Advertisment

ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀଙ୍କୁ ଭେଟିଲେ ହେମନ୍ତ ସୋରେନ୍‌ଙ୍କ ସ୍ତ୍ରୀ

ଭେଟ୍‌ଘାଟ ପରେ କଳ୍ପନା ସୋରେନ୍‌ କହିଲେ, ଆମେ ଉଭୟ ମିଶି ଏହି ଲଢ଼େଇ ଲଢ଼ିବୁ।

author-image
Madhupriya Mistry
ଅଦ୍ୟତନ ହୋଇଛି
Kalpana Soren met Sunita Kejriwal

Kalpana Soren met Sunita Kejriwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀ ସୁନୀତାଙ୍କୁ ଭେଟିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସ୍ତ୍ରୀ କଳ୍ପନା ସୋରେନ୍‌। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ବାସଭବନରେ ଉଭୟଙ୍କ ଭେଟ୍‌ଘାଟ ହୋଇଛି। ଏହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ସୁନୀତା କେଜ୍ରିଓ୍ୱାଲ ଓ କଳ୍ପନା ସୋରେନଙ୍କ ଭେଟଘାଟ ବେଳର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଉଭୟ ପରସ୍ପରକୁ ଆଲିଙ୍ଗନ କମରୁଥିବା ନଜର ଆସିଛନ୍ତି।

Advertisment

ସୁନୀତା କେଜ୍ରିଓ୍ୱାଲଙ୍କୁ ଭେଟିବା ପରେ କଳ୍ପନା କହିଛନ୍ତି, 'ଦୁଇ ମାସ ପୂର୍ବେ ଝାଡଖଣ୍ଡରେ ଯେଉଁ ଘଟଣା ଘଟିଥିଲା, ଦିଲ୍ଲୀରେ ସେହି ସମାନ ଘଟଣା ଘଟିଛି। ମୋ ବାପାଙ୍କୁ ମଧ୍ୟ ଜେଲ ପଠାଯାଇଥିଲା। ଏଠାରେ ଅରବିନ୍ଦ ସାର୍‌ଙ୍କୁ ମଧ୍ୟ ଜେଲ୍‌କୁ ପଠାଯାଇଛି। ଯେଉଁ ସ୍ଥିତି ଝାଡଖଣ୍ଡରେ ରହିଛି ତାହା ଏବେ ଦିଲ୍ଲୀରେ ମଧ୍ୟ ଆରମ୍ଭ ହୋଇଛି। ମୁଁ ସୁନୀତାଙ୍କୁ ଭେଟି ତାଙ୍କ ଦୁଃଖ ବାଣ୍ଟିବାକୁ ଆସିଥିଲି। ଆମେ ଉଭୟ ମିଶି ଏହି ଲଢ଼େଇକୁ ଲଢ଼ିବୁ। ପୂରା ଝାଡଖଣ୍ଡବାସୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସହ ଅଛି।'

ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଇଡି ଗିରଫ କରିବା ପରେ କଳ୍ପନା ସୋରେନ୍‌ ସୁନୀତାଙ୍କ ସହ ଫୋନ୍‌ ଯୋଗେ କଥା ହୋଇଥିଲେ। ଜଣେ ଭଲ ସାଥୀ ରୂପେ ତାଙ୍କର ସମସ୍ୟା ମୁଁ ବୁଝି ପାରୁଛି ବୋଲି ସେହି ସମୟରେ କହିଥିଲେ କଳ୍ପନା।

Advertisment

ଲୋକସଭା ନିର୍ବାଚନ ପୂର୍ବରୁ ଏଭଳି ଭେଟଘାଟକୁ ନେଇ ରାଜନୀତି ସରଗରମ ହୋଇଛି । ଏହାକୁ ନେଇ ରାଜନୈତିକ ବିଶ୍ଲେଷକମାନେ ଅନେକ କଳ୍ପନାଜଳ୍ପନା କରୁଛନ୍ତି। ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଗିରଫଦାରୀକୁ ବିରୋଧ କରି ଆସନ୍ତାକାଲି ରାମଲିଲା ମୈଦାନରୁ ଇଣ୍ଡିଆ ମହାମେଣ୍ଟ ପକ୍ଷରୁ ଏକ ବଡ ରାଲିର ଆୟୋଜନ କରାଯାଉଛି। ଏହି ରାଲିରେ ସମସ୍ତ ବିରୋଧୀ ଦଳ ନିଜ ନିଜ ଶକ୍ତି ପ୍ରଦର୍ଶନ କରିବେ। କଳ୍ପନା ସୋରେନ୍‌ ମଧ୍ୟ ଏହି ରାଲିରେ ସାମିଲ ହେବା ପାଇଁ ଝାଡଖଣ୍ଡରୁ ଦିଲ୍ଲୀ ଆସିଛନ୍ତି।

କହିରଖୁ ଯେ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଟଙ୍କା ହେରଫେର ଅଭିଯୋଗରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଗିରଫ କରାଯାଇଥିବା ବେଳେ ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲରେ ହେମନ୍ତ ସରୋନ୍‌ ଗରିଫ ହୋଇ ଜେଲରେ ଅଛନ୍ତି। ଉଭୟଙ୍କୁ ଇଡି ଗିରଫ କରିଛି। 

Arvind Kejriwal Hemant Soren Kalpana Soren Sunita Kejriwal