Advertisment

ମହିଳାଙ୍କୁ ମାରି ଡିଏମ୍‌ଙ୍କ ଘର ପରିସରରେ ପୋତି ଥିଲେ ଜିମ୍‌ ଟ୍ରେନର୍‌, ୨୨ଥର ଦେଖିଥିଲେ 'ଦୃଶ୍ୟମ'

୪ ମାସ ତଳେ ଉକ୍ତ ମହିଳା ନିଖୋଜ ଥିବା ନେଇ ତାଙ୍କ ସ୍ୱାମୀ ଅଭିଯୋଗ ଆଣିଥିଲେ। ଏବେ ଜିଲ୍ଲାପାଳଙ୍କ କମ୍ପାଉଣ୍ଡ ପରିସରରୁ ଉକ୍ତ ମହିଳାଙ୍କ କଙ୍କାଳ ଉଦ୍ଧାର ହୋଇଛି।

Missing Women Found

Missing Women Found

Advertisment

ପ୍ରଥମେ ମହିଳାଙ୍କୁ ଅପହରଣ। ତା'ପରେ ହତ୍ୟା। ଆଉ ୨୨ଥର 'ଦୃଶ୍ୟମ' ଫିଲ୍ମ ଦେଖି VVIP କମ୍ପାଉଣ୍ଡରେ ମୃତଦେହକୁ ପୋତିଲେ। ଏବେ ଅଭିଯୁକ୍ତ ଜିମ୍‌ ଟ୍ରେନ୍‌ରକୁ ଗିରଫ କରିବା ପରେ ୪ ମାସ ପରେ ପୁଲିସ ଏହାର ପର୍ଦ୍ଦାଫାଶ କରିଛି। ଏଭଳି କିଛି ହତ୍ୟାକାଣ୍ଡ ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁରରେ।

Advertisment

କାନୁପୁର ସିଭିଲ୍‌ ଲାଇନ୍‌ରେ ରହୁଥିବା ବ୍ୟବସାୟୀ ରାହୁଲ ଗୁପ୍ତା। ଜୁନ୍‌ ୨୪ ତାରିଖ ସକାଳେ ତାଙ୍କ ପତ୍ନୀ ଏକତା ଗୁପ୍ତା ଗ୍ରୀନ୍‌ ପାର୍କ ଜିମ୍‌କୁ ଯାଇଥିଲେ। ତେବେ ସେଠାରୁ ସେ ଆଉ ଫେରି ନଥିଲେ। ଏହାପରେ ସ୍ୱାମୀ ରାହୁଲ ଗୁପ୍ତା ଜିମ୍‌ ଟ୍ରେନ୍‌ର ବିମଲ କୁମାର ତାଙ୍କ ପତ୍ନୀଙ୍କୁ ଅପହଣ କରିଥିବା ଅଭିଯୋଗ ଆଣିଥିଲେ। ପୁଲିସ ତଦନ୍ତରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।

ଏବେ ଏହି ଘଟଣାର ୪ ମାସ ପରେ ପୁଲିସ ଅଭିଯୁକ୍ତ ଜିମ୍‌ ଟ୍ରେନ୍‌ର ବିମଲ କୁମାରକୁ ଗିରଫ କରିଛି। ପଚରାଉଚରା ବେଳେ ଏକତାଙ୍କୁ ସେ କିଭଳି ହତ୍ୟା କରିଥିଲା ଓ କେଉଁଠି ପୋତିଥିଲା ତା'ରା ଖୁଲାସା ହୋଇଛି। ଏକତାଙ୍କ ମୃତଦେହକୁ କାନପୁର ଜିଲ୍ଲାପାଳଙ୍କ ବାସଭବନ ପରିସରରେ ୪ ଫୁଟ୍‌ ମାଟି ତଳେ ପୋତି ଥିବା ପୁଲିସ ପଚରାଉଚରା ବେଳେ ବିମଲ ଉଗାରିଛି। ଏହାପରେ ପୁଲିସ ଜିଲ୍ଲାପାଳଙ୍କ ବଙ୍ଗଳାର କମ୍ପାଉଣ୍ଡରେ ଥିବା ବଗିଚାରେ ଖୋଲିବା ପରେ ମାଟି ତଳୁ ଏକତାଙ୍କ କଙ୍କଳା ଉଦ୍ଧାର ହୋଇଛି।

Advertisment

ପୁଲିସ କହିବା ମୁତାବକ, ଚାରି ମାସ ପୂର୍ବେ ଜିମ୍‌ ଟ୍ରେନ୍‌ର ବିମଲ କୁମାର ବ୍ୟବସାୟୀଙ୍କ ପତ୍ନୀଙ୍କୁ ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିଲା। ଏକତା ଓ ବିମଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ତେବେ ଅପହରଣ ଷଡ଼ଯନ୍ତ୍ର ପୂର୍ବରୁ ବିମଲ ବଲିଉଡ଼ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ 'ଦୃଶ୍ୟମ' ଓ 'ଦୃଶ୍ୟମ-୨'କୁ ୨୨ ଥର ଦେଖିଥିଲା। କେବଳ ସେତକି ନୁହେଁ ଜିଲ୍ଲାପାଳଙ୍କ ଘରର ରେକି ମଧ୍ୟ କରିଥିଲା। ଏହାପରେ ଏକତାଙ୍କୁ ହତ୍ୟା ପରେ ଜିମ୍‌ ଟ୍ରେନ୍‌ର ମହିଳାଙ୍କ ସୁନା ଅଳଙ୍କାର ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ପୁଲିସ ବର୍ତ୍ତମାନ ପୂରା ମାମଲାର ତଦନ୍ତ ଜାରି ରଖିଛି। ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। 

Murder Uttar Pradesh Crime News Kanpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe