Advertisment

ଆଜି କର୍ଣ୍ଣାଟକା ରେଜଲ୍ଟ

ମେ’ ୧୦ ତାରିଖରେ କର୍ଣ୍ଣାଟକାର ୨୨୪ ବିଧାନସଭା ଆସନ ପାଇଁ ଭୋଟ ହୋଇଥିଲା।

author-image
Ordigital Desk
ଅଦ୍ୟତନ ହୋଇଛି
Karnataka Assembly

Karnataka Assembly

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ ଲଢ଼େଇରେ ଆଖ୍ୟା ପାଇଥିବା ଦକ୍ଷିଣ ଗଡ଼ କର୍ଣ୍ଣାଟକା କାହା ହାତକୁ ଯିବ? ବିଜେପି ପୁଣି ସରକାର ଗଠନ କରିବ ନା କଂଗ୍ରେସ କ୍ଷମତା ଦଖଲ କରିବ, ତା’କୁ ନେଇ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ।

Advertisment

ମେ’ ୧୦ ତାରିଖରେ କର୍ଣ୍ଣାଟକାର ୨୨୪ ବିଧାନସଭା ଆସନ ପାଇଁ ଭୋଟ ହୋଇଥିଲା। ଆଜି ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରେଜଲ୍ଟ ବାହାରିବା ପୂର୍ବରୁ କଂଗ୍ରେସ ଓ ବିଜେପି ଉଭୟ ସରକାରକୁ ଫେରିବେ ବୋଲି ଦମ୍ଭୋକ୍ତି କରିଛନ୍ତି। କର୍ଣ୍ଣାଟକାରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୧୩।

ରାଜ୍ୟରେ ତ୍ରି-ମୁଖୀ ଲଢ଼େଇ ହେଉଛି। ବିଜେପି, କଂଗ୍ରେସ ଓ ଜେଡିଏସ ମଧ୍ୟରେ କଡ଼ା ଟକ୍କର ହେବ। ଚୂଡ଼ାନ୍ତ ରେଜଲ୍ଟ ପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ପ୍ରକାଶ କରାଯାଇଛି। ଅଧିକାଂଶ ସଂସ୍ଥା କର୍ଣ୍ଣାଟକାରେ ଝୁଲା ବିଧାନସଭାର ଆକଳନ କରିଥିବା ବେଳେ କଂଗ୍ରେସ ସର୍ବବୃହତ୍ତ ଦଳ ଭାବେ ଉଭା ହେବେ ବୋଲି ଆକଳନ କରିଛନ୍ତି। ଏପରି ସ୍ଥିତିରେ ଜେଡିଏସ୍‌ କିଙ୍ଗ ମେକର ସାଜିବ। କିନ୍ତୁ ବିଜେପି ଏକଜିଟ ପୋଲ ଆକଳନକୁ ଗ୍ରହଣ କରିନାହିଁ। ରାଜ୍ୟରେ ବିଜେପି ୧୨୦ଟି ଆସନ ଜିତିବ ବୋଲି ଦଳ ଦାବି କରିଛି। ତେବେ କଂଗ୍ରେସ ଓ ବିଜେପି ଉଭୟ ରେଜଲ୍ଟ ବାହାରିବା ପୂର୍ବରୁ ଜେଡିଏସ୍‌ ସହ ବ୍ୟାକଡୋର ଆଲୋଚନା ଆରମ୍ଭ କରିଛନ୍ତି।

Advertisment

୨୦୧୮ରେ ବିଜେପି ସର୍ବବୃହତ୍ତ ଦଳ ଭାବେ ୧୦୪ଟି ଆସନ ଜିତିଥିଲା। ଅବଶ୍ୟ ଦଳ ମ୍ୟାଜିକ ନମ୍ବର ଠାରୁ ୯ଟି ଆସନ କମ ପାଇଥିଲା। କଂଗ୍ରେସ ୭୮ଟି ଓ ଜେଡିଏସ୍‌ ୩୭ଟି ଆସନ ଦଖଲ କରିଥିଲେ। ଏହି ଦୁଳ ମେଣ୍ଟ କରି ବିଜେପିକୁ ଶାସନ ଗାଦିରୁ ଦୂରେଇ ରଖିଥିଲେ। ଜେଡିଏସର ଏଚ୍‌ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହି ସରକାର ମାତ୍ର ବର୍ଷକ ପାଇଁ କାମ କରିଥିଲା। କଂଗ୍ରେସ ଓ ଜେଡିଏସ୍‌ର କିଛି ବିଧାୟକ ଦଳ ଛାଡ଼ିବାରୁ କୁମାରସ୍ୱାମୀ ସରକାର ଭାଙ୍ଗି ଯାଇଥିଲା। ଏହାପରେ ବିଜେପି ସରକାର ଗଠନ କରିଥିଲା।

୨୦୧୮ ଭଳି ଯଦି ସ୍ଥିତି ଉପୁଜେ, ତା’ହେଲେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଚୌକିରେ ବସିବାର ସମ୍ଭାବନା ବହୁତ କମ। କାରଣ ଜେଡିଏସ ୧୨ରୁ ୩୩ଟି ଆସନ ଜିତିବ ବୋଲି ଏକଜିଟ ପୋଲରେ ଆକଳନ କରାଯାଇଛି।

Karnataka Polls 2023 Karnataka Assembly Election