Advertisment

କାଉଡ଼ିଆଙ୍କ ତାଣ୍ଡବ, ରିକ୍ସା ଚାଳକଙ୍କୁ ପିଟିଲେ

ଇ-ରିକ୍ସା ଚାଳକଙ୍କୁ ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଏହି ମାମଲାରେ ଅଜ୍ଞାତ କାଉଡ଼ିଆଙ୍କ ବିରୋଧରେ ମାମଲା ରୁଜୁ କରିଛି।

Kanwariyas Tandav

Kanwariyas Tandav

Advertisment

ବିଚ୍‌ ରାସ୍ତାରେ କାଉଡ଼ିଆଙ୍କ ଉତ୍ପାତ। ଜଣେ ଇ-ରିକ୍ସ ଚାଳକଙ୍କୁ ମାରିଲେ ମାଡ଼। କେବଳ ସେତିକି ନୁହେଁ ତାଙ୍କ ଇ-ରିକ୍ସାକୁ ଭାଙ୍ଗି ମଧ୍ୟ ଦେଇଛନ୍ତି। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ରୁଡକିରେ।

Advertisment

ସୂଚନାନୁସାରେ, ଏହି ଘଟଣା ମାଙ୍ଗାଲୋର କୋଟୱାଲୀ ଅଞ୍ଚଳର ଲିବର୍ହେଡି କେନାଲ ଟ୍ରାକରେ ଘଟିଛି। ରିକ୍ସା ଚାଳକ ଜଣକ କାଉଡ଼ଆଙ୍କୁ ଧକ୍କା ଦେଇ ତାଙ୍କ କାଉଡ଼ିଆ ବାଡି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା, ଯେଉଁଥିପାଇଁ କାଉଡ଼ିଆମାନେ ପ୍ରଥମେ ଇ-ରିକ୍ସା ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ। ତା’ପରେ ଇ-ରିକ୍ସାରେ ଭଙ୍ଗାରୁଜା କରାଯାଇଥିଲା।

ଏହି ସମୟରେ କାଉଡ଼ଆମାନେ ବୋଲ ବାମ, ଭୋଲେ ବାବା କି ଜୟ ସ୍ଲୋଗାନ ଦେଇଥିଲେ। ସେପଟେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାଉଡିଆଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ କିଛି ଶୁଣି ନଥିଲେ। ଇ-ରିକ୍ସା ଚାଳକଙ୍କୁ ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଏହି ମାମଲାରେ ଅଜ୍ଞାତ କାଉଡ଼ିଆଙ୍କ ବିରୋଧରେ ମାମଲା ରୁଜୁ କରିଛି।

Advertisment

ଏହା ପୂର୍ବରୁ ମୁଜାଫରନଗରରେ କାଉଡ଼ିଆମାନେ ଜଣେ କାର ଡ୍ରାଇଭରଙ୍କୁ ନିର୍ଧୁମ ପିଟିଥିଲେ। କେବଳ ଏତିକି ନୁହେଁ ସେମାନେ ପୁଲିସ ସମ୍ମୁଖରେ ତାଙ୍କ କାରକୁ ଭାଙ୍ଗି ଦେଇଥିଲେ। ଏହି ସମୟରେ ପୁଲିସ କର୍ମଚାରୀମାନେ ତାଙ୍କୁ ଅଟକାଇ ଥିଲେ ମଧ୍ୟ ସେମାନେ ଅଟକି ନଥିଲେ। ଯାତ୍ରା ସମୟରେ କାର ଧକ୍କା ହେତୁ କାଉଡିଆଙ୍କ ପାଣି ଭାର ବାଡ଼ି ଭାଙ୍ଗି ଯାଇଥିବା ସେମାନେ ଅଭିଯୋଗ କରିଥିଲେ।

Uttarakhand Kanwariyas Tandav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe