Advertisment

ଟ୍ୟାଙ୍କର୍‌କୁ ଧକ୍କା ଦେଲା ଟାଟା ସୁମୋ, ୧୨ ମୃତ

ମୃତକଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି।

Raod Accident

Raod Accident

Advertisment

ଭୟଙ୍କର ସଡ଼କ ଦୁର୍ଘଟଣା। ଠିକ୍‌ ଟ୍ରାଫିକ୍‌ ପୁଲିସ ଷ୍ଟେସନ ସାମ୍ନାରେ ଘଟିଲା ଦୁର୍ଘଟଣା। ତେଲ ଟ୍ୟାଙ୍କରକୁ ଧକ୍କା ଦେଲା ଟାଟା ସୁମୋ। ଚାଲିଗଲା ୧୨ ଜଣଙ୍କ ଜୀବନ। ଏଭଳି କିଛି ଘଟଣା ଘଟିଛି କର୍ଣ୍ଣାଟକର ଚିକବଲ୍ଲାପୁରାରେ।

Advertisment

ଆଜି ସକାଳ ୭ଟା ୧୫ ମିନିଟ୍‌ରେ ଏନ୍‌ଏଚ୍‌ ୪୪ ଚତ୍ରାବତୀ ଟ୍ରାଫିକ୍‌ ପୁଲିସ ଷ୍ଟେସନ ସାମ୍ନାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଜାତୀୟ ରାଜପଥ କଡରେ ଠିଆ ହୋଇଥିବା ଏକ ତେଲ ଟ୍ୟାଙ୍କରକୁ ଧକ୍କା ଦେଇଥିଲା ଟାଟା ସୁମୋ। ଫଳରେ ଘଟଣାସ୍ଥଳରେ କାର୍‌ରେ ଥିବା ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିଲେ। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି।

ପୁଲସ ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି। ଘନ କୁହୁଡି ଯୋଗୁ କାର୍‌ ଡ୍ରାଇଭର ରାସ୍ତା କଡରେ ଥିବା ତେଲ ଟ୍ୟାଙ୍କରକୁ ଦେଖି ପାରିନଥିଲେ। ଫଳରେ ନିୟନ୍ତ୍ରଣ ହରାଇ ତେଲ ଟ୍ୟାଙ୍କରକୁ କାର୍‌ଟି ଧକ୍କା ଦେଇଥିବା ପୁଲିସ କହିଛି।

Advertisment
Road Accident Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe