Advertisment

କିଭଳି କାମ କରିବ EVM ଓ VVPAT? ନିର୍ବାଚନ କମିଶନଙ୍କୁ ଡାକିଲେ ସୁପ୍ରିମକୋର୍ଟ

ନିର୍ବାଚନ ସମୟରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ମାଧ୍ୟମରେ ଦିଆଯାଇଥିବା ଭୋଟ୍ ସହିତ ଭିଭିପାଟ୍‌ ସ୍ଲିପ୍‌କୁ ମିଶାଇବା ପାଇଁ ଦାବି କରି ସୁପ୍ରିମକୋର୍ଟ ଆବେଦନ ହୋଇଥିଲା।

author-image
Madhupriya Mistry
SC on EVM

SC on EVM

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟା ଭୋଟ୍‌ ସରିଛି। ତେବେ ନିର୍ବାଚନରେ ଭୋଟ ଦେବା ପାଇଁ ବ୍ୟବହୃତ ହୋଉଥିବା ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ ଓ ଭିଭିପାଟ୍‌ ସ୍ଲିପ୍‌ ସମ୍ବନ୍ଧରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଏହାରି ଭିତରେ ଇଭିଏମ୍‌ ଓ ଭିଭିପାଟ୍‌ କିଭଳି କାମ କରିବ? ତାହା ଜାଣିବା ପାଇଁ ନିର୍ବାଚନ କମିଶନରଙ୍କୁ ସୁପ୍ରିମକୋର୍ଟ ଡାକିଛନ୍ତି।

Advertisment

ଆଜି ଅପରାହ୍ନ ୨ଟାରେ ନିର୍ବାଚନ ଆୟୋଗର ଜଣେ ବରିଷ୍ଠ ଅଧିକାରୀଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି। ଏହି ସମୟରେ ସୁପ୍ରିମକୋର୍ଟଙ୍କ ବେଞ୍ଚ ଇଭିଏମ୍ ଏବଂ ଭିଭିପିଏଟ୍ ସମ୍ବନ୍ଧୀୟ କିଛି ପ୍ରଶ୍ନ ପଚାରିବେ। ବିଶେଷକରି ବିଚାରପତିମାନେ ଇଭିଏମରେ ସ୍ଥାପିତ ମାଇକ୍ରୋ କଣ୍ଟ୍ରୋଲରର କାର୍ଯ୍ୟ ପ୍ରକ୍ରିୟା ବିଷୟରେ ବୁଝିବେ। ଏହା ବ୍ୟତୀତ ଜଜ୍ ଇଭିଏମ୍ ଏବଂ ଭିଭିପାଟ୍‌ ସୁରକ୍ଷା ସହ ଜଡିତ କିଛି ପ୍ରଶ୍ନ ମଧ୍ୟ ପଚାରିପାରନ୍ତି।

କହିରଖୁ ଯେ, ନିର୍ବାଚନ ସମୟରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ମାଧ୍ୟମରେ ଦିଆଯାଇଥିବା ଭୋଟ୍ ସହିତ ଭିଭିପାଟ୍‌ ସ୍ଲିପ୍‌କୁ ମିଶାଇବା ପାଇଁ ସୁପ୍ରିମକୋର୍ଟ ଆବେଦନ ହୋଇଥିଲା। ଦୁଇ ଦିନି ଧରି ଏହି ଆବେଦନର ଶୁଣାଣି ଚାଲିଥିଲା। ଏହାପରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ଏକ ବେଞ୍ଚ ଏପ୍ରିଲ ୧୮ରେ ଏହି ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇବେ।

Advertisment
EVM Loksabha Election 2024 Supreme Court VVPAT