Advertisment

କାର୍‌କେଡ୍ ଧକ୍କାରେ ଦୁଇ ଜୀବନ ଚାଲିଯିବା ଘଟଣା, ପାଟି ଫିଟାଇଲେ କରଣ ଭୂଷଣ

ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ କରଣ ଭୂଷଣ ଶରଣ ସିଂହଙ୍କ କାର୍‌କେଡ୍ ଦୁର୍ଘଟଣାରେ ଦୁଇ ପିଲାଙ୍କ ଜୀବନ ଚାଲିଯିବା ଘଟଣାରେ ମୁହଁ ଖୋଲିଛନ୍ତି କରଣ ଭୂଷଣ।

karan-bhushan-sharan-singh

karan-bhushan-sharan-singh

Advertisment

ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ କରଣ ଭୂଷଣ ଶରଣ ସିଂହଙ୍କ କାର୍‌କେଡ୍ ଦୁର୍ଘଟଣାରେ ଦୁଇ ପିଲାଙ୍କ ଜୀବନ ଚାଲିଯିବା ଘଟଣାରେ ମୁହଁ ଖୋଲିଛନ୍ତି କରଣ ଭୂଷଣ। ଦୁର୍ଘଟଣା ଘଟାଇଥିବା ଗାଡ଼ିଠୁ ତାଙ୍କ ଗାଡ଼ି ପ୍ରାୟ ୪-୫ କିମି ଦୂରରେ ଥିଲା ବୋଲି କହିଛନ୍ତି କରଣ ଭୂଷଣ । ଏଥିସହ ଏହା ଏକ ଦୁର୍ଘଟଣା, ତେଣୁ ଅଯଥାରେ ତାଙ୍କ ନାଁକୁ ସାମିଲ ନ କରିବାକୁ ସେ କହିଛନ୍ତି ।

Advertisment

କରଣ ଭୂଷଣଙ୍କ କହିବାନୁଯାୟୀ, ଯାହା ଘଟିଗଲା ତାହା ଅତ୍ୟନ୍ତ ଦୁଃଖଦାୟକ । ଆମେ ୩,୪ଟି ଗାଡ଼ିରେ ନିର୍ବାଚନୀ କାର୍ଯ୍ୟକ୍ରମ ପାଇଁ ଯାଉଥିଲୁ। ମୋ’ ଗାଡ଼ିଠୁ ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ପ୍ରାୟ ୪-୫ କିମି ଦୂରତାରେ ଥିଲା। ମୁଁ ନିର୍ବାଚନୀ କାମରେ ବ୍ୟସ୍ତ ଥିବା ବେଳେ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କରେ କଲ୍‌ ଆସିଥିଲା। ଏହାପରେ ତୁରନ୍ତ ମୁଁ ଏକ ଗାଡ଼ି ଘଟଣାସ୍ଥଳକୁ ପଠାଇଥିଲି।

ଏଥିସହ ସେ କହିଛନ୍ତି, ଭାରସାମ୍ୟ ହରାଇ ବାଇକ୍‌ଟି ରାସ୍ତାରେ ପଡ଼ିଯିବାରୁ ପଛରେ ଥିବା ଆମ ଗାଡ଼ି ତାହାକୁ ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ଦୁଇ କଲେଜ ଛାତ୍ରଙ୍କ ଜୀବନ ଚାଲି ଯାଇଛି । ଏହା ଅତ୍ୟନ୍ତ ଦୁଃଖଦାୟକ । ଏହି ଦୁର୍ଘଟଣାରେ ଜଣେ ମହିଳା ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଉତ୍ତରପ୍ରଦେଶ କୈସରଗଞ୍ଜ ଲୋକସଭା କ୍ଷେତ୍ରରେ ଗତ ବୁଧବାର ଏହି ଦୁର୍ଘଟଣା ଘଟିଥିଲା ।  କୈସରଗଞ୍ଜ ଆସନରୁ ବିଜେପିର ପ୍ରାର୍ଥୀ ଥିବା କରଣ ଭୂଷଣ ସିଂହ ହେଉଛନ୍ତି ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ପୁଅ। ସେ ଗୋଣ୍ଡା ଜିଲ୍ଲାରେ ନିର୍ବାଚନୀ ପ୍ରଚାର କରୁଥିଲେ। ଏହି ସମୟରେ ଗତ ବୁଧବାର ତାଙ୍କ କାରକେଡ୍‌ରେ ସାମିଲ ଥିବା ଫର୍ଚୁନର୍‌ କାର୍ ୩ ଜଣଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣାସ୍ଥଲରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଅଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକଙ୍କୁ ପୁଲିସ୍‌ ଗିରଫ କରି ସାରିଛି।

ଉତ୍ତରପ୍ରଦେଶର କୈସରଗଞ୍ଜ ଲୋକସଭା ଆସନରୁ ବିଜେପି ବର୍ତ୍ତମାନର ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ଟିକେଟ୍‌ କାଟି ତାଙ୍କ ପୁଅ କରଣ ଭୂଷଣ ସିଂହଙ୍କୁ ପ୍ରାର୍ଥୀ କରିଛି। କରଣ ହେଉଛନ୍ତି ବ୍ରିଜଭୂଷଣଙ୍କ ସାନ ପୁଅ ।

Accident Brij Bhushan Sharan Singh BJP MP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe