Advertisment

ବନ୍ଧା ହେଲେ ବିଜେପି ବିଧାୟକ, କଣ୍ଟ୍ରାକ୍ଟରଙ୍କୁ ଦେଇଥିଲେ ଧମକ

କଣ୍ଟ୍ରାକ୍ଟର ଚେଲଭାରାଜୁଙ୍କ ଅଭିଯୋଗକ୍ରମରେ ମୁନିରତ୍ନଙ୍କ ନାଁରେ ଦୁଇଟି ଏଫଆଇଆର ରୁଜୁ ହୋଇଥିଲା।

BJP MLA

BJP MLA

Advertisment

କର୍ଣ୍ଣାଟକାର ବିଜେପି ବିଧାୟକ ମୁନିରତ୍ନଙ୍କୁ ଗିରଫ କରିଛି ପୁଲିସ୍‌। ସେ ଜଣେ କଣ୍ଟ୍ରାକ୍ଟରଙ୍କୁ ହତ୍ୟା ଧମକ ଦେଇଥିଲେ। ଏଥିସହ ତାଙ୍କୁ ଜାତିଗତ ଆକ୍ଷେପ କରିଥିଲେ। ଏଥିପାଇଁ ଆଜି ତାଙ୍କୁ କୋଲାର ଠାରୁ ଗିରଫ କରାଯାଇଛି।

Advertisment

କଣ୍ଟ୍ରାକ୍ଟର ଚେଲଭାରାଜୁଙ୍କ ଅଭିଯୋଗକ୍ରମରେ ମୁନିରତ୍ନଙ୍କ ନାଁରେ ଦୁଇଟି ଏଫଆଇଆର ରୁଜୁ ହୋଇଥିଲା। ବେଙ୍ଗାଲୁରୁର ରାଜେଶ୍ୱରୀ ନଗରରୁ ବିଜୟୀ ହୋଇଥିବା ମୁନିରତ୍ନଙ୍କ ବିରୋଧରେ ସେ ଧମକ ଓ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏହାପରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ତାଙ୍କ ନାଁରେ ମାମଲା ହୋଇଥିଲା।

ପ୍ରଥମ ମାମଲା ହତ୍ୟା ଧମକକୁ ନେଇ ରୁଜୁ ହୋଇଥିଲା। ଏଥିରେ ମୁନିରତ୍ନଙ୍କ ସହ ୪ ଜଣଙ୍କ ନାଁ ରହିଥିଲା। ଅଭିଯୁକ୍ତମାନେ ହେଲେ – ମୁନିରତ୍ନ, ତାଙ୍କ ସହଯୋଗୀ ଭିଜି କୁମାର, ତାଙ୍କ ସୁରକ୍ଷା ଅଧିକାରୀ ଅଭିଷେକ ଓ ଆଉ ଜଣେ ବସନ୍ତ କୁମାର।

Advertisment

ଦ୍ୱିତୀୟ ମାମଲାଟି ଜାତିଗତ ଆକ୍ଷେପକୁ ନେଇ ମୁନିରତ୍ନଙ୍କ ବିରୋଧରେ ରୁଜୁ କରାଯାଇଥିଲା। କଣ୍ଟ୍ରାକ୍ଟର ଚେଲଭାରାଜୁ ସାମ୍ବାଦିକ ସମ୍ମିଳନୀରେ ଗୋଟିଏ ଅଡିଓ କ୍ଲିପ ଜାରି କରିବା ସହ ମୁନିରତ୍ନ ତାଙ୍କୁ ହଇରାଣ କରୁଥିବା ଦାବି କରିଥିଲେ। ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ପୁଲିସ୍‌ ମୁନିରତ୍ନଙ୍କୁ ଗିରଫ କରିଛି।

ଅନ୍ୟପକ୍ଷରେ ବିଜେପିର କର୍ଣ୍ଣାଟକା ୟୁନିଟ ବିଧାୟକ ମୁନିରତ୍ନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଜବାବ ୫ ଦିନ ମଧ୍ୟରେ ରଖିବାକୁ କୁହାଯାଇଛି।

ସେହିପରି ଦଳିତ ସଂଘର୍ଷ ସମିତ ପକ୍ଷରୁ ମୁନିରତ୍ନଙ୍କ ବେଙ୍ଗାଲୁରୁ ସ୍ଥିତ ଘର ବାହାରେ ବିକ୍ଷୋଭ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ପୁଲିସ୍‌ ପକ୍ଷରୁ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

Bjp Karnataka Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe