Kamal Haasan gifts car to woman bus driver
କୋଇମ୍ୱାଟୁରରେ ହୋଇଥିବା ପ୍ରଥମ ମହିଳା ବସ୍ ଡ୍ରାଇଭର ଶର୍ମିଲାଙ୍କୁ କାର୍ ଉପହାର ଦେଲେ ଅଭିନେତା ତଥା ରାଜନେତା କମଲ ହାସନ। ତାମିଲନାଡ଼ୁରେ ଡିଏମ୍କେ ସାଂସଦ କାନିମୋଝିଙ୍କୁ ଗତ ସପ୍ତାହରେ ଏକ ଟ୍ରାଭେଲ ଟିକେଟ ଦେଇ ବିବାଦକୁ ଆସିବା ପରେ ଏହି ମହିଳା ବସ୍ ଡ୍ରାଇଭର ଚାକିରି ଛାଡ଼ିଥିଲେ।
ଶର୍ମିଲାଙ୍କୁ ଏହି କାର ଜଣେ ଉଦ୍ୟୋଗପତି କରିବାରେ ସହାୟକ ହେବ ବୋଲି କମଲ ହାସନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏଥିସହ ତାଙ୍କୁ ଶୁଭେଚ୍ଛା ଜଣାଇ ଏହା ଅନ୍ୟ ମହିଳାଙ୍କୁ ମଧ୍ୟ ସ୍ୱାବଲମ୍ୱି କରିବା ସହାୟକ ହେବ ବୋଲି ସେ କହିଛନ୍ତି।
ସୂଚନା ଥାଉକି, ଗତ ସପ୍ତାହରେ କାନିମୋଝିଙ୍କୁ ବସ୍ରେ ବସି ବୁଲାଇବା ଯୋଗୁ ଶର୍ମିଲାଙ୍କୁ ସମାଲୋଚନା ସରିବାକୁ ପଡ଼ିଥିଲା ଓ ତାଙ୍କୁ ଚାକିରିରୁ ହଟାଇ ଦିଆଯାଇଥିଲା। ଯାହାପରେ ଏହାକୁ ନେଇ ସ୍ଥାନୀୟ ରାଜନୀତିରେ ଏହି ଘଟଣା ଖୁବ୍ ଚର୍ଚ୍ଚାକୁ ଆସିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us