Advertisment

ଚିକେନ୍‌ ଓ ମାଛ କବାବରେ କୃତ୍ରିମ ରଙ୍ଗ ବ୍ୟବହାର ବ୍ୟାନ୍‌

ଯଦି କେହି ଏହାକୁ ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କୁ ୭ ବର୍ଷ ଜେଲ ଦଣ୍ଡ ଓ ସର୍ବାଧିକ ଆଜୀବନ କାରାଦଣ୍ଡ ଭୋଗିବାକୁ ପଡ଼ିପାରେ।

Chicken Kebabs

Chicken Kebabs

Advertisment

ଏଣିକି ଚିକେନ୍‌ କବାବ୍‌ କିମ୍ବା ମାଛରେ ଆଉ ବ୍ୟବହାର ହୋଇପାରିବନି କୃତ୍ରିମ ରଙ୍ଗ। ଲାଗିଲା ବ୍ୟାନ୍‌। ଯଦି କେହି ଏହି ଖାଦ୍ୟରେ ଆର୍ଟିଫିସିଆଲ ରଙ୍ଗ ବ୍ୟବହାର କରନ୍ତି ତେବେ ତାଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। କଟନ କ୍ୟାଣ୍ଡି ଉପରେ ବ୍ୟାନ୍‌ ଲଗାଇବା ପରେ ଚିକେନ୍‌ କବାବ ଓ ମାଛରେ ତିଆରି ବ୍ୟଞ୍ଜନକୁ ନେଇ ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର।

Advertisment

କର୍ଣ୍ଣାଟକ ସରକାର ସୋମବାର ରାଜ୍ୟରେ ଚିକେନ୍ କବାବ ଏବଂ ମାଛରେ ତିଆରି ବ୍ୟଞ୍ଜନ ତଥା କବାବରେ କୃତ୍ରିମ ରଙ୍ଗ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି। କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ବ୍ୟାନ୍‌ ଲଗାଯାଇଛି। ଖାଦ୍ୟ ସାମଗ୍ରୀରେ କୃତ୍ରିମ ରଙ୍ଗର ପ୍ରତିକୂଳ ପ୍ରଭାବ ଉପରେ ଅନୁସନ୍ଧାନ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଖାଦ୍ୟ ସୁରକ୍ଷା ବିଭାଗ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କିଛି ଦିନ ପୂର୍ବରୁ ଏହି ଖାଦ୍ୟ ଜିନିଷଗୁଡ଼ିକର ନମୁନା ଯାଞ୍ଚ କରାଯାଇଥିଲା, କୃତ୍ରିମ ରଙ୍ଗ ହେତୁ କବାବ ଓ ଫିସ୍‌ ଡିସ୍‌ର ଗୁଣବତ୍ତା ଖରାପ ଥିବା ଜଣାପଡିଥିଲା। ଖାଦ୍ୟ ଏବଂ ନିରାପତ୍ତା ଗୁଣବତ୍ତା ବିଭାଗ ରାଜ୍ୟ ଲାବୋରେଟୋରୀରୁ ୩୯ଟି କବାବ ନମୁନା ସଂଗ୍ରହ କରି ଏହା ବିଶ୍ଳେଷଣ କରିଥିଲା। ୩୯ଟିରୁ ୮ଟି ନମୁନାରେ କୃତ୍ରିମ ରଙ୍ଗର ଉପସ୍ଥିତି, ବିଶେଷତଃ ସନ୍‌ ସେଟ୍‌ ୟେଲୋ ଏବଂ କାର୍ମୋସିନ୍ ହେତୁ ଏହା ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଜଣାପଡିଥିଲା। ଏହାପରେ କର୍ଣ୍ଣାଟକ ସରକାର ଆକ୍ସନମୁଡ୍‌କୁ ଆସି କୃତ୍ରିମ ରଙ୍ଗ ବ୍ୟାବହାର ଉପରେ ବ୍ୟାନ୍‌ ଲଗାଇଛନ୍ତି।

Advertisment

ଯଦି କେହି ଏହାକୁ ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କୁ ୭ ବର୍ଷ ଜେଲ ଦଣ୍ଡ ଓ ସର୍ବାଧିକ ଆଜୀବନ କାରାଦଣ୍ଡ ଭୋଗିବାକୁ ପଡିବ। ଏଥିସହ ୧୦ ଲକ୍ଷ ଟଙ୍କା ଜରିମାନା ଓ ଖାଦ୍ୟ ଆଉଟଲେଟ୍‌ର ଲାଇସେନ୍ସ ବାତିଲ କରାଯିବ। ପୂର୍ବରୁ ଗୋବି ମାଞ୍ଚୁରିଆନ୍ ଏବଂ କଟନ କ୍ୟାଣ୍ଡିରେ କୃତ୍ରିମ ରଙ୍ଗର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବାର କିଛି ମାସ ପରେ ଏହି ନିଷ୍ପତ୍ତି ନିଆଯାଇଛି।

Karnataka Artificial Colour Fish Kebab Chicken Kebab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe