Advertisment

ଆଜି ରାଜନୀତିରେ ପାଦ ଥାପିବେ କଳ୍ପନା ସୋରେନ, କହିଲେ- ସ୍ୱାମୀଙ୍କ ସ୍ୱର ହେବି

ଜମି ଦୁର୍ନୀତି ମାମଲାରେ ଝାରଖଣ୍ଡର ବିଦାୟୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ବାନ୍ଧିବା ଘଟଣାକୁ ପ୍ରାୟ ମାସେ ହୋଇ ଯାଇଥିବା ବେଳେ ଗତ ରାତିରେ ଏପରି ଘୋଷଣା କରିଛନ୍ତି ତାଙ୍କ ପତ୍ନୀ କଳ୍ପନା ସୋରେନ ।

Kalpana Soren with in-laws

Kalpana Soren with in-laws

Advertisment

ରାଜନୀତିରେ ପାଦ ଥାପିବେ କଳ୍ପନା ସୋରେନ । ଆଜି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍)ର ସ୍ଥାପନା ଦିବସ ଅବସରରେ ସେ ରାଜନୈତିକ ଦୁନିଆରେ ପାଦ ଥାପିବେ।

Advertisment

ଜମି ଦୁର୍ନୀତି ମାମଲାରେ ଝାରଖଣ୍ଡର ବିଦାୟୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ବାନ୍ଧିବା ଘଟଣାକୁ ପ୍ରାୟ ମାସେ ହୋଇ ଯାଇଥିବା ବେଳେ ଗତ ରାତିରେ ଏପରି ଘୋଷଣା କରିଛନ୍ତି ତାଙ୍କ ପତ୍ନୀ କଳ୍ପନା ସୋରେନ ।

ଗତକାଲି ସକାଳେ କଳ୍ପନା ଜେଲ୍‌ରେ ଥିବା ସ୍ୱାମୀଙ୍କୁ ସାକ୍ଷାତ କରିଥିବା ବେଳେ ଏହାପରେ ନିଜ ଶ୍ୱଶୁର ତଥା ଜେଏମଏମ୍‌ ସୁପ୍ରିମୋ ଶିବୁ ସୋରେନ ଓ ଶାଶୁଙ୍କ ଆର୍ଶୀବାଦ ନେଇଛନ୍ତି।

Advertisment

ଏହାପରେ କଳ୍ପନା ହେମନ୍ତଙ୍କ X ହ୍ୟାଣ୍ଡେଲରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି, ଝାଡଖଣ୍ଡବାସୀ ତଥା ଜେଏମଏମ୍‌ ପରିବାର ଓ ଅସଂଖ୍ୟ କାର୍ଯ୍ୟକର୍ତ୍ତାଙ୍କ ଦୀର୍ଘ ଦିନର ଦାବି ପରେ ମୁଁ ରାଜନୈତିକ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ଯେଉଁ ପର୍ଯ୍ୟନ୍ତ ହେମନ୍ତ ସୋରେନ ପୁଣି ଥରେ ଫେରି ନ ଆସିଛନ୍ତି ସେପର୍ଯ୍ୟନ୍ତ ତାଙ୍କ ସ୍ୱର ହୋଇ ଲୋକଙ୍କ ନିକଟକୁ ଯିବି। ସେଠାରେ ଲୋକଙ୍କ ମଧ୍ୟରେ ତାଙ୍କ ବିଚାରଧାରାକୁ ରଖିବି। ସାଧାରଣ ଲୋକଙ୍କ ସେବା ଜାରି ରଖିବି ବୋଲି କହିଛନ୍ତି କଳ୍ପନା ।

ଏଥିସହ ସେ କହିଛନ୍ତି, ଆପଙ୍କ ନିଜ ଭାଇ ତଥା ପୁଅ ହିସାବରେ ହେମନ୍ତଙ୍କୁ ଯେପରି ଭଲ ପାଇବା ଦେଇଛନ୍ତି, ତାଙ୍କ ଧର୍ମପତ୍ନୀ ହିସାବରେ ମୋତେ ବି ସେପରି ଭଲ ପାଇବେ ଦେବେ ବୋଲି ଆଶା କରୁଛି।

ହେମନ୍ତ ସୋରେନ ଗିରଫ ହେବା ପରେ ପରେ କଳ୍ପନା ହିଁ ତାଙ୍କ ଉତ୍ତରାଧିକାରୀ ଭାବେ ପଦ ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ଏଥିରେ ପୂର୍ଣ୍ଣଚ୍ଛେଦ ପକାଇ ଚମ୍ପାଇ ସୋରେନଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ କରା ଯାଇଥିଲା।

Jharkhand Hemant Soren Kalpana Soren JMM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe