Advertisment

କଂଗ୍ରେସ ନେତାଙ୍କ ବିବାଦୀୟ ଟିପ୍ପଣୀ- ମୋଦି ମାଳା ଜପୁଥିବା ଛାତ୍ରଙ୍କୁ ଚାପୁଡ଼ା ମାର

ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ଶିବରାଜ କହିଛନ୍ତି, ଏବେ ମୋଦି ନିଜ ନିର୍ବାଚନୀ ଇସ୍ତାହାର ସାଙ୍ଗରେ ଆସୁଥିବା ବେଳେ ଲାଜ ଲାଗିବା ଉଚିତ ।

ଅଦ୍ୟତନ ହୋଇଛି
karnataka- minister-shivraj-tangadagi

karnataka- minister-shivraj-tangadagi

Advertisment

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁ ମୁହଁରେ ଭୋଟ ମାଗୁଛନ୍ତି। କାରଣ ସେ ନିଜର ପୂର୍ବ ପ୍ରତିଶ୍ରୁତି କିଛି ବି ପାଳନ କରି ନାହାନ୍ତି। ସେ ଦୁଇ କୋଟି ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ କେତେ ଚାକିରି ଦେଇଛନ୍ତି । ଭାରତର ଶହେଟି ସହରକୁ ସ୍ମାର୍ଟ ସିଟି କରିବା ପାଇଁ କହିଥିବା ବେଳେ କେତୋଟି ହୋଇଛି ତାହା ତାଙ୍କୁ ହିଁ ଜଣା। ଏହା ପରେ ବି ଯେଉଁ ଛାତ୍ର ମୋଦି ମୋଦି ମାଳା ଜପୁଛନ୍ତି ସେମାନଙ୍କୁ ଚାପୁଡ଼ା ମାରିବା ଦରକାର। ’ ଏପରି ବିବାଦୀୟ ବୟାନ ଦେଇ ଫସିଛନ୍ତି କର୍ଣ୍ଣାଟକାର ମନ୍ତ୍ରୀ ତଥା କଂଗ୍ରେସ ନେତା ଶିବରାମ ତଙ୍ଗଦାଗୀ ।

Advertisment

ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ଶିବରାଜ କହିଛନ୍ତି, ଏବେ ମୋଦି ନିଜ ନିର୍ବାଚନୀ ଇସ୍ତାହାର ସାଙ୍ଗରେ ଆସୁଥିବା ବେଳେ ଲାଜ ଲାଗିବା ଉଚିତ । କାରଣ ନିଜ ପୂର୍ବ ଇସ୍ତାହାରରେ ସେ ଦେଶର ୨ କୋଟି ଯୁବକଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ବାସ୍ତବତା କ’ଣ ତାହା ତାଙ୍କୁ ହିଁ ଜଣା। ଏବେ ଚାକିରି କଥା ପଚାରିବା ବେଳକୁ ପକୁଡ଼ି ବିକ ବୋଲି କହୁଛନ୍ତି।

କେବଳ ସେତିକି ନୁହେଁ, ଭାରତର ଶହେଟି ସିଟିକୁ ସ୍ମାର୍ଟ ସିଟିରେ ପରିଣତ କରିବାକୁ ମୋଦି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏବେ ଗୋଟିଏ ବି ସିଟିର ନାମ କୁହନ୍ତୁ, ଯାହାକି ସ୍ମାର୍ଟ ସିଟିରେ ପରିଣତ ହୋଇ ସାରିଛି।

Advertisment

ମୋଦି ନିଜେ ଦିନକୁ ଦିନ ସ୍ମାର୍ଟ ହେବାରେ ବ୍ୟସ୍ତ ଅଛନ୍ତି । ଭଲ ଭଲ କପଡ଼ା ପିନ୍ଧୁଛନ୍ତି, ସ୍ମାର୍ଟ ଭାଷଣ ଦେଉଛନ୍ତି। ହେଲେ ଦେଶର କେଉଁ ସିଟି ସ୍ମାର୍ଟ ହୋଇ ସାରିଲାଣି ତୁଣ୍ଡରେ ଧରୁ ନାହାନ୍ତି। ତେଣୁ ଏହା ସତ୍ତ୍ୱେ ବି ଯେଉଁ ପିଲା ମୋଦି ମୋଦି ହେଉଛନ୍ତି ସେମାନଙ୍କୁ ଶକ୍ତ ଚାପୁଡ଼ା ମାରିବା ଦରକାର।

କଂଗ୍ରେନ ନେତାଙ୍କ ଏପରି ଟିପ୍ପଣୀ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେପି। ବିଜେପି ନେତା ଅମିତ ମାଲବୀୟ କହିଛନ୍ତି, କଂଗ୍ରେସ ଏପରି ଏକ ରାଜନୈତିକ ଦଳ ତାହା ଯୁବବର୍ଗଙ୍କୁ ଟାର୍ଗେଟ କରିବାକୁ ପଛାଉ ନାହିଁ। କର୍ଣ୍ଣାଟକାର ସଂସ୍କୃତି ମନ୍ତ୍ରୀ ଥିବା ଶିବରାଜ ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ନାରା ଲଗାଉଥିବା ଛାତ୍ରଙ୍କୁ ଥାପଡ଼ ମାରିବାକୁ କହୁଛନ୍ତି। କାରଣ ସେମାନେ ରାହୁଲ ଗାନ୍ଧିଙ୍କୁ ରିଜେକ୍ଟ କରି ସାରିଛନ୍ତି। ଦେଶର ନେତୃତ୍ୱ ମୋଦି ନିଅନ୍ତୁ ବୋଲି ଯୁବବର୍ଗ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ୟଙ୍ଗ ଇଣ୍ଡିଆରେ ନିବେଶ କରୁଛନ୍ତି ଓ ରାହୁଲ ଗାନ୍ଧିଙ୍କ କଂଗ୍ରେସ ଯୁବବର୍ଗଙ୍କୁ ଥାପଡ଼ ମାରିବାକୁ କହୁଛନ୍ତି।

କଂଗ୍ରେସ ଯୁବ ମତଦାତାଙ୍କୁ ଧମକାଇବା ଅଭିଯୋଗରେ ବିଜେପି ନିର୍ବାଚନ ଆୟୋଗରେ ଅଭିଯୋଗ କରିଛି। ଏପରି ଟିପ୍ପଣୀ ଆଚାର ସଂହିତାର ଖୋଲାଖୋଲି ଉଲ୍ଲଘଂନ ବୋଲି ବି  ଅଭିଯୋଗ ହୋଇଛି। ତେଣୁ ଶିବରାଜଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖିବା ସହ କଂଗ୍ରେସ ସପକ୍ଷରେ ପ୍ରଚାର କରିବାରୁ ରୋକିବା ଉଚିତ । ଆଗାମୀ ନିର୍ବାଚନରେ କଂଗ୍ରେସ ମାଟି କାମୁଡ଼ି ପଡ଼ିବ । ଏହା ଦଳ ଜାଣି ସାରିଥିବା ବେଳେ ଦିନକୁ ଦିନ ତଳକୁ ଖସିବାରେ ଲାଗିଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ।

Karnataka Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe