Advertisment

କେନ୍ଦ୍ର ମନ୍ତ୍ରୀରୁ ମଡେଲ୍‌, ଫ୍ୟାଶନ ଶୋ'ରେ ସିନ୍ଧିଆଙ୍କ ଜଲଓ୍ୱା

ଏହି ଦୁଇ ମନ୍ତ୍ରୀଙ୍କ ରାମ୍ପ ଓ୍ୱକ୍‌ କରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

jyotiraditya-scindia-and-sukanta-majumdar

jyotiraditya-scindia-and-sukanta-majumdar

Advertisment

କେନ୍ଦ୍ର ମନ୍ତ୍ରୀରୁ ମଡେଲ୍‌। ଫ୍ୟାଶନ ଶୋ'ରେ ଭାଗ ନେଲେ ମୋଦି ସରକାରଙ୍କ ମନ୍ତ୍ରୀ। ରାମ୍ପ ଓ୍ୱକ୍‌ରେ ଜଲଓ୍ୱା ଦେଖାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ତାଙ୍କ ସହ ରାଜ୍ୟ ମନ୍ତ୍ରୀ ସୁକାନ୍ତ ମଜୁମ୍‌ଦାର ମଧ୍ୟ ରାମ୍ପ ଓ୍ୱକ୍‌ କଲେ। ଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆୟୋଜିତ ଚାଲିଥିବା ଅଷ୍ଟଲକ୍ଷ୍ମୀ ମହୋତ୍ସବ ସମୟରେ ଫ୍ୟାଶନ ଶୋ'ରେ ଭାଗ ନେଇ ଏହି ଦୁଇ ମନ୍ତ୍ରୀ ସମସ୍ତଙ୍କୁ ଚକିତ କରିଦେଇଛନ୍ତି।

Advertisment

ନର୍ଥଇଷ୍ଟ ଫ୍ୟାଶନକୁ ପ୍ରମୋଟ କରିବା ପାଇଁ ସିନ୍ଧିଆ ଓ ମଜୁମଦାର ନର୍ଥଇଷ୍ଟ ଷ୍ଟାଇଲ୍‌ର ଜ୍ୟାକେଟ୍‌ ପିନ୍ଧି ରାମ୍ପ ଉପରେ ଚାଲିଥିଲେ। ସେମାନେ କୌଣସି ମଡେଲ୍‌ ଠାରୁ କମ୍‌ ନଥିଲେ। ଭଭୟଙ୍କ ବେଶ୍‌ ଷ୍ଟାଇଲିସ୍‌ ଅନ୍ଦାଜରେ ଦେଖିବାକୁ ମିଳିଥିଲା। ତାଙ୍କ ଚାଲି ଦେଖି ସମସ୍ତେ ଘାଇଲା ହୋଇଯାଇଥିଲେ।

କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏକ ଫ୍ୟାଶନେବଲ୍ କ୍ରିମ୍ ରଙ୍ଗର ଜ୍ୟାକେଟ୍‌ ପିନ୍ଧିଥିଲେ। ତାଙ୍କ ବେକରେ ଏକ ଲାଲ ରଙ୍ଗର ମଫଲର ଥିଲା। ଏଥିସହିତ ସୁକାନ୍ତ ମଜୁମଦାର ମଧ୍ୟ କ୍ରିମ ରଙ୍ଗର ଜ୍ୟାକେଟ୍‌ ପିନ୍ଧିଥିଲେ। ସେ ମଧ୍ୟ ବେକରେ ଏକ ଲାଲ ରଙ୍ଗର ମଫଲର ବାନ୍ଧିଥିଲେ।

Advertisment

ଏହି ସ୍ୱତନ୍ତ୍ର ଫ୍ୟାଶନ ଶୋ' ବିଷୟରେ ସୋଶାଲ ମିଡିଆ ପ୍ଲାଟଫର୍ମ X ରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସିନ୍ଧିଆ ଲେଖିଛନ୍ତି, 'ବାସ୍ତବରେ ଏହା ସଂସ୍କୃତି ଏବଂ ସୃଜନଶୀଳତାର ଉତ୍ସବ। ଉତ୍ତର ପୂର୍ବ ଭାରତର ଚିତ୍ତାକର୍ଷକ ଶୈଳୀ ପ୍ରଦର୍ଶନ କରୁଥିବା ଫ୍ୟାଶନ ଶୋ’ରେ ଏକ ସୁନ୍ଦର ସମୟ ବିତାଇଲି। ପ୍ରତ୍ୟେକ ରାଜ୍ୟକୁ ଦକ୍ଷ କଳାକାର ଏବଂ ମଡେଲମାନେ ସୁନ୍ଦର ଭାବରେ ପ୍ରତିନିଧିତ୍ୱ କରିଥିଲେ। ମୋର ସହକର୍ମୀ ସୁକାନ୍ତ ମଜୁମଦାରଙ୍କ ସହ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବାରୁ ମୁଁ ଗର୍ବିତ ଅନୁଭବ କରୁଛି।'

ଏହି ଦୁଇ ମନ୍ତ୍ରୀଙ୍କ ଏଭଳି ରାମ୍ପ ଓ୍ୱକ୍‌ କରିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋଶାଲ ମିଡିଆରେ ୟୁଜର୍ସମାନେ ଉଭୟ ନେତାଙ୍କୁ ବେଶ୍‌ ପ୍ରଶଂସା କରୁଛନ୍ତି। ଏହି ଦୁଇ ନେତା ବଡ଼ ବଡ଼ ବଲିଉଡ଼ ଷ୍ଟାର୍‌ଙ୍କୁ ମଧ୍ୟ ପଛରେ ପକାଇ ଦେବେ ବୋଲି ୟୁଜର୍ସମାନେ କହୁଛନ୍ତି।

Ashtalakshmi Mahotsav Fashion Show Bharat Mandapam Ramp Walk Jyotiraditya Scindia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe