Advertisment

ଅନ୍ତିମ ସଂସ୍କାର ସାରି ଫେରୁଥିଲେ, ଟ୍ରକ୍‌କୁ ପିଟି ହେଲା କାର୍‌, ୫ ମୃତ

ଦୁର୍ଘଟଣାରେ କାରରେ ଥିବା ଚାରି ଜଣ ଏବଂ ଟ୍ରକ୍‌ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

Accident

Accident

Advertisment

ଅନ୍ତିମ ସଂସ୍କାର ସାରି କାର୍‌ରେ ଫେରୁଥିଲେ। ଏତିକି ବେଳେ ଟ୍ରକ୍‌ ସହ ପିଟି ହେଲା କାର୍‌। ଘଟଣାସ୍ଥଳରେ ହିଁ ଚାଲିଗଲା ୫ ଜଣଙ୍କ ଜୀବନ। ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଆନ୍ଧ୍ରପ୍ରଦେଶରେ।

Advertisment

ଆନ୍ଧ୍ରପ୍ରଦେଶର କୁଡାପ୍ପା-ରାୟଚୋଟି ଜାତୀୟ ରାଜପଥର ଗୁଭାଲଚେରୁଭୁ ଘାଟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। କୁଡାପ୍ପା ଠାରୁ ଗୁଭାଲଚେରୁଭୁକୁ ଯାଉଥିବା ଏକ କାର ସହିତ ଏକ କଣ୍ଟେନର ଟ୍ରକ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଦୁର୍ଘଟଣାରେ କାରରେ ଥିବା ଚାରି ଜଣ ଏବଂ କଣ୍ଟେନର ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। କାରରେ ଥିବା ଲୋକମାନେ ନିଜ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର ସାରି ଘରକୁ ଫେରୁଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Advertisment

ସେହିପରି ଧୁଭୁରୁ ମୁଣ୍ଡଳର ଚିନ୍ତଗୁଣ୍ଟ ନିକଟରେ ଆଉ ଏକ ଦୁର୍ଘଟଣା ଘଟିଛି। ଏଠାରେ କାରରେ ଯାଉଥିବା ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। କାରଟି ତିରୁମାଲା ଯାଉଥିଲା। ଦୁର୍ଘଟଣାରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ଦ୍ରୁତ ଗତିରେ ଆସୁଥିବା କାର୍‌ଟି ନିୟନ୍ତ୍ରଣ ହରାଇ ଓଲଟି ପଡିଥିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପୁଲିସ କହିଛି।

Andhra Pradesh Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe