Advertisment

ଆଉ ଟାଣି ପାରିବେନି 'ହୁକ୍କା', ଲାଗିଲା ବ୍ୟାନ୍‌

କେବଳ ସେତିକି ନୁହେଁ ହୁକ୍କାର ବିଜ୍ଞାପନ ଓ ପ୍ରଚାର ପ୍ରସାର ଉପରେ ମଧ୍ୟ ରୋକ୍‌ ଲଗାଯାଇଛି।

hookah

hookah

Advertisment

ଆଉ ମିଳିବନି ହୁକ୍କା। ଯୁବପିଢ଼ି ଆଉ ଟାଣି ପାରିବେନି ହୁକ୍କା। ଲାଗିଲା ବ୍ୟାନ୍। ହୁକ୍କା ଉତ୍ପାଦର କିଣା ବିକା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର। କେବଳ ସେତିକି ନୁହେଁ ହୁକ୍କାର ବିଜ୍ଞାପନ ଓ ପ୍ରଚାର ପ୍ରସାର ଉପରେ ମଧ୍ୟ ରୋକ୍‌ ଲଗାଯାଇଛି। ରାଜ୍ୟରେ ଯୁବପିଢ଼ିଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର।

Advertisment

କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ହୁକ୍କା ଉପରେ ବ୍ୟାନ୍‌ ଲଗାଯାଇଥିବା ନେଇ ଘୋଷଣା କରିଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମ 'X'ରେ ପୋଷ୍ଟ କରି ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାର୍ବଜନୀନ ସ୍ୱାସ୍ଥ୍ୟ ଓ ଯୁବବର୍ଗଙ୍କ ସୁରକ୍ଷା ଦୃଷ୍ଟିରୁ କର୍ଣ୍ଣାଟକ ସରକାର ହୁକ୍କା ଉପରେ ବ୍ୟାନ୍ ଲଗାଇଛନ୍ତି। ଧୂମପାନକୁ ନେଇ ଦେଖା ଦେଉଥିବା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଅଧିନିୟମ (COTPA) ରେ ସଂଶୋଧନ କରି କର୍ଣ୍ଣାଟକରେ ହୁକ୍କା ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି। ଆମ ଭବିଷ୍ୟତ ପିଢ଼ି ପାଇଁ ଏକ ନିରାପଦ ତଥା ସୁସ୍ଥ ପରିବେଶ ସୃଷ୍ଟି କରିବାକୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

Advertisment

ଏହାପୂର୍ବରୁ ୨୦୨୩ ସେପ୍ଟେମ୍ବର ମାସରେ କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ଘୋଷଣା କରିଥିଲେ। ଏଥିସହ ତମାଖୁ ସେବନର ବୟସକୁ ୧୮ରୁ ୨୧କୁ ବୃଦ୍ଧି କରିଥିଲେ କର୍ଣ୍ଣାଟକ ସରକାର। ସେତେବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ କହିଥିଲେ, ହୁକ୍କାରେ ଥିବା ଉପାଦାନ ଯୋଗୁ ନିଶା ସେବନ ଲୋକଙ୍କ ଅଭ୍ୟାସରେ ପରିଣତ ହୋଇପାରେ। ତେବେ କର୍ଣ୍ଣାଟକର ବାର ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତିକୁ ସେତେବେଳେ ବିରୋଧ କରିଥିଲା। ଏବେ ହୁକ୍କା ଉପରେ କର୍ଣ୍ଣାଟକ ସରକାର ବ୍ୟାନ୍‌ ଲଗାଇବା ପରେ ଏହାକୁ ବିରୋଧର କରି ବାର୍‌ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍‌ କୋର୍ଟକୁ ଯିବ ବୋଲି ଧମକ ଦେଇଛି।

ଗତ ବର୍ଷ ହରିୟାଣାରେ ମଧ୍ୟ ଏପରି ନିଷ୍ପତ୍ତି ନିଆଯାଇଥିଲା। ହରିୟାଣାର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ, ବାର୍ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନରେ ଗ୍ରାହକଙ୍କୁ ହୁକ୍କା ଦେବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

Karnataka Hookah Ban
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe