Advertisment

ଅଜାନକୁ ନେଇ ବିଜେପି ବିଧାୟକଙ୍କ ଅତ୍ୟନ୍ତ ବିବାଦୀୟ ବୟାନ

ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କେଏସ୍‌ ଈଶ୍ୱାରପ୍ପା ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରୁଥିଲେ। ଏହି ସମୟରେ ସ୍ଥାନୀୟ ମସଜିଦରେ ଅଜାନ ବା ପ୍ରାର୍ଥନା ଆରମ୍ଭ ହୋଇଥିଲା।

KS Eshwarappa

KS Eshwarappa

Advertisment

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଅଜାନକୁ ନେଇ ଅତ୍ୟନ୍ତ ବିବାଦୀୟ ତଥା ଅପମାନଜନକ ବୟାନ ଦେଇଛନ୍ତି ବିଜେପିର ଜଣେ ବିଧାୟକ। ଏଥିସହ ‘ଆଲ୍ଲାହ ବଧିର କି ତାଙ୍କୁ ଡାକିବା ପାଇଁ ଲାଉଡସ୍ପିକରର ବ୍ୟବହାର କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ବୟାନ ଅଜାନକୁ ନେଇ ଚାଲିଥିବା ବିତର୍କକୁ ତୀବ୍ର କରିଛି। ଗତବର୍ଷ ଏହି ପ୍ରସଙ୍ଗ ହାଇକୋର୍ଟରେ ପହଞ୍ଚିଥିଲା।

Advertisment

ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କେଏସ୍‌ ଈଶ୍ୱାରପ୍ପା ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରୁଥିଲେ। ଏହି ସମୟରେ ସ୍ଥାନୀୟ ମସଜିଦରେ ଅଜାନ ବା ପ୍ରାର୍ଥନା ଆରମ୍ଭ ହୋଇଥିଲା। ଏହି ଧ୍ୱନୀ ତାଙ୍କ କାନରେ ପଡ଼ିବା କ୍ଷଣି ସେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, “ମୁଁ ଯୁଆଡ଼େ ବି ଯାଉଛି, ଏହା(ଅଜାନ) ମୋର ମୁଣ୍ଡବିନ୍ଧାର କାରଣ ପାଲଟୁଛି। ସୁପ୍ରିମକୋର୍ଟଙ୍କ ରାୟ ରହିଛି। ଯଦି ନଥାଆନ୍ତା, ତା’ହେଲେ ଅଜାନ ପାଇଁ ଆହ୍ୱାନ କେବେ ଠାରୁ ସରନ୍ତାଣି।”

ଏହାପରେ ବିଜେପି ନେତା ଜଣଙ୍କ ପଚାରିଥିଲେ ଯେ ଆଲ୍ଲାହ ସେତେବେଳେ ପ୍ରାର୍ଥନା ଶୁଣିନ୍ତି ଯେତେବେଳେ ଅଜାନ ପାଇଁ ଲାଉଡସ୍ପିକରର ବ୍ୟବହାର ହୁଏ? ସେ କହିଛନ୍ତି, “ମନ୍ଦିରରେ ମହିଳା ଓ ଝିଅମାନେ ପ୍ରାର୍ଥନା ଓ ଭଜନ କରନ୍ତି। ଆମେ ଧାର୍ମିକ। କିନ୍ତୁ ଆମେ ଲାଉଡସ୍ପିନକର ବ୍ୟବହାର କରୁନାହୁଁ। ଯଦି ଆପଣମାନେ ପ୍ରାର୍ଥନା ପାଇଁ ଲାଉଡସ୍ପିକର ବ୍ୟବହାର କରନ୍ତି, ଏହାର ଅର୍ଥ ଆଲ୍ଲାହ ବଧିର।”

Advertisment

କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଭାବେ କାମ କରି ସାରିଥିବା ଈଶ୍ୱରପ୍ପା ପୂର୍ବରୁ ମଧ୍ୟ ଅନେକଥର ବିବାଦୀୟ ବୟାନ ଦେଇ ସାରିଛନ୍ତି। ସେ ଏକଦା ୧୮ତମ ଶବ୍ଦୀର ମହୀଶୂର ଶାସକ ଟିପୁ ସୁଲତାନଙ୍କୁ ‘ମୁସଲିମ ଗୁଣ୍ଡା’ ବୋଲି କହି ବିବାଦ ସୃଷ୍ଟି କରିଥିଲେ।

ଗତବର୍ଷ ଜଣେ କଣ୍ଟ୍ରାକ୍ଟର ଆତ୍ମହତ୍ୟା ପଛରେ ତାଙ୍କର ହାତଥିବା ଅଭିଯୋଗ ହୋଇଥିଲା। ଆତ୍ମହତ୍ୟା ପୂର୍ବରୁ କଣ୍ଟ୍ରାକ୍ଟର ଜଣଙ୍କ ଈଶ୍ୱରପ୍ପାଙ୍କ ନାଁ ନେଇଥିଲେ। ପୁଲିସ୍‌ କେସ୍‌ରେ ତାଙ୍କର ନାଁ ରହିଥିଲା। ଏହି ବିବାଦ ପରେ ଈଶ୍ୱରପ୍ପା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Bjp Karnataka Muslim Cleric
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe