କର୍ଣ୍ଣାଟକା ବେଲାରିସ୍ଥିତ କଲ୍ୟାଣ ଜୁଏଲର୍ସ ଶୋ’ ରୁମ୍ରେ ଘଟିଛି ଅଘଟଣ। ଶୋ’ ରୁମ୍ରେ ଥିବା ଏକ ଏସି ଫାଟିବାରୁ ୩ ଜଣ ଗୁରୁତର ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ଏହି ଅଘଟଣ ଘଟିଛି।
କଲ୍ୟାଣ ଜୁଏଲର୍ସ ଶୋ’ ରୁମ୍ରେ ଥିବା ଏସି ମଧ୍ୟରୁ ଗୋଟିଏ ଏସିରେ ହଠାତ୍ ବ୍ଲାଷ୍ଟ ହୋଇଥିଲା। ଫଳରେ ସମଗ୍ର ଶୋ’ ରୁମ୍ ଧୂଆଁମୟ ହୋଇ ଯାଇଥିଲା। ଏହି ଅଘଟଣରେ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ତୁରନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Also Read
ଏସି ବ୍ଲାଷ୍ଟ ଯୋଗୁ ଶୋ’ ରୁମ୍ର ଝରକା କାଚ ଫାଟି ଚାରିଆଡ଼େ ପଡ଼ିଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏହାପରେ ଗୁରୁତରମାନଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଇଛି।
ଖବର ପାଇ ପୁଲିସ୍ ଓ ଅଗ୍ନିଶମ କମ୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକ ନିୟନ୍ତ୍ରଣକୁ ଆଣିଥିଲେ। ଏହାପରେ ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ଭାରତ ଗୋଟିଏ ଧର୍ମଶାଳା ନୁହେଁ: କାହିଁକି ଏମିତି କହିଲେ ଅମିତ ଶାହ?
ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ କହିବା କଥା ଯେ ଇମିଗ୍ରେସନ ଓ ଫରେନର୍ସ ବିଧେୟକ ଦେଶର ସୁରକ୍ଷାକୁ ସଶକ୍ତ କରିବ, ଅର୍ଥନୀତିକୁ ସୁଦୃଢ଼ କରିବ ଓ ବ୍ୟବସାୟକୁ ମଜବୁତ କରିବା ସହ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ନୂଆ ଉତ୍ସାହ ଆଣିଦେବ।

National
ସାମାଜିକ ସୁରକ୍ଷା ସୁବିଧା ପାଉଛନ୍ତି ଭାରତର ୯୨ କୋଟି ଲୋକ!
ଏଥିରୁ ଜଣାପଡିଛି ଯେ ଭାରତର ୬୫% ଜନସଂଖ୍ୟା ଅର୍ଥାତ ୯୨ କୋଟି ଲୋକ ଅତି କମରେ ଗୋଟିଏ ସାମାଜିକ ସୁରକ୍ଷା ସୁବିଧା (ନଗଦ, ଅଣଆର୍ଥିକ ସୁବିଧା ଏବଂ ଉଭୟ ପ୍ରକାରରେ) ଅନ୍ତର୍ଭୁକ୍ତ ଅଛନ୍ତି ଏବଂ ୪୮.୮% ନଗଦ ସୁବିଧା ପାଉଛନ୍ତି।
National
ଅମାନବିକତା; ହାଇକୋର୍ଟଙ୍କ କେଉଁ ରାୟ ଉପରେ ରୋକ ଲଗାଇ ସୁପ୍ରିମକୋର୍ଟ ଏମିତି ଶବ୍ଦ ପ୍ରୟୋଗ କଲେ
ହାଇକୋର୍ଟଙ୍କ ଏହି ରାୟକୁ ବିଭିନ୍ନ ବର୍ଗର ଲୋକେ ସମାଲୋଚନା କରିଥିଲେ। ସୁପ୍ରିମକୋର୍ଟ ନିଜ ଆଡ଼ୁ ଏହି ମାମଲାର ଶୁଣାଣି କରିବା ବୋଲି ଘୋଷଣା କରିଥିଲେ।

Guest Column
ଅସହିଷ୍ଣୁତାର ବାତାବରଣରେ କୁନାଲ କାମରାଙ୍କ ବ୍ୟଙ୍ଗ
ପ୍ରଥମ ପ୍ରଧାନମନ୍ତ୍ରୀ କଂଗ୍ରେସର ପଣ୍ଡିତ ଜବାହର୍ଲାଲ୍ ନେହେରୁ ହୁଅନ୍ତୁ ବା ବିଜେପି ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ହୁଅନ୍ତୁ, ସେମାନେ ସମାଲୋଚକମାନଙ୍କୁ ସିଧାସଳଖ ନିନ୍ଦା କରିବା ବା ସେମାନଙ୍କ ବିରୋଧରେ ଅସହିଷ୍ଣୁତାର ବାତାବରଣ ସୃଷ୍ଟି କରିବାରେ କେବେ ବି ଏକମତ ହୋଇନାହାନ୍ତି।

National
ସାଂସଦଙ୍କ ବେତନ ବୃଦ୍ଧିର ଆଧାର କ’ଣ?
୨୦୧୬ରେ ସାଂସଦମାନଙ୍କ ବେତନ ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦୃଢ଼ ମତ ରଖିଥିଲେ। ସାଂସଦମାନେ ନିଜର ଦରମା ସମ୍ପର୍କରେ ନିଜେ ନିଷ୍ପତ୍ତି ନେବା ଉଚିତ୍ ନୁହେଁ ଏବଂ ବେତନ ଆୟୋଗ ଭଳି ଏକ ସଂସ୍ଥା ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଥିଲେ। ଅଥବା ବିଭିନ୍ନ ସମୟରେ ନିର୍ଦ୍ଦିଷ୍ଟ ପଦବୀ ଏବଂ ପାହ୍ୟାରେ ହେଉଥିବା ବେତନ ବୃଦ୍ଧି ସହ ଏହାକୁ ଯୋଡ଼ିବା ଆବଶ୍ୟକ ବୋଲି ସେ କହିଥିଲେ।