Advertisment

ବମ୍ବେ ଲଡୁ ଓ ଗୋବି ମାଞ୍ଚୁରିଆନ୍‌ରେ ରଙ୍ଗ ବ୍ୟବହାର ମନା

ନିର୍ଦ୍ଦେଶ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କୁ ସାତ ବର୍ଷର ଜେଲ ଦଣ୍ଡ ଭୋଗିବାକୁ ପଡିବ। ଏଥିସହ ୧୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ହେବ।

ଅଦ୍ୟତନ ହୋଇଛି
Cotton candy, Gobi manchurian

Cotton candy, Gobi manchurian

Advertisment

ଆଉ ନୀଳ କିମ୍ବା ଗୋଲାପି ଦେଖା ଯିବନି ବମ୍ବେ ଲଡୁ। ଆଖିକୁ ସୁନ୍ଦର ଲାଗିବନି ଗୋବି ମାଞ୍ଚୁରିଆନ୍‌। ଏଥିରେ ଏବେ ଆଉ ଆର୍ଟିଫିସିଆଲ୍(କୃତ୍ରିମ) ରଙ୍ଗ ବ୍ୟବହାର କରିପାରିବେନି ଦୋକାନୀ। ବମ୍ବେ ଲଡୁ ଓ ଗୋବି ମାଞ୍ଚୁରିଆନ୍‌ରେ ରାସାୟନିକ ରଙ୍ଗ ବ୍ୟବହାର ଉପରେ ବ୍ୟାନ୍‌ ଲଗାଇଛନ୍ତି ରାଜ୍ୟ ସରକାର।

Advertisment

କର୍ଣ୍ଣାଟକ ସରକାର ଗୋବି ମାଞ୍ଚୁରିଆନ୍‌ ଓ ବମ୍ବେ ଲଡୁରେ କୃତ୍ରିମ ରଙ୍ଗ ବ୍ୟବହାର ଉପରେ ବ୍ୟାନ୍‌ ଲଗାଇଛନ୍ତି। ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟି ରଖି ସେ ଏଭଳି ନିଷ୍ପତି ନେଇଛନ୍ତି। ଏଥିସହ କୃତ୍ରିମ ରଙ୍ଗ ବ୍ୟବହାର କରାଯାଉଥିବା ଖାଦ୍ୟ ପଦାର୍ଥକୁ ନ ଖାଇବା ପାଇଁ ମଧ୍ୟ କର୍ଣ୍ଣାଟକ ସରକାରଙ୍କୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି।

କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓଙ୍କ କହିବା ମୁତାବକ, ଏହି ଗୋବି ମାଞ୍ଚୁରିଆନ୍‌ ଓ ବମ୍ବେ ଲଡୁରେ ଅତ୍ୟଧିକ ମାତ୍ରାରେ ରୋଡାମାଇନ୍-ବିର ବ୍ୟବହାର ହେଉଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ଏହି ରଙ୍ଗକୁ ବ୍ୟବହାର କରିବା ପାଇଁ ମନା କରାଯାଇଛି। ଯଦି ଏହି ନିର୍ଦ୍ଦେଶକୁ କେହି ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ୟକ୍ତିଙ୍କୁ ସାତ ବର୍ଷର ଜେଲ ଦଣ୍ଡ ଭୋଗିବାକୁ ପଡିବ। ଏଥିସହ ୧୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ହେବ।

Advertisment

ଏହି ଦୁଇଟି ଖାଦ୍ୟ ପଦାର୍ଥର ନମୂନାରେ ହାନିକାରକ ରାସାୟନିକ ରଙ୍ଗ ମିଶି ଥିବା ମିଳିବା ପରେ କର୍ଣ୍ଣାଟକ ସରକାର ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ କର୍ଣ୍ଣାଟକରେ ଗୋବି ମାଞ୍ଚୁରିଆନ୍‌ ଓ କଟନ୍‌ କ୍ୟାଣ୍ଡି ତଥା ବମ୍ବେ ଲଡୁର ବିକ୍ରି ଉପରେ ପୂରାପରି ବ୍ୟାନ୍‌ ଲଗାଇବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ମନା କରିଛନ୍ତି।

ଜଣେ ଅଧିକାରୀଙ୍କ କହିବା ମୁତାବକ, କର୍ଣ୍ଣାଟକର ସମସ୍ତ ଭୋଜନାଳୟ ତଥା ହୋଟେଲରୁ ୧୭୧ଟି ନମୂନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୧୦୭ଟିରେ ଟାଟ୍ରାଜିନ, ସନ୍‌ସେଟ୍‌ ୟେଲୋ, ରୋଡାମାଇନ-ବି ଓ କାର୍ମୋଇସିନ୍‌ ଭଳି ଅସୁରକ୍ଷିତ ରଙ୍ଗ ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବା ପରୀକ୍ଷାରୁ ଜଣାପଡିଥିଲା।

Karnataka Cotton Candy Bans Food Colour Gobi Manchurian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe