Advertisment

DMK ପାଇଁ ପ୍ରଚାର କରିବେ, ରାଜ୍ୟସଭା ସିଟ୍‌ ନେବେ

କମଲ ହାସନଙ୍କ ଦଳ ଡିଏମ୍‌କେ ମେଣ୍ଟ ପାଇଁ ୩୯ଟି ଲୋକସଭା ଆସନରେ ପ୍ରଚାର କରିବ।

author-image
Madhupriya Mistry
MK Stalin and  Kamal Hassan

MK Stalin and Kamal Hassan

ଅଭିନେତାରୁ ନେତା ପାଲଟିଥିବା ସାଉଥର ସୁପରଷ୍ଟାର କମଲ ହାସନ। ଏଥର ଲୋକସଭା ନିର୍ବାଚନ ସେ ଲଢ଼ିବେନି। କିନ୍ତୁ ଡିଏମ୍‌କେ ପାଇଁ କରିବେ ପ୍ରଚାର। ଆଉ ପ୍ରଚାର ବଦଳରେ ତାଙ୍କ ଦଳ ଏମ୍‌ଏନ୍‌ଏମ୍‌ଙ୍କୁ ମିଳିବ ଗୋଟିଏ ରାଜ୍ୟସଭା ସିଟ୍‌। ତାମିଲନାଡୁରେ ଡିଏମ୍‌କେ ଏଭଳି କିଛି ମେଣ୍ଟ ଫର୍ମୁଲା ପ୍ରସ୍ତୁତ କରିଥିବା ସୂଚନା ମିଳିଛି। ଏହା ବ୍ୟତୀତ ଡିଏମ୍‌କେ ନେତୃତ୍ୱାଧୀନ ମେଣ୍ଟ ପାଇଁ ମଧ୍ୟ ଏମ୍‌ଏନ୍‌ଏମ୍‌ ପ୍ରଚାର କରିବ ବୋଲି ମଧ୍ୟ କଥା ପକ୍କା ହୋଇଛି।

Advertisment

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌, ଉଦୟନିଧି ଷ୍ଟାଲିନ ଓ ଅନ୍ୟ ବରିଷ୍ଠ ଡିଏମ୍‌କେ ନେତା ଚେନ୍ନାଇର ଡିଏମ୍‌କେ କାର୍ଯ୍ୟାଳୟରେ କମଲ ହାସନଙ୍କୁ ସାକ୍ଷାତ କରିଛନ୍ତି। କମଲ ହାସନ କହିଛନ୍ତି, ସେ ଲୋକସନା ନିର୍ବାଚନ ଲଢ଼ିବେ ନାହିଁ। କିନ୍ତୁ ଚେନ୍ନାଇରେ ଡିଏମ୍‌କେ ନେତୃତ୍ୱାଧୀନ ମେଣ୍ଟ ପାଇଁ ପ୍ରଚାର କରିବେ। କୌଣସି ଆସନ ପାଇଁ ନୁହେଁ ଦେଶ ପାଇଁ ସେ ଏଭଳି କରିବେ। ଯେଉଁଠି ତାଙ୍କର ସମର୍ଥନ ଲୋଡା, ସେ ତାଙ୍କୁ ନିଜ ସମର୍ଥନ ଦେଉଛନ୍ତି ବୋଲି କହିଛନ୍ତି।

ଅନ୍ୟପଟେ କଂଗ୍ରେସ ପାଇଁ ଡିଏମ୍‌କେ ୨୦୧୯ର ସିଟ୍‌ ଶେୟାରିଂ ଫର୍ମୁଲାକୁ ଦୋହରାଇଛି। କଂଗ୍ରେସକୁ ତାମିଲନାଡୁରେ ୯ଟି ଲୋକସଭା ଆସନ ଓ ପୁଡୁଚେରୀରେ ଗୋଟିଏ ଆସନ ଅଫର୍‌ କରିଛି ଡିଏମ୍‌କେ।

Advertisment

କମଲ ହାସନଙ୍କ ଦଳ ଏମ୍‌ଏନ୍‌ଏମ୍‌କୁ ଡିଏମ୍‌କେ ମେଣ୍ଟ ତରଫରୁ ୨୦୨୫ ରାଜ୍ୟସଭା ନିର୍ବାଚନ ପାଇଁ ଗୋଟିଏ ସିଟ୍‌ ଦିଆଯାଇଛି। ପୂର୍ବରୁ ଦଳ ଲୋକସଭା ନିର୍ବାଚନ ପାଇଁ ଏମ୍‌ଏନ୍‌ଏମ୍‌କୁ କିଛି ସିଟ୍‌ ଦେଇପାରେ ବୋଲି କୁହାଯାଉଥିଲା। କିନ୍ତୁ କମଲ ହାସନ ଓ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ମଧ୍ୟରେ ଆଲୋଚନା ହେବା ପରେ ଡିଲ୍‌ ଫାଇନାଲ ହୋଇଛି। କହିରଖୁ କମଲ ହାସନଙ୍କ ଦଳ ଡିଏମ୍‌କେ ମେଣ୍ଟ ପାଇଁ ୩୯ଟି ଲୋକସଭା ଆସନରେ ପ୍ରଚାର କାମ କରିବ।

Tamilnadu DMK Kamal Haasan Loksabha Election 2024