Advertisment

ବଢ଼ିଲା କେ.କବିତାଙ୍କ ଅଡୁଆ, ୨୩ ଯାଏ ଜେଲ୍‌ରେ ରହିବେ

ପ୍ରଥମେ ଏପ୍ରିଲ ୧୫ପର୍ଯ୍ୟନ୍ତ କେ.କବିତା ନ୍ୟାୟିକ ହେପାଜତରେ ରହିବାର ଥିଲା। ହେଲେ ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ବିଆରଏସ ନେତ୍ରୀ କେ.କବିତାଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଅଦ୍ୟତନ ହୋଇଛି
undefined

K kavitha

Advertisment

ବଢ଼ିଲା ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ଝିଅ ତଥା ବିଆର୍‌ଏସ୍‌ ନେତ୍ରୀ କେ.କବିତାଙ୍କ ଅଡୁଆ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା କେ.କବିତାଙ୍କ ନ୍ୟାୟିକ ହେପାଜତ ଅବଧିକୁ ବଢ଼ାଇଲେ କୋର୍ଟ। ଫଳରେ ସେ ଆସନ୍ତା ଏପ୍ରିଲ ୨୩ ଯାଏଁ ଜେଲ୍‌ରେ ରହିବେ।

Advertisment

ପ୍ରଥମେ ଏପ୍ରିଲ ୧୫ପର୍ଯ୍ୟନ୍ତ କେ.କବିତା ନ୍ୟାୟିକ ହେପାଜତରେ ରହିବାର ଥିଲା। ହେଲେ ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ବିଆରଏସ ନେତ୍ରୀ କେ.କବିତାଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପ୍ରମାଣ ନଷ୍ଟ କରିବା ସହ ସାକ୍ଷୀଙ୍କ ଉପରେ ଚାପ ପକାଇବାକୁ ସେ ପ୍ରୟାସ କରୁଥିବା ନେଇ ଇଡି ଦାବି କରିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି।

ଏହାପୂର୍ବରୁ ସୋମବାର କୋର୍ଟ ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିସାରିଛନ୍ତି। ପୁଅର ପରୀକ୍ଷା ଥିବା ଦର୍ଶାଇ କବିତା ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ କୋର୍ଟରେ ଆବେଦନ କରିଥିଲେ। ସ୍ୱତନ୍ତ୍ର ଜଜ୍ କାଭେରୀ ବାୱେଜା ଏହି ଆବେଦନକୁ କରି କହିଥିଲେ ଯେ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାର ଏହା ଠିକ୍ ସମୟ ନୁହେଁ।

Advertisment

ସେପଟେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେ.କବିତା ଏକ ଚାରି ପୃଷ୍ଠାର ଚିଠି ଜାରି କରିଛନ୍ତି। ସେ ମୁଁ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜଡିତ ନୁହଁନ୍ତି। ଏହି ଦୁର୍ନୀତିରୁ ତାଙ୍କୁ କୌଣସି ଲାଭ ମିଳିନାହିଁ। ଇଡି ଏବଂ ସିବିଆଇ ଯାଞ୍ଚ ହେଉଛି କେବଳ ଏକ ମିଡି-ଟ୍ରାଏଲ ବୋଲି କବିତା ଏହି ଚିଠିରେ ଉଲ୍ଲେଖ କରିଛନ୍ତି।

କହିରଖୁ ଯେ, ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ମାର୍ଚ୍ଚ ୧୫ ତାରିଖରେ ହାଇଦ୍ରାବାଦର ବଞ୍ଜାରା ହିଲ୍ସରୁ କେ କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା।

Delhi Liquor Policy Case K.Kavitha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe