Advertisment

କାମୁଡ଼ି ଦେଇଥିଲା କୁକୁର ଛୁଆ, ଅଣଦେଖା କରିବାରୁ ଚାଲିଗଲା କବାଡି ଖେଳାଳିଙ୍କ ଜୀବନ

୩ ମାସ ତଳେ ବ୍ରିଜେଶ ରାସ୍ତା କଡ଼ରେ ବୁଲୁଥିବା ଗୋଟିଏ କୁକୁର ଛୁଆକୁ ଉଦ୍ଧାର କରିଥିଲେ।

Brijesh

Brijesh

Advertisment

ରାଜ୍ୟ ସ୍ତରର କବାଡି ଖେଳାଳି ବ୍ରିଜେଶ ସୋଲାଙ୍କି ଜଳାନ୍ତକ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶର ବୁଲନ୍ଦଶହରରୁ ଏପରି ଦୁଃଖଦ ଘଟଣା ଘଟିଛି। ୩ ମାସ ତଳେ ବ୍ରିଜେଶ ରାସ୍ତା କଡ଼ରେ ବୁଲୁଥିବା ଗୋଟିଏ କୁକୁର ଛୁଆକୁ ଉଦ୍ଧାର କରିଥିଲେ।

Advertisment

ଏହି ସମୟରେ କୁକୁର ଛୁଆଟି ତାଙ୍କୁ କାମୁଡ଼ି ଦେଇଥିଲା। ହେଲେ ଛୋଟ କ୍ଷତ ଚିହ୍ନକୁ ବ୍ରିଜେଶ ଅଣ ଦେଖା କରିଥିଲେ। କୁକୁର କାମୁଡ଼ିଥିଲେ ହେଁ ଜଳାନ୍ତକ ପ୍ରତିରୋଧକ ଇଞ୍ଜିକେସନ ସେ ନେଇ ନଥିଲେ। ଏବେ ୩ ମାସ ପରେ ତାଙ୍କର ମୃତ୍ୟୁ ହୋଇ ଯାଇଛି।

ମୃତ୍ୟୁର କିଛି ଦିନ ପୂର୍ବରୁ ବ୍ରିଜେଶ କେମିତି ଯନ୍ତ୍ରଣାରେ ଛଟପଟ ହେଉଥିଲେ, ତା’ର ଗୋଟିଏ ଭିଡିଓ ଏବେ ସାମ୍ନାକୁ ଆସିଛି। ଏହାକୁ ଦେଖି ସମସ୍ତେ ବିଚଳିତ ହୋଇ ପଡ଼ିଛନ୍ତି। କୋଚ ପ୍ରବୀଣ କୁମାର କହିଛନ୍ତି, “ବ୍ରିଜେଶ ତାଙ୍କ କାନ୍ଧରେ ନିୟମିତ ଯନ୍ତ୍ରଣା ହେଉଥିଲେ ହେଁ ଏହାକୁ ଖେଳର ଆହତ ସମସ୍ୟା ଭାବି ଅଣ ଦେଖା କରୁଥିଲେ। ଛୁଆ କୁକୁର କାମୁଡ଼ା ଦାଗ ପୂରା ଛୋଟ ରହିଥିଲା। ଏହାକୁ ସେ ଆଦୌ ଗୁରୁତର ସହ ନେଇ ନଥିଲେ। ଟିକା ଲଗାଇବାକୁ ମଧ୍ୟ ସେ ଆଗ୍ରହ ଦେଖାଇ ନଥିଲେ।”

Advertisment

ଜୁନ ୨୬ରେ କବାଡି ଖେଳୁଥିବା ବେଳେ ବ୍ରିଜେଶଙ୍କ ଯନ୍ତ୍ରଣା ଅସହ୍ୟ ହୋଇଥିଲା। ଏଥିପାଇଁ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ସାଙ୍ଗସାଥୀମାନେ ନେଇ ଯାଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୋଏଡାର ଗୋଟିଏ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଜଲାନ୍ତକ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। 

ଚିକିତ୍ସାଧୀନ ଅବସ୍ଥାରେ ଜୁନ ୨୮ରେ ତାଙ୍କର ମୃତ୍ୟୁ ହୋଇଛି। ବୁଲନ୍ଦଶହରର ଫରାନା ଗାଁରେ ଏହି ଖବର ଶୋକର ଚ୍ଛାୟା ଖେଳାଇ ଦେଇଛି। ଗାଁ ଲୋକମାନେ ମିଳିତ ଭାବେ ବ୍ରିଜେଶଙ୍କୁ ଶେଷ ବିଦାୟ ଜଣାଇଛନ୍ତି।

Uttar Pradesh Rabies Kabadi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe