Advertisment

ପାକିସ୍ତାନର ଘନଘନ ଆକ୍ରମଣ, ଗୋଟିଏ ପରେ ଗୋଟିଏ ଯୁଦ୍ଧ ବିମାନ ଖସାଉଛି ଭାରତ

ପ୍ରାୟ ୧ ଘଣ୍ଟା ହେଲାଣି ପାକିସ୍ତାନ ପକ୍ଷରୁ କ୍ରମାଗତ ଭାବେ ଭାରତୀୟ ସେନା ଓ ଏୟାର ବେସ୍‌କୁ ଟାର୍ଗେଟ କରି ଆକ୍ରମଣ କରାଯାଉଛି।

Jammu

Jammu

Advertisment

ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି ଘମାଘୋଟ ଲଢ଼େଇ। ଅପରେସନ ସିନ୍ଦୂର ପରେ ଭାରତ ବିରୋଧରେ ଅଘୋଷିତ ଯୁଦ୍ଧ ଡାକରା ଦେଇଛି ପାକିସ୍ତାନ। ଭାରତ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିବା ବେଳେ ପାକିସ୍ତାନ ଆଜି ସାଧାରଣ ନାଗରିକ ଓ ସେନା ପ୍ରତିଷ୍ଠାନକୁ ଟାର୍ଗେଟ କରି ହମଲା କରିଛି। ପାକିସ୍ତାନ ପକ୍ଷରୁ ଏବେ ମିସାଇଲ, ରକେଟ, ଡ୍ରୋନ ଓ ଯୁଦ୍ଧ ବିମାନ ଦ୍ୱାରା ସୀମାନ୍ତର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରାଯାଇଛି।

Advertisment

ପାକିସ୍ତାନ ହମଲା କରୁଥିଲେ ହେଁ ଭାରତ ଏହାର ଦୃଢ଼ ଜବାବ ଦେଇଛି। ପାକିସ୍ତାନର ୮ଟି ମିସାଇଲ, ଏକାଧିକ ଡ୍ରୋନ ଓ ୩ଟି ଯୁଦ୍ଧ ବିମାନକୁ ଭାରତୀୟ ସେନା ଖସାଇ ଦେଇଛି। ଏବେ ବି ଭାରତୀୟ ସେନା ଏକାଧିକ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରି ପାକିସ୍ତାନର ମିସାଇଲ ଓ ଡ୍ରୋନକୁ ଖସାଇବାରେ ଲାଗିଛି। ପ୍ରଥମେ ଭାରତୀୟ ସେନା ପାକିସ୍ତାନର ୨ଟି ଜେ-୧୭ ଓ ଗୋଟିଏ ଏଫ-୧୬ ଯୁଦ୍ଧ ବିମାନକୁ ଖସାଇଥିଲା। ଏବେ ପୁଣି ରାଜସ୍ଥାନର ଜୈସଲମେର ଠାରେ ଗୋଟିଏ ଯୁଦ୍ଧ ବିମାନକୁ ଖସାଇ ଦିଆଯାଇଥିବା ଜଣାପଡ଼ିଛି। 

ପାକିସ୍ତାନ ଆକ୍ରମଣ କରୁଥିବାରୁ ହିମାଚଳର ଧର୍ମଶାଳାରେ ଚାଲିଥିବା ଦିଲ୍ଲୀ ଓ ପଞ୍ଜାବ ମ୍ୟାଚ୍‌କୁ ଅଧାରୁ ବାତିଲ କରି ଦିଆଯାଇଛି। ଦର୍ଶକଙ୍କୁ ଷ୍ଟାଡିମୟ ଛାଡ଼ି ଚାଲି ଯିବାକୁ କୁହାଯାଇଛି। ସେଠାରେ ମଧ୍ୟ ବ୍ଲାକଆଉଟ କରାଯାଇଛି।

Advertisment

ଜମ୍ମୁ ଠାରୁ ଆରମ୍ଭ କରି ପଞ୍ଜାବ ଓ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନ ମିସାଇଲ ମାଡ଼ କରିଛି। ଏଯାଏ ପାକିସ୍ତାନ ତା’ର ମିଶନରେ ସଫଳ ହୋଇ ନଥିବା ବେଳେ ଆକ୍ରମଣ ଜାରି ରଖିଛି। ଶ୍ରୀନଗର ଠାରୁ ଆରମ୍ଭ କରି ଜୈସଲମେର ଯାଏ ହାଇଲଆଲର୍ଟ ଜାରି କରାଯାଇଛି। ସମସ୍ତଙ୍କୁ ଘର ମଧ୍ୟରେ ରହିବାକୁ ପରାମର୍ଶ ଦିଆଯାଇଛି। ମୋବାଇଲ ଓ ବିଜୁଳି ସେବାକୁ ସଂପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି।

ପାକିସ୍ତାନ ଜମ୍ମୁ ଏୟାର ଷ୍ଟ୍ରିପକୁ ଟାର୍ଗେଟ କରିଥିବାରୁ ଭାରତୀୟ ସେନା ଯୁଦ୍ଧ ସାଇରନ ବଜାଇ ସମସ୍ତଙ୍କୁ ସତର୍କ କରାଇଛି। ସେହିପରି ପୂରା ଜମ୍ମୁରେ ବ୍ଲାକଆଉଟ କରାଯାଇଛି। ଜମ୍ମୁରେ ବ୍ଲାକଆଉଟ ହୋଇଥିବାରୁ ମୋବାଇଲ ସେବା ମଧ୍ୟ କାମ କରୁ ନଥିବା ଜଣାପଡ଼ିଛି। ମିସାଇଲକୁ ଭାରତୀୟ ସେନା ନଷ୍ଟ କରିଦେଇଥିଲେ ହେଁ କିଛି ସ୍ଥାନରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି।

ଜମ୍ମୁ ବ୍ୟତୀତ ଉଦ୍ଧମପୁର, ଅଖନୁର, ପଠାନକୋଟ, ସାମ୍ବା, ଆରଏସ୍‌ ପୁରାରେ ପାକିସ୍ତାନ ଡ୍ରୋନ ଦ୍ୱାରା ଆକ୍ରମଣ କରିବାକୁ ଚେଷ୍ଟା କରିଛି। ହେଲେ ଏଠାରେ ଭାରତୀୟ ସେନା ଗୁଳି କରି ପାକିସ୍ତାନ ଡ୍ରୋନ ଗୁଡ଼ିକୁ ଖସାଇ ଦେଇଛନ୍ତି। ଜମ୍ମୁ ବିଶ୍ୱବିଦ୍ୟାଳୟ ନିକଟରେ ମଧ୍ୟ ଗୋଟିଏ ଡ୍ରେନ ପଡ଼ିଥିବା ଖବର ମିଳିଛି।

ଜମ୍ମୁ ସମେତ ରାଜସ୍ଥାନ ସୀମାରେ ମଧ୍ୟ ପାକିସ୍ତାନ ପଟୁ ବିପଦ ସୃଷ୍ଟି ହୋଇଛି। ଏହାକୁ ମାତ ଦେବା ପାଇଁ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳରେ ହାଇ ଆଲର୍ଟ କରାଯାଇଛି। କିଛି ସ୍ଥାନରେ ବ୍ଲାକଆଉଟ କରାଯାଇଛି। ବ୍ଲାକଆଉଟ ଯୋଗୁ ପୂରା ଅଞ୍ଚଳ ଅନ୍ଧାର ମଧ୍ୟରେ ରହିଛି। ପଞ୍ଜାବର ପଠାନକୋଟ ଅଞ୍ଚଳରେ ମଧ୍ୟ ବ୍ଲାକଆଉଟ ହୋଇଛି। ପାକିସ୍ତାନ ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିବାରେ ଲାଗିଥିବାରୁ କିଛି ବି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ପାକିସ୍ତାନର ଡ୍ରୋନ, ମିସାଇଲ ଓ ଯୁଦ୍ଧ ବିମାନକୁ ମାତ ଦେବା ପାଇଁ ଭାରତ ପକ୍ଷରୁ ୪ଟି ଏୟାର ଡିଫେନ୍ସ ବ୍ୟବସ୍ଥାକୁ ଆକ୍ଟିଭ କରାଯାଇଛି। ଜମ୍ମୁ-କଶ୍ମୀର ଠାରୁ ପଞ୍ଜାବ ଓ ରାଜସ୍ଥାନ ଯାଏ ଏହି ଏୟାର ଡିଫେନ୍ସ ସିଷ୍ଟମ ସକ୍ରିୟ ରହିଛି। S-400, L-70, ZSU-23 ଓ ସିଲ୍‌କା ଦ୍ୱାରା ପାକିସ୍ତାନ ମିସାଇଲ ଓ ଡ୍ରୋନକୁ ଆକାଶ ପଥରେ ମଧ୍ୟ ନଷ୍ଟ କରାଯାଉଛି।

ସ୍ଥିତିକୁ ଦେଖି ଶ୍ରୀନଗର ଏୟାରପୋର୍ଟରେ ହାଇ ଆଲର୍ଟ ଜାରି କରାଯାଇଛି। ଏଠାରେ ଡ୍ରୋନ ଆଟାକ୍‌ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସେନା ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ବିମାନ ବନ୍ଦର ପାଖପାଖି ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜମ୍ମୁ କଶ୍ମୀରର ଉରି ଓ ବାରମୁଲ୍ଲାରେ ବ୍ଲାକ୍ ଆଉଟ୍ କରାଯାଇଛି। ଜମ୍ମୁ-କଶ୍ମୀରରେ ଥିବା ସମସ୍ତ ସେନା ପ୍ରତିଷ୍ଠାନର ଆଲୁଅ ବନ୍ଦ ରଖିବାକୁ ନିର୍ଦ୍ଦେଶ ମିଳିଛି।

ରାଜସ୍ଥାନର ବିକାନେର୍ ଓ ଜୈସଲମେର ସହର ବ୍ଲାକ୍ ଆଉଟ୍ କରାଯିବା ସହ ସହରର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ପଞ୍ଜାବର ଅମୃତସର, ମୋହାଲି, ଚଣ୍ଡିଗଡ଼ ଓ ଜଳନ୍ଧର ସହର ବି ସଂପୂର୍ଣ୍ଣ ବ୍ଲାକ୍ ଆଉଟ୍ ହୋଇଛି। ପାକିସ୍ତାନର ଡ୍ରୋନ୍ ଆଟାକ ପରେ ବ୍ଲାକ୍ ଆଉଟ୍ କରାଯାଇଛି। ପ୍ରାୟ ୧ ଘଣ୍ଟା ହେଲାଣି ପାକିସ୍ତାନ ପକ୍ଷରୁ କ୍ରମାଗତ ଭାବେ ଭାରତୀୟ ସେନା ଓ ଏୟାର ବେସ୍‌କୁ ଟାର୍ଗେଟ କରି ଆକ୍ରମଣ କରାଯାଉଛି।

Terror Attack Pahalgam Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe