/odisha-reporter/media/post_attachments/uploadimage/library/16_9/16_9_0/K_Kabita_1711439888.jpg)
K Kabita
ରିମାଣ୍ଡ ଅବଧି ଶେଷ ହେବା ପରେ ଦିଲ୍ଲୀର ଏକ କୋର୍ଟ ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ କବିତାଙ୍କୁ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଜେଲ୍କୁ ପଠାଇ ଦେଇଛନ୍ତି। ତାଙ୍କ ଜାମିନ ଆବେଦନ ଉପରେ ଏପ୍ରିଲ ୧ ତାରିଖରେ ଶୁଣାଣି ହେବ।
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ୧୫ ତାରିଖରେ କେ କବିତାଙ୍କୁ ଗିରଫ କରିଥିଲା। ତା’ପରେ ତାଙ୍କୁ କୋର୍ଟରେ ହାଜର କରାଇ ରିମାଣ୍ଡରେ ନେଇଥିଲା ଇଡି। ଗତ ସପ୍ତାହରେ ତାଙ୍କୁ ଆଉ ଥରେ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଥିଲେ କୋର୍ଟ।
ଇଡିର ଅଭିଯୋଗ ଅନୁଯାୟୀ, ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ କବିତା ‘ସାଉଥ ଗ୍ରୁପ୍’ର ଜଣେ ମୁଖ୍ୟ ସଦସ୍ୟ, ଯାହା ପ୍ରତ୍ୟାହୃତ ହୋଇସାରିଥିବା ନୂଆ ଅବକରୀ ନୀତି ଅଧୀନରେ ଆପ୍କୁ ୧୦୦ କୋଟି ଟଙ୍କା ଦେଇ ମଦ ଲାଇସେନ୍ସ ପାଇଥିଲା। ଇଡି କହୁଛି ଆପ୍ ଏହି ଅର୍ଥକୁ ଗୋଆ ଓ ପଞ୍ଜାବ ବିଧାନସଭା ନିର୍ବାଚନରେ ଲଗାଇଥିଲା।
କେ କବିତାଙ୍କ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି। ତାଙ୍କୁ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ଇଡି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
