Advertisment

କର୍ଣ୍ଣାଟକାରେ ବଜରଙ୍ଗ ଦଳ ବିବାଦ: ହନୁମାନଙ୍କ ଶରଣ ପଶିଲେ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ଅଧ୍ୟକ୍ଷ

ବଜରଙ୍ଗ ଦଳକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ୨ ଦଳର ତୁଙ୍ଗ ନେତା ଆଜି ହନୁମାନଙ୍କ ଶରଣରେ ପଶିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Karnataka CM & Congress Chief

Karnataka CM & Congress Chief

ଆସନ୍ତାକାଲି କର୍ଣ୍ଣାଟକାରେ ପଡ଼ିବ ଭୋଟ । ଏଥର ବଜରଙ୍ଗ ଦଳ ବିବାଦକୁ ନେଇ କର୍ଣ୍ଣାଟକା ରାଜନୀତି ସରଗରମ ରହିଛି। ବଜରଙ୍ଗ ଦଳକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ୨ ଦଳର ତୁଙ୍ଗ ନେତା ଆଜି ହନୁମାନଙ୍କ ଶରଣରେ ପଶିଛନ୍ତି।

Advertisment

କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଆଜି ଏକ ହନୁମାନ ମନ୍ଦିରରେ ହନୁମାନ ଚାଳିଶା ପାଠ କରିଛନ୍ତି । ସେହିପରି କର୍ଣ୍ଣାଟକା କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର ନିଜେ ବଜରଙ୍ଗବାଲିଙ୍କ ଦର୍ଶନ କରିବା ସହ ଏହାର ଫଟୋ ଟ୍ୱିଟ କରିଛନ୍ତି।

କର୍ଣ୍ଣାଟକା ନିର୍ବାଚନ ପାଇଁ କିଛି ଦିନ ପୂର୍ବେ କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାର ଜାରି କରିଥିଲା। ଉକ୍ତ ଇସ୍ତାହାରରେ କଂଗ୍ରେସ କ୍ଷମତାକୁ ଫେରିଲେ ପିଏଫଆଇ ଓ ବଜରଙ୍ଗ ଦଳ ଭଳି ଘୃଣା ସୃଷ୍ଟି କରୁଥିବା ସଂଗଠନଗୁଡ଼ିକୁ ଦରକାର ପଡ଼ିଲେ ବ୍ୟାନ କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ବିଜେପି ସିଧାସଳଖ କଂଗ୍ରେସକୁ ଟାର୍ଗେଟ କରିଥିଲା।

Advertisment

ଏହାକୁ ବିରୋଧ କରି ଆଜି ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସମଗ୍ର ଦେଶରେ ହନୁମାନ ଚାଳିଶା ପାଠ କରିବାକୁ ଆହ୍ୱାନ ଦିଆଯାଇଥିବା ବେଳେ କର୍ଣ୍ଣାଟକାରେ ମୁଖ୍ୟମନ୍ତ୍ରୀ ଖୋଦ ଏକ ମନ୍ଦିରରେ ପହଞ୍ଚି ହନୁମାନ ଚାଳିଶା ପାଠ କରିଛନ୍ତି।

ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ କରି କହିଥିଲେ, କଂଗ୍ରେସ ନିଜ ଇସ୍ତାହାରରେ ହନୁମାନଙ୍କୁ ତାଲା ପକାଇ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ କଂଗ୍ରେସ ପ୍ରଭୁ ରାମଚନ୍ଦ୍ରଙ୍କୁ ତାଲା ପକାଇଥିବା ବେଳେ ଏବେ ହନୁମାନଙ୍କୁ ତାଲା ପକାଇବାକୁ ଶପଥ ନେଇଛି। ପୂର୍ବରୁ କଂଗ୍ରେସ ପ୍ରଭୁ ରାମଚନ୍ଦ୍ରଙ୍କୁ ବରଦାସ୍ତ କରି ପାରୁ ନ ଥିବା ବେଳେ ଏବେ ‘ବଜରଙ୍ଗବାଲି’ କହୁଥିବା ଲୋକଙ୍କୁ ସହି ପାରୁନି। ମୁଁ ପ୍ରଭୁ ହନୁମାନଙ୍କ ପାଖରେ ମୁଣ୍ଡ ନୁଆଁଇ କର୍ଣ୍ଣାଟକାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଶପଥ ନେଉଛି।

ଏହି ପ୍ରସଙ୍ଗରେ କଂଗ୍ରେସ ଚାରି ଆଡ଼ୁ ଫସି ଯାଇଥିବା ବେଳେ ଏଥିରୁ ମୁକୁଳିବାକୁ ବାଟ ଖୋଜୁଛି। କ୍ଷମତାକୁ ଆସିଲେ ରାଜ୍ୟରେ ହନୁମାନ ମନ୍ଦିରକୁ ବିକଶିତ କରାଯିବା ବୋଲି କହିଛନ୍ତି କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଡିକେ ଶିବକୁମାର । ଏପରିକି ସେ ନିଜେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ଏହାର ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି।

Bjp Congress Karnataka Karnataka Polls 2023