Advertisment

ଦୀପାବଳିରେ ଅଘଟଣ; ଦୀପ ନିଆଁ ବ୍ୟାପି ୩ ଜୀବନ୍ତ ଦଗ୍ଧ

ଉତ୍ତରପ୍ରଦେଶର କାନପୁରରେ ଦୀପାବଳିରେ ଘଟିଛି ଅଘଟଣ । ଘରେ ଜଳଥିବା ଦୀପରୁ ନିଆଁ ବ୍ୟାପି ଚାଲିଗଲା ୩ ଜୀବନ ।

Couple Died

Couple Died

Advertisment

ଉତ୍ତରପ୍ରଦେଶର କାନପୁରରେ ଦୀପାବଳିରେ ଘଟିଛି ଅଘଟଣ । ଘରେ ଜଳଥିବା ଦୀପରୁ ନିଆଁ ବ୍ୟାପି ଚାଲିଗଲା ୩ ଜୀବନ । ମୃତକଙ୍କ ମଧ୍ୟରେ ପତିପତ୍ନୀ ଓ ତାଙ୍କ ଘରୋଇ ସହାୟିକା ଥିବା ଜଣାଯାଇଛି।

Advertisment

ମୃତକ ହେଲେ ଶ୍ୟାମ ଦସାନୀ, ତାଙ୍କ ପତ୍ନୀ କନିକା ଦସାନୀ ଓ ଘରୋଇ ସହାୟିକା ଛବି ଅଛନ୍ତି। ସେମାନେ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଶ୍ୟାମ ଦସାନୀ ଜଣେ ପ୍ରତିଷ୍ଠିତ ବିସ୍କୁଟ ବ୍ୟବସାୟୀ ବୋଲି ଜଣାଯାଇଛି।

ଗତ ରାତିରେ ଶ୍ୟାମ ଦସାନୀଙ୍କ ପରିବାର ହସଖୁସିରେ ଦୀପାବଳି ପାଳନ କରିଥିବା ବେଳେ ଘରେ ପୂଜାର୍ଚ୍ଚନା ବି କରିଥିଲେ। ଏହାପରେ ଘରେ ଥିବା ମନ୍ଦିର ସମ୍ମୁଖରେ ଦୀପ ଜଳୁଥିବା ବେଳେ ପରିବାର ଲୋକେ ଶୋଇ ଯାଇଥିଲେ।

Advertisment

ଘରେ କେବଳ ଶ୍ୟାମ ଦସାନୀ, ତାଙ୍କ ପତ୍ନୀ ଓ ଘରୋଇ ସହାୟିକା ହିଁ ଥିଲେ। ତାଙ୍କ ପୁଅ କୌଣସି କାମରେ ବାହାରକୁ ଯାଇଥିବାରୁ ସେ ଏହି ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି।

କିଛି ସମୟ ପରେ ଦୀପ ନିଆଁ ପରଦାକୁ ବ୍ୟାପି ଘରେ ମାଡ଼ି ଯାଇଥିଲା। ଫଳରେ ଘର ହୁତୁହୁତୁ ହୋଇ ଜଳିବା ସହ ଚାରିଆଡ଼ ଧୂଆଁମୟ ହୋଇ ଯାଇଥିଲା। ଶ୍ୟାମ ଦସାନୀଙ୍କ ପରିବାର ଲୋକଙ୍କ ନିଦ ଭାଙ୍ଗିବା ପରେ ସେମାନେ ଆଉ ବାହାରିବାକୁ ବାଟ ପାଇ ନ ଥିଲେ। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଖବର ପାଇ ପୁଲିସ୍‌ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତକୁ ଆଣିଥିଲେ। ଏହାପରେ ପୁଲିସ୍‌ ଖୋଜଖୋଜି କରି ୩ ମୃତଦେହ ଘରୁ ଉଦ୍ଧାର କରି  ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ 

Uttar Pradesh Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe