Advertisment

ପୁଣି ବିବାଦରେ କଙ୍ଗନା, ଗାନ୍ଧୀ ଜୟନ୍ତୀ ଅବସରରେ କହିଲେ ଦେଶରେ ପିତା ନାହାନ୍ତି ବରଂ...

ତାଙ୍କର ଏହି ବିବାଦୀୟ ପୋଷ୍ଟକୁ ନେଇ ଘେରିଛନ୍ତି କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ। ଗାନ୍ଧୀଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ପାଇଁ ସେ କଙ୍ଗନାଙ୍କୁ ସମାଲୋଚନା କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Kangana Ranaut

Kangana Ranaut

ପୁଣି ବିବାଦ ଘେରରେ ଅଭିନେତ୍ରୀ ତଥା ହିମାଚଳ ପ୍ରଦେଶ ମଣ୍ଡିର ସାଂସଦ କଙ୍ଗନା ରଣାଓ୍ୱତ। ଗାନ୍ଧୀ ଜୟନ୍ତୀ ଅବସରରେ ବିଜେପି ସାଂସଦ କଙ୍ଗନା ରାଣାୱତ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ନେଇ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରି ବିବାଦ ଘେରକୁ ଆସିଛନ୍ତି।

Advertisment

ନିକଟରେ କଙ୍ଗନା କୃଷକ ଆନ୍ଦୋଳନକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଏବେ ଶାସ୍ତ୍ରୀଙ୍କ ୧୨୦ତମ ଜୟନ୍ତୀ ଅବସରରେ ଏକ ପୋଷ୍ଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ଯେଉଁଥିରେ ଗାନ୍ଧିଜୀଙ୍କୁ ଜାତିର ପିତା ଭାବରେ ମାନ୍ୟତାକୁ ଅଣଦେଖା କରିଛନ୍ତି।

ଦେଶର ପିତା ନାହାନ୍ତି, ବରଂ ଦେଶର ଲାଲ (ପୁଅ) ଅଛନ୍ତି। ଧନ୍ୟ ହୁଅନ୍ତୁ ଭାରତ ମାତାଙ୍କ ଲାଲ ବୋଲି ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି। ଦେଶରେ ଗାନ୍ଧିଜୀଙ୍କ ସ୍ୱଚ୍ଛତା ପରମ୍ପରାକୁ ଜାରି ରଖିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି।

Advertisment
Kangana Postକଙ୍ଗନା କରିଥିବା ବିବାଦୀୟ ପୋଷ୍ଟ

ତେବେ ଶାସ୍ତ୍ରୀ ଏବଂ ଗାନ୍ଧୀଙ୍କୁ ନେଇ ଏହି ପୋଷ୍ଟ ହିମାଚଳ ପ୍ରଦେଶ ମଣ୍ଡିର ବିଜେପି ସାଂସଦଙ୍କ ପାଇଁ ଆଉ ଏକ ବିବାଦ ସୃଷ୍ଟି କରିଛି। ତାଙ୍କର ଏହି ବିବାଦୀୟ ପୋଷ୍ଟକୁ ନେଇ ଘେରିଛନ୍ତି କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ। ଗାନ୍ଧୀଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ପାଇଁ ସେ କଙ୍ଗନାଙ୍କୁ ସମାଲୋଚନା କରିଛନ୍ତି।

ସେ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ବିଜେପି ସାଂସଦ କଙ୍ଗନା ଏଭଳି ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି। ଗୋଡସେ ଉପାସକମାନେ ବାପୁ ଏବଂ ଶାସ୍ତ୍ରୀଜୀଙ୍କ ମଧ୍ୟରେ ପାର୍ଥକ୍ୟ ଆଙ୍କିଥାନ୍ତି। ନରେନ୍ଦ୍ର ମୋଦି ତାଙ୍କ ଦଳର ନୂଆ ଗଡସେ ଭକ୍ତଙ୍କୁ ହୃଦୟରୁ କ୍ଷମା କରିବେ କି? ଜାତିର ପିତା ଅଛନ୍ତି, ପୁଅ ଅଛନ୍ତି, ସହିଦ ଅଛନ୍ତି। ସମସ୍ତେ ସମ୍ମାନର ଯୋଗ୍ୟ ବୋଲି ଶ୍ରୀନେତ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି।

Bjp Kangana Ranaut Congress Kangana Ranaut Gandhi Remark