Advertisment

ସିବିଆଇକୁ କହିଲେ କର୍ଣ୍ଣାଟକା ସରକାର: ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଧରିବାକୁ ଅଲଗା ରାଷ୍ଟ୍ରର ସହାୟତା ନିଅ

ପ୍ରଜ୍ଜ୍ୱଳ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ନାତି। ନିର୍ବାଚନ ପୂର୍ବରୁ ନାତିଙ୍କ ବିରୋଧରେ ଏପରି ଅଭିଯୋଗ ଏବେ ଜେଡିଏସ ଓ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Prajwal Revanna

Prajwal Revanna

ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଧରିବା ପାଇଁ ସିବିଆଇ ବିଦେଶ ରାଷ୍ଟ୍ରର ସହାୟତା ନେଉ ବୋଲି ଆଜି କର୍ଣ୍ଣାଟକା ସରକାର କହିଛନ୍ତି। ସେହିପରି ସିବିଆଇ ମଧ୍ୟ ପ୍ରଜ୍ଜ୍ୱଳଙ୍କ ବିରୋଧରେ ବ୍ଲ୍ୟୁ କର୍ଣ୍ଣର ନୋଟିସ ଜାରି କରିବାକୁ ପଦକ୍ଷେପ ନେଇପାରେ। ପୂର୍ବରୁ ପ୍ରଜ୍ଜ୍ୱଳଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରାଯାଇଥିଲା। 

Advertisment

ବିଜେପିର ନିର୍ବାଚନୀ ପାର୍ଟନର ହେଉଛି ଜେଡିଏସ। ଏପରି କି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ପ୍ରଚାର ବେଳେ ରେଭାନ୍ନାଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ।

କିନ୍ତୁ ଭୋଟିଂ ପରେ ରେଭାନ୍ନାଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ସେ ଏକାଧିକ ମହିଳାଙ୍କୁ ବ୍ଲାକମେଲିଂ କରି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ତାଙ୍କର କିଛି ଅଶ୍ଲୀଳ ଭିଡିଓ ମଧ୍ୟ ଭାଇରାଲ ହୋଇଛି।

Advertisment

ଅଭିଯୋଗ ଆସିବା ପରେ ସେ ଜର୍ମାନୀ ଫେରାର ହୋଇ ଯାଇଛନ୍ତି। ଏହାକୁ ନେଇ ରାଜନୀତିକ ହଟଚମଟ ଲାଗି ରହିଥିବା ବେଳେ କର୍ଣ୍ଣାଟକାର କ୍ଷମତାସୀନ କଂଗ୍ରେସ ସରକାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟ୍ୟାକ୍ସଫୋର୍ସ ଗଠନ କରିଛନ୍ତି। ହେଲେ ସେ ପ୍ରଜ୍ଜ୍ୱଳ ବିଦେଶରେ ଥିବାରୁ ସରକାର ବାହାର ରାଷ୍ଟ୍ରର ସହଯୋଗ ଲୋଡ଼ିବାକୁ ଆଜି ସିବିଆଇକୁ କହିଛନ୍ତି।

ପ୍ରଜ୍ଜ୍ୱଳ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ନାତି। ନିର୍ବାଚନ ପୂର୍ବରୁ ନାତିଙ୍କ ବିରୋଧରେ ଏପରି ଅଭିଯୋଗ ଏବେ ଜେଡିଏସ ଓ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

ଅନ୍ୟପକ୍ଷରେ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଚିଠି ଲେଖିଛନ୍ତି। ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତା ଉପରେ ସେ ପ୍ରଶ୍ନ ଉଠାଇବା ସହ ପୀଡ଼ିତାମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଚିଠିରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ କହିଛନ୍ତି।

ରାହୁଲ ଗାନ୍ଧି କହିଛନ୍ତି, ନ୍ୟାୟ ପାଇଁ ଲଢେଇ କରୁଥିବା ପୀଡ଼ିତାମାନେ ଆମ ସହାନୁଭୂତି ଓ ସମର୍ଥନର ହକଦାର। ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଅନ୍ତୁ।

Karnataka Prajwal Revanna Prajwal Revanna Sex Scandal