Advertisment

ଟ୍ରେନ୍‌ ଟ୍ରାଜେଡି: ସିଆଲଦା ଷ୍ଟେସନରେ ପହଞ୍ଚିଲା ଦୁର୍ଘଟଣାଗ୍ରସ୍ତ କାଞ୍ଚନଜଙ୍ଗା ଏକ୍ସପ୍ରେସ

ଦୁର୍ଘଟଣାର ୧୨ ଘଣ୍ଟା ମଧ୍ୟ ଦାର୍ଜିଲିଂ ରୁଟ୍‌ରେ ଥିବା ରେଳ ଟ୍ରାକ୍ ରିଷ୍ଟୋର୍‌ ହୋଇଛି। ରେଳ ସେବା ପୁଣି ଥରେ ଆରମ୍ଭ ହୋଇଛି।

Train Accident

Train Accident

Advertisment

ଗତକାଲି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଜି ଷ୍ଟେସନରେ ପହଞ୍ଚିଲା କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌। ପଶ୍ଚିମବଙ୍ଗର ଫାନ୍‌ସିଦେବା ଠାରେ ମାଲବାହୀ ଟ୍ରେନ୍‌ ଧକ୍କାରେ ଦୁର୍ଘଟଣାର ଶିକାର ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ ସିଆଲଦା ଷ୍ଟେସନରେ ପହଞ୍ଚିଛି। ସେପଟେ ଦୁର୍ଘଟଣାର ୧୨ ଘଣ୍ଟା ମଧ୍ୟ ଦାର୍ଜିଲିଂ ରୁଟ୍‌ରେ ଥିବା ରେଳ ଟ୍ରାକ୍ ରିଷ୍ଟୋର୍‌ ହୋଇଛି। ରେଳ ସେବା ପୁଣି ଥରେ ଆରମ୍ଭ ହୋଇଛି।

Advertisment

ଦୁର୍ଘଟଣାର ଶିକାର ହୋଇଥିବା ତିନୋଟି ବଗିକୁ ଛାଡି ବାକି କାଞ୍ଚନଜଙ୍ଗା ଏକ୍ସପ୍ରେସ ଆଜି ଭୋରୁ ସିଲଦାଠାରେ ପହଞ୍ଚିଥିଲା, ପରେ ଯାତ୍ରୀମାନଙ୍କୁ ବସ୍ ମାଧ୍ୟମରେ ସେମାନଙ୍କ ଘରକୁ ପଠାଯାଇଥିଲା। ଯଦିଓ ମାଲଗାଡି ଟ୍ରେନ୍‌ ଡ୍ରାଇଭରଙ୍କ ଅବହେଳା ଯୋଗୁ ଏହି ଟ୍ରେନ୍ ଦୁର୍ଘଟଣାର ଘଟିଥିବା କୁହାଯାଉଛି, ତଥା ରେଳ ମନ୍ତ୍ରଣାଳୟ ଏହି ଦୁର୍ଘଟଣାର ଯାଞ୍ଚ ପାଇଁ ଏକ ଟିମ୍ ଗଠନ କରିଛି।

ଏହି ଟ୍ରେନ୍‌ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୫୦ ଜଣ ଆହତ ହୋଇଛନ୍ତି। ରେଳବାଇ ତରଫରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି। ଏଥିସହ ଗୁରୁତରଙ୍କୁ ଅଢ଼େଇ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି।

Advertisment
West Bengal Train Accident Kanchanjunga Express
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe