Advertisment

‘ଆରଏସଏସକୁ ବ୍ୟାନ କରିବାକୁ ଚେଷ୍ଟା କଲେ କଂଗ୍ରେସ ଧ୍ୱଂସ ହୋଇଯିବ’

ନଳୀନ କୁମାର କହିଛନ୍ତି, ପ୍ରିୟଙ୍କ ଖଡଗେ ଆରଏସଏସ୍‌କୁ ବ୍ୟାନ କରିବା ସମ୍ପର୍କରେ ମତ ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଜଣେ ଆରଏସଏସ ସ୍ୱଂୟସେବ ଓ ସେ କେନ୍ଦ୍ରୀୟ ସ୍ତରରେ ରହିଛନ୍ତି। ଆମେ ସମସ୍ତେ ଆରଏସଏସ୍‌ର ସ୍ୱଂୟସେବ।

author-image
Hemant Lenka
BJP

BJP

ଆରଏସଏସ୍‌ ଓ ବଜରଙ୍ଗ ଦଳକୁ ବ୍ୟାନ କରିବା ସମ୍ପର୍କରେ କର୍ଣ୍ଣାଟକା ମନ୍ତ୍ରୀ ପ୍ରିୟଙ୍କ ଖଡଗେ ଦେଇଥିବା ବୟାନକୁ ନେଇ ବିଜେପି ବିବାଦ ସୃଷ୍ଟି କରିଛି। କର୍ଣ୍ଣାଟକା ବିଜେପି ମୁଖ୍ୟ ନଳୀନ କୁମାର କାଟୀଲ ସିଧାସଳଖ ପ୍ରିୟଙ୍କ ଖଡଗେ ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଯଦି କଂଗ୍ରେସ ବଜରଙ୍ଗ ଦଳ କିମ୍ବା ଆରଏସଏସ୍‌କୁ ବ୍ୟାନ କରିବା ପାଇଁ ଚେଷ୍ଟା କରିବ, ତା’ହେଲେ ଦଳ ଜଳି ପୋଡ଼ି ପାଉଁଶ ହୋଇଯିବ ବୋଲି ସେ ଖୋଲାଖୋଲି ଚେତାବନୀ ଦେଇଛନ୍ତି।

Advertisment

ନଳୀନ କୁମାର କହିଛନ୍ତି, “ପ୍ରିୟଙ୍କ ଖଡଗେ ଆରଏସଏସ୍‌କୁ ବ୍ୟାନ କରିବା ସମ୍ପର୍କରେ ମତ ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଜଣେ ଆରଏସଏସ ସ୍ୱଂୟସେବ ଓ ସେ କେନ୍ଦ୍ରୀୟ ସ୍ତରରେ ରହିଛନ୍ତି। ଆମେ ସମସ୍ତେ ଆରଏସଏସ୍‌ର ସ୍ୱଂୟସେବ।

ପଣ୍ଡିତ ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧି ଓ ନରସିମା ରାଓ ସରକାର ମଧ୍ୟ ଆରଏସଏସ୍‌ ଉପରେ ବ୍ୟାନ ଲଗାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କୁ ସଫଳତା ମିଳି ନଥିଲା। ବଜରଙ୍ଗର ଦଳ ଓ ଆରଏସଏସକୁ ବ୍ୟାନ କରିବାକୁ ଚେଷ୍ଟା କଲେ, କଂଗ୍ରେସ ଧ୍ୱଂସ ହୋଇଯିବ। ଦେଶର ଇତିହାସ ବିଷୟରେ ଜାଣି ରଖିବା ପ୍ରିୟଙ୍କ ଖଡଗେଙ୍କ ପାଇଁ ଭଲ ହେବ। ପ୍ରିୟଙ୍କ ଖଡଗେ ନିଜ ତୁଣ୍ଡକୁ ସମ୍ଭାଳନ୍ତୁ।”

Advertisment

ଚିତ୍ତାପୁର ନିର୍ବାଚନ ମଣ୍ଡଳୀରୁ ଜିତିଥିବା ପ୍ରିୟଙ୍କ ହେଉଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ। ନିକଟରେ ସେ କହିଥିଲେ ଯେ “ବିଦ୍ୱେଶ, ଘୃଣା ଓ ହିଂସା ସୃଷ୍ଟି କରୁଥିବା ସଂଗଠନ ଗୁଡ଼ିକୁ ବ୍ୟାନ କରିବା ପାଇଁ ଆମେ ଆଦୌ ପଛ ଘୁଞ୍ଚା ଦେବୁ ନାହିଁ। ଆରଏସଏସ୍‌, ବଜରଙ୍ଗ ଦଳ କିମ୍ବା ଯେକୌଣସି ସାଂପ୍ରଦାୟକ ସଂଗଠନ ହେଲେ ମଧ୍ୟ ବ୍ୟାନ କରାଯିବ।”

ସେ ଟ୍ୱିଟରେ ମଧ୍ୟ ନିଜ ବୟାନକୁ ଦୋହରାଇଥିଲେ। ସେ କହିଥିଲେ, “ଯଦି କୌଣସି ଧାର୍ମିକ କିମ୍ବା ରାଜନୀତିକ ସଂଗଠନ ଶାନ୍ତି ଭାଙ୍ଗିବାକୁ, ସାଂପ୍ରଦାୟିକ ବିଦ୍ୱେଶ ସୃଷ୍ଟି କରିବାକୁ କର୍ଣ୍ଣାଟକାରେ ଚେଷ୍ଟା କରିବ, ତା’ହେଲେ ଆମ ସରକାର ସେମାନଙ୍କ ବିରୋଧରେ ଆଇନଗତ ଉପାୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କିମ୍ବା ବ୍ୟାନ କରିବ।

ଆରଏସଏସ୍ କିମ୍ବା ଅନ୍ୟ ଯେକୌଣ ସଂଗଠନ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।” ଏହାକୁ ନେଇ ଏବେ ବିଜେପି ଆଟାକିଂ ମୁଡକୁ ଚାଲି ଆସିଛି।

Bjp Congress Karnataka Rss