Advertisment

ଅନ୍ୟାୟ ବିରୋଧରେ ଲଢ଼ିବ କପିଲ ଶିବଙ୍କ ‘ଇନସାଫ’

ଦେଶରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ସରକାର ଅଧୀନରେ ଅନ୍ୟାୟର ଶିକାର ହେଉଥିବା ଲୋକଙ୍କୁ ନ୍ୟାୟ ଦେବେ କପିଲ ଶିବଲ।

Kapil sibal

Kapil sibal

Advertisment

ଦେଶରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ସରକାର ଅଧୀନରେ ଅନ୍ୟାୟର ଶିକାର ହେଉଥିବା ଲୋକଙ୍କୁ ନ୍ୟାୟ ଦେବେ କପିଲ ଶିବଲ। ଏଥିପାଇଁ ସେ ଇନସାଫ ନାଁରେ ନୂଆ ପ୍ଲାଟଫର୍ମ ଲଞ୍ଚ କରିଛନ୍ତି। ଅଣ ବିଜେପି ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳର ନେତା ଓ ସାଧାରଣ ଲୋକଙ୍କୁ ସେ ଏହି ନୂଆ ଲଢ଼େଇରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।

Advertisment

ରାଜ୍ୟସଭା ସାଂସଦ କପିଲ ଶିବଲ ଲଞ୍ଚ କରିଥିବା ଇନସାଫ ଜରିଆରେ ଅନ୍ୟାୟ ବିରୋଧରେ ଲଢ଼େଇ କରୁଥିବା ଲୋକଙ୍କୁ ଆଇନଜୀବୀଙ୍କ ସହ ମିଶି ସହାୟତା କରିବେ। ସେ ନିଜର ନୂଆ ପ୍ଲାଟଫର୍ମ ସହ ଇନସାଫ କେ ସିପାହୀ ନାଁରେ ଗୋଟିଏ ୱେବସାଇଟ ମଧ୍ୟ ଆରମ୍ଭ କରିଛନ୍ତି।

ମାର୍ଚ୍ଚ ୧୧ରେ ସେ ନିଜର ନୂଆ ଅଭିଯାନ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ଦିଲ୍ଲୀର ଯନ୍ତରମନ୍ତରେ ସମାବେଶ କରିବେ। ଏହି ସମୟରେ ସେ ସୁନ୍ଦର ଭାରତ ଗଠନ ପାଇଁ କରିଥିବା ଯୋଜନା ସମ୍ପର୍କରେ ସମସ୍ତଙ୍କୁ କହିବେ ବୋଲି ସୂଚନା ଦେଇଛନ୍ତି। 

Advertisment

କପିଲ ଶିବଲ କହିଛନ୍ତି, “ଏହା ଏକ ଜାତୀୟସ୍ତରୀୟ ପ୍ଲାଟଫର୍ମ ହେବ। ଆଇନଜୀବୀମାନେ ଏହାର ପୁରୋଧା ସାଜିବେ। ଆରଏସଏସ ଶାଖାଗୁଡ଼ିକ ପ୍ରତିଟି ଅଞ୍ଚଳରେ ନିଜର ଚିନ୍ତାଧାରାକୁ ବିସ୍ତାର କରୁଛନ୍ତି। ଏଥିପାଇଁ ଅନ୍ୟାୟ ବଢ଼ିବାରେ ଲାଗିଛି। ଆମେ ଅନ୍ୟାୟ ବିରୋଧରେ ଲଢ଼େଇ ମଧ୍ୟ କରିବୁ। ଏହା ସାଧାରଣ ଲୋକଙ୍କ ମଞ୍ଚ। ଏହା କୌଣସି ରାଜନୀତିକ ଦଳ ନୁହେଁ।”

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe