Advertisment

ବିଧାନସଭ ପାଲଟିଲା ବେଡ୍‌ ରୁମ୍‌, ଶୋଇଲେ ବିଧାୟକ

ବିଧାୟକମାନେ ବିଧାନସଭାରେ ରାତି ସାରା ଭଜନ କିର୍ତ୍ତନ ମଧ୍ୟ କରିଛନ୍ତି।

MLA Protest

MLA Protest

Advertisment

ବିଧାନସଭା ପାଲଟିଲା ବେଡ୍ ରୁମ୍। ଭଜନ କଲେ, କିର୍ତ୍ତନ ଗାଇଲେ, ସେଠି ହିଁ ତକିଆ ପାରି ଶୋଇଲେ। ଏଭଳି କିଛି ଘଟଣା ଏବେ ଘଟିଛି କର୍ଣ୍ଣାଟକ ବିଧାନସଭାରେ। ଗତକାଲି ରାତିରେ ବେଙ୍ଗାଲୁର ବିଧାନସଭାରେ ବିରୋଧୀ ବିଜେପି ବିଧାୟକମାନେ ‘MUDA’ ପ୍ରସଙ୍ଗକୁ ନେଇ ନିଆରା ଢ଼ଙ୍ଗରେ ଧାରଣା ଦେଇଛନ୍ତି।

Advertisment

ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବୀ ନୋଟିସ୍ ଦେଇଥିଲେ ବିଜେପି ସଦସ୍ୟ। ହେଲେ ସରକାର ଏଥିରେ ଆଲୋଚନା ନ କରି ଗୃହକୁ ଅନିଦ୍ଧିଷ୍ଟକାଳ ଯାଏଁ ମୁଲତବୀ ଘୋଷଣା କରିଛନ୍ତି। ଏହି ଘଟଣାକୁ ବିରୋଧ କରି ଗତକାଲିଠୁ କର୍ଣ୍ଣାଟକ ଆସେମ୍ବଳିରେ ଆନ୍ଦୋଳନରେ ବସିଛନ୍ତି ବିଜେପି ବିଧାୟକ। ସେମାନେ ଏଠି ଦିନ-ରାତି ଧାରଣା ଦେବାକୁ ଘୋଷଣା କରିଛନ୍ତି।

ବିଧାନସଭାରେ ବିରୋଧୀ ଦଳର ନେତା ଆର ଅଶୋକ କହିଛନ୍ତି, 'କଂଗ୍ରେସରେ ୧୩୬ ଜଣ ବିଧାୟକ ଅଛନ୍ତି। ଯେତେବେଳେ ଆମେ ‘MUDA’ ଦୁର୍ନୀତିରେ ୪୦୦୦ କୋଟି ଟଙ୍କା ଲୁଟ୍ ନେଇ ଏକ ସ୍ଥଗିତାଦେଶ ଆଣିଥିଲୁ, ସେତେବେଳେ ସରକାର ଭୟଭୀତ ହୋଇ ଆଲୋଚନାରୁ ଦୂରେଇ ଯାଉଛନ୍ତି। ସେ ବିନା ଆଲୋଚନାରେ ଫାଇନାନ୍ସ ବିଲ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିଛନ୍ତି। ଏହି ସରକାର ଭୟ କରୁଛନ୍ତି, ଗୃହରେ ମୁଦାଙ୍କ ଅଭିଯୋଗର ଜବାବ ଦେବାକୁ ସେମାନଙ୍କର ସାହସ ନାହିଁ।'

Advertisment

କହିରଖୁ, ମହୀଶୂର ଅର୍ବାନ ଡେଭଲମେଣ୍ଟ ଅଥୋରିଟି-MUDAରେ ଦୂର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ପତ୍ନୀ ପାର୍ବତୀଙ୍କ ଏଥିରେ ସଂପୃକ୍ତ ଥିବା ବି ଅଭିଯୋଗ କରିଛି ବିଜେପି।

Bjp Karnataka Karnataka Assembly MLA Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe