଶେଷ ହେବ। ଏହି ସମୟରେ ତାଙ୍କୁ ୬୫ ବର୍ଷ ବୟସ ହୋଇଯିବ। ତେଣୁ ସେ ଅବସର ଗ୍ରହଣ କରିବେ। ଆଜି ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋନୀୟତାର ଶପଥ ପାଠ କରାଇଛନ୍ତି। 

Advertisment

ଏହି କାର୍ଯ୍ୟକ୍ରମରେ ଉପ ରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ରାଜନାଥ ସିଂହ, ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଯାଏ ବହୁ କେନ୍ଦ୍ରମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ବିଦାୟୀ ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗବାଇ ମଧ୍ୟ ଆଜି ଉପସ୍ଥିତ ରହି ଜଷ୍ଟିସ କାନ୍ତଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। 

୧୯୬୨ ମସିହା ଫେବୃଆରୀ ୧୦ରେ ହରିୟାଣର ହିର୍ସା ଜିଲ୍ଲାର ଗୋଟିଏ ମଧ୍ୟବିତ୍ତ ପରିବାରେ ଜନ୍ମ ଗ୍ରହଣ କରିଥିଲେ ଜଷ୍ଟିସ ସୂର୍ଯ୍ୟ କାନ୍ତି। ହିର୍ସା ଭଳି ଛୋଟିଆ ସହରରେ ଆଇନର ଅଭ୍ୟାସ ଆରମ୍ଭ କରିଥିବା ଜଷ୍ଟିସ ସୂର୍ଯ୍ୟ କାନ୍ତ ପରବର୍ତ୍ତୀ ଅବସ୍ଥାରେ ଦେଶର ସର୍ବୋଚ୍ଚ ନ୍ୟାୟଳରେ ପହଞ୍ଚିଥିଲେ। ୨୦୧୧ରେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ସେ ଆଇନ ପାଠ୍ୟକ୍ରମରେ ମାଷ୍ଟର ଡିଗ୍ରୀ ହାସଲ କରିପାରିଥିଲେ।

Advertisment

ସୁପ୍ରିମକୋର୍ଟକୁ ପଦୋନ୍ନତି ମିଳିବା ପୂର୍ବରୁ ସେ ୨୦୧୮ ମସିହା ଅକ୍ଟୋବର ୫ରୁ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ। ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଥିବା ବେଳେ ସେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। 

ସୁପ୍ରିମକୋର୍ଟ ବିଚାରପତି ଭାବେ ସେ ସାମ୍ବିଧାନିକ ଓ ଜାତୀୟ ସୁରକ୍ଷା ପ୍ରସଙ୍ଗ ସହ ଜଡ଼ିତ ଅନେକ ଐତିହାସିକ ରାୟ ଦେଇଛନ୍ତି। ଏହା ମଧ୍ୟରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ନାଗରିକତ୍ୱ ଅଧିକାର, ବାକ ସ୍ୱାଧୀନତା ଓ ନିର୍ବାଚନ ସଂସ୍କାର ସହ ଜଡ଼ିତ ରାୟ ରହିଛି। ଉପନିବେଶ ଯୁଗର ଦେଶଦ୍ରୋହ ଆଇନକୁ ରଦ୍ଦ କରିଥିବା ଖଣ୍ଡପୀଠରେ ଜଷ୍ଟିସ କାନ୍ତ ରହିଥିଲେ।

ଏସ୍‌ଆଇଆର ପରେ ବିହାର ଭୋଟର ତାଲିକାରୁ ବାଦ ପଡ଼ିଥିବା ୬୫ ଲକ୍ଷ ଲୋକଙ୍କ ନାଁ ସାର୍ବଜନୀନ କରିବାକୁ ଜଷ୍ଟିସ କାନ୍ତଙ୍କ ଖଣ୍ଡପୀଠ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। 


ଲିଙ୍ଗଗତ ନ୍ୟାୟ ଓ ତୃଣମୂଳ ସ୍ତରରେ ଗଣତାନ୍ତ୍ରିକ ପରମ୍ପରାକୁ ବଜାୟୀ ରଖିବା ପାଇଁ ସେ ବେଆଇନ ଭାବେ ପଦଚ୍ୟୁତ ହୋଇଥିବା ଜଣେ ମହିଳା ସରପଞ୍ଚଙ୍କୁ ପୁଣି ନିଜ ପଦରେ ଅବସ୍ଥାପିତ କରିଥିଲେ।

ବାର୍‌ ଆସୋସିଏସନର ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବାକୁ ମଧ୍ୟ ଜଷ୍ଟିସ କାନ୍ତ ତାଙ୍କ ରାୟ ଜରିଆରେ ନିର୍ଦ୍ଦେଶ ଦେଇଥିଲେ। ପ୍ରତିରକ୍ଷା କର୍ମଚାରୀଙ୍କ ୱାନ ରାଙ୍କ ୱାନ ପେନସନ ଯୋଜନାକୁ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିବା ଖଣ୍ଡପୀଠରେ ଜଷ୍ଟିସ କାନ୍ତ ରହିଥିଲେ। 

Supreme Court