Advertisment

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା; ପୁଣି ବଢିଲା କେ କବିତାଙ୍କ ନ୍ୟାୟିକ ହେପାଜତ ଅବଧି

ଆଜି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ କବିତାଙ୍କ ନ୍ୟାୟିକ ହେପାଜତ ଅବଧିକୁ ଜୁଲାଇ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

author-image
Debibandita Barick
k kavitha

k kavitha

ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ ତଥା ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କୁ ଝଟକା। କବିତାଙ୍କ ନ୍ୟାୟିକ ହେପାଜତ ଅବଧି ପୁଣି ବୃଦ୍ଧି କରିଛନ୍ତି କୋର୍ଟ। ଆଜି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ କବିତାଙ୍କ ନ୍ୟାୟିକ ହେପାଜତ ଅବଧିକୁ ଜୁଲାଇ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। 

Advertisment

ଦିଲ୍ଲୀ ମଦ ଦୁର୍ନୀତିରେ ଅର୍ଥ ହେରଫେର ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି କେ କବିତା। ଆଜି ଏହି ମାମଲା ଉପରେ କୋର୍ଟ କେ କବିତାଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରିଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଜାମିନ ଦେଇଛନ୍ତି। ପ୍ରିନ୍ସ, ଅରବିନ୍ଦ ଏବଂ ଦାମୋଦରଙ୍କୁ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବୋଣ୍ଡ ଆଧାରରେ ବେଲ୍ ମିଳିଛି, କିନ୍ତୁ କେ କବିତାଙ୍କୁ କୋର୍ଟଙ୍କ ପକ୍ଷରୁ କୌଣସି ପକ୍ଷରୁ ଆଶ୍ୱସ୍ତି ମିଳିନାହିଁ।  

ପ୍ରକାଶ ଥାଉକି, ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କବିତାଙ୍କ ବିରୁଦ୍ଧରେ ୨ଟି ଅଭିଯୋଗ ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗୋଟିଏ ମାମଲା ରୁଜୁ କରିଥିବା ବେଳେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥ୍ୟା(CBI) ମଧ୍ୟ ଏକ ମାମଲା ରୁଜୁ କରିଛି। 

Advertisment

ଇଡି ଅଭିଯୋଗ ଅନୁସାରେ, ଦିଲ୍ଲୀର ଅବକାରୀ ନୀତିରୁ ଫାଇଦା ହାସଲ କରିବା ପାଇଁ ଆପ୍‌କୁ ସାଉଥ ଗ୍ରୁପ ୧୦୦ କୋଟି ଟଙ୍କା ଦେଇଥିଲା। ଏହି ଗ୍ରୁପର କବିତା ଜଣେ ମୁଖ୍ୟ ସଦସ୍ୟ। ଏହି ଅଭିଯୋଗକୁ ଭିତ୍ତି କରି ମାର୍ଚ୍ଚ ୧୫ରେ ଇଡି ତାଙ୍କୁ ହାଇଦ୍ରାବାଦ ସ୍ଥିତ ବାସଭବନରୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ସମାନ ମାମଲାରେ ସିବିଆଇ ତାଙ୍କୁ ତିହାର ଜେଲରୁ ଗିରଫ କରିଛି।  

Delhi Liquor Policy Case K.Kavitha K Kavitha Judicial Custody Extended