Advertisment

ଭିନେଶଙ୍କୁ ଟାର୍ଗେଟ୍‌ କଲେ କଙ୍ଗନା, କହିଲେ…

ରେସ୍‌ଲର୍‌ ଭିନେଶ ଫୋଗାଟ ସେମିଫାଇନାଲରେ ଜିତି ଫାଇନାଲରେ ଏଣ୍ଟ୍ରି କରିବା ପରେ ସମସ୍ତେ ପ୍ରଶଂସା କରୁଥିବା ବେଳେ ଅଭିନେତ୍ରୀ କଙ୍ଗନା କିନ୍ତୁ ତାଙ୍କୁ ନେଇ ଦେଇଛନ୍ତି ଭିନ୍ନ ପ୍ରତିକ୍ରିୟା।

ଅଦ୍ୟତନ ହୋଇଛି
Vinesh Phogat and Kangana Ranaut

Vinesh Phogat and Kangana Ranaut

Advertisment

ବଲିଉଡ ଅଭିନେତ୍ରୀ ତଥା ମଣ୍ଡି ସାଂସଦ କଙ୍ଗନା ରଣାଓ୍ୱତ। ସର୍ବଦା ସେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି। କେତେବେଳେ ନିଜ ବେଧଡକ ବୟାନକୁ ନେଇ ତ ଆଉ କେତେବେଳେ ନିଜ ସୋଶାଲ ମିଡିଆ ପୋଷ୍ଟକୁ ନେଇ ସେ ସର୍ବଦା ହେଡ୍‌ଲାଇନ୍‌ରେ ରୁହନ୍ତି। ଏବେ ରେସ୍‌ଲର୍‌ ଭିନେଶ ଫୋଗାଟଙ୍କ ପ୍ୟାରିସ ଅଲିମ୍ପିକ୍ସରେ ତାଙ୍କ ଯାତ୍ରାକୁ ନେଇ ସମସ୍ତେ ପ୍ରଶଂସା କରୁଥିବା ବେଳେ କଙ୍ଗନା କିନ୍ତୁ ତାଙ୍କୁ କରିଛନ୍ତି ଟାର୍ଗେଟ୍‌। ଏହାକୁ ନେଇ ସେ ଏବେ ଚର୍ଚ୍ଚାକୁ ଆସିଛନ୍ତି।

Advertisment

ପ୍ରକୃତରେ ଭାରତୀୟ ମହିଳା ରେସଲର ଭିନେଶ ଫୋଗାଟ୍ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଇତିହାସ ରଚିଛନ୍ତି। ମହିଳା ୫୦ କିଲୋଗ୍ରାମ ବର୍ଗର ସେମିଫାଇନାଲରେ କ୍ୟୁବା ରେସଲର ୟୁସନିଲିସ୍ ଗୁଜମାନଙ୍କୁ ପରାସ୍ତ କରି ସେ ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଐତିହାସିକ ବିଜୟ ସହିତ ଭିନେଶଙ୍କ ରୌପ୍ୟ ପଦକ ପକ୍କା ହୋଇଛି। ଏହି ବିଜୟ ପାଇଁ ଭିନେଶଙ୍କୁ ଚାରିଆଡୁ ପ୍ରଶଂସା ସୁଅ ଛୁଟିଛି। ସମସ୍ତେ ଶୁଭେଚ୍ଛା ଜଣାଉଥିବା ବେଳେ ଅଭିନେତ୍ରୀ କଙ୍ଗନା କିନ୍ତୁ ତାଙ୍କୁ ନେଇ ଦେଇଛନ୍ତି ଭିନ୍ନ ପ୍ରତିକ୍ରିୟା।

ରେସଲର୍‌ ଭିନେଶ ଫୋଗାଟଙ୍କ ବିଜୟକୁ ନେଇ କଙ୍ଗନା ନିଜ ଇନ୍‌ଷ୍ଟାଗ୍ରାମ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ସେ ତ୍ରିରଙ୍ଗା ସହ ଭିନେଶଙ୍କ ଫଟୋ ସେୟାର କରିଛନ୍ତି। ଆଉ ଏଥିରେ ସେ ଲେଖିଛନ୍ତି, 'ଭାରତକୁ ତା'ର ପ୍ରଥମ ଗୋଲ୍ଡ ମିଳୁ ବୋଲି ମୁଁ ପ୍ରାର୍ଥନା କରୁଛି। ଭିନେଶ ଫୋଗାଟ ଦିନେ ଆନ୍ଦୋଳନରେ ଭାଗ ନେଇଥିଲେ। ଏଥିରେ ସେ ମୋଦିଙ୍କ ବିରୋଧରେ ନାରା ଦେଇଥିଲେ। ଏହା ସତ୍ତ୍ୱେ ବି ତାଙ୍କୁ ଦେଶର ପ୍ରତିନିଧିତ୍ୱ କରିବାକୁ ସୁଯୋଗ ମିଳିଲା। ସେ ସର୍ବୋତ୍ତମ ପ୍ରଶିକ୍ଷଣ, କୋଚ୍ ଏବଂ ସୁବିଧା ପାଇଲେ। ଏହା ହେଉଛି ଗଣତନ୍ତ୍ରର ସୌନ୍ଦର୍ଯ୍ୟ ଏବଂ ଜଣେ ଭଲ ନେତାର ପରିଚୟ।'

Advertisment
Kangana targetକଙ୍ଗନା ସେୟାର କରିଥିବା ପୋଷ୍ଟ

କଙ୍ଗନାଙ୍କ ଏହି ପୋଷ୍ଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କହିବାକୁ ଗଲେ ଗତବର୍ଷ ଭିନେଶ ଫୋଗାଟା ପୂର୍ବତନ ଭାରତୀୟ ରେସଲିଂ ଫେଡେରେଶନ ମୁଖ୍ୟ ବ୍ରିଜ ଭୂଷଣ ସିଂହ ଶରଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହା ପରେ, ସେ ତାଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିଥିଲେ। ଏଥିଯୋଗୁ ସେ ଦୀର୍ଘ ସମୟ ଧରି କୁସ୍ତିରୁ ଦୂରେଇ ରହିଥିଲେ।

Kangana Ranaut Paris Olympics 2024 Vinesh Phogat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe