Advertisment

ଧାରଣାରେ ବସିଥିଲେ ବିଜେପି ନେତା, ହେଲା ହାର୍ଟ ଆଟାକ୍‌

କାର୍‌ ଭିତରେ ବସିଥିବା ବେଳେ ସେ ହଠାତ୍‌ ଚେତାଶୂନ୍ୟ ହୋଇ ପଡିଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
bjp-leader MB Bhanushankar

bjp-leader MB Bhanushankar

ରାସ୍ତା ମଝିରେ ହେଲା ହାର୍ଟ ଆଟାକ୍‌। ଧାରଣାରେ ବସିଥିବା ବେଳେ ଟଳି ପଡ଼ିଲେ ବିଜେପି ନେତା। । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ଧାରଣାରେ ବସିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। କର୍ଣ୍ଣଟକରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା।

Advertisment

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧର ଧାରଣାରେ ବସିଥିବା ବିଜେପି ନେତା ତଥା ପୂର୍ବତନ ଏମ୍‌ଏଲସି ଏମ୍‌ବି ଭାନୁପ୍ରକାଶଙ୍କ ଦେହାନ୍ତ ହୋଇଛି। ଶିବାମୋଗାରେ ବିଜେପି ଦ୍ୱାରା ଆୟୋଜିତ ଏକ ବିରୋଧ ପ୍ରଦର୍ଶନରେ ଭାନୁପ୍ରକାଶ (୬୯) ଯୋଗ ଦେଇଥିଲେ। ବହୁ ସଂଖ୍ୟାରେ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିବା କର୍ମୀଙ୍କୁ ସେ ସମ୍ବୋଧିତ କରିଥିଲେ।

ତେବେ କାର୍‌ ଭିତରେ ବସିଥିବା ବେଳେ ସେ ହଠାତ୍‌ ଚେତାଶୂନ୍ୟ ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି।

Advertisment

କହିରଖୁ ଯେ, ନିର୍ବାଚନ ସରୁ ସରୁ କର୍ଣ୍ଣାଟକରେ ପେଟ୍ରୋଲ ଡିଜେଲ ଦାମ୍‌ ବୃଦ୍ଧି ପାଇଛି। କର୍ଣ୍ଣାଟକର କଂଗ୍ରେସ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ବିକ୍ରି ଟିକସ ତଥା ସେଲ୍‌ ଟ୍ୟାକ୍ସକୁ ଯଥାକ୍ରମେ ୨୯.୮୪ ପ୍ରତିଶତ ଏବଂ ୧୮.୪୪ ପ୍ରତି ଯାଏଁ ବୃଦ୍ଧି କରିଛନ୍ତି। ଏହି ସଂଶୋଧନ ପରେ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥାକ୍ରମେ ପ୍ରାୟ ୩ ଏବଂ ୩.୦୫ ଟଙ୍କା ବୃଦ୍ଧି ପାଇଛି। ଏହାକୁ ନେଇ ବରୋଧ ଜାରି ରହିଛି।

Karnataka Heart Attack BJP Leader Death