Advertisment

କଂଗ୍ରେସ ନେତାଙ୍କ ପ୍ରଶ୍ନ - ସତରେ କ’ଣ ମୋଦି ୧୧ ଦିନିଆ ବ୍ରତ ପାଳନ କରିଥିଲେ?

ମୋଦିଙ୍କ ଉପବାସ ବ୍ରତକୁ ନେଇ ସନ୍ଦେହ ପ୍ରକଟ କରିବା ସହ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ବିରପ୍ପା ମଉଲି।

ଅଦ୍ୟତନ ହୋଇଛି
Veerappa Moily, PM Modi with sadhu

Veerappa Moily, PM Modi with sadhu

Advertisment

ଅଯୋଧ୍ୟା ରାମ ମନ୍ଦିରର ଉଦ୍‌ଘାଟନ ପୂର୍ବରୁ ୧୧ ଦିନର ଉପବାସ ବ୍ରତ ପାଳନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଭଗବାନ ରାମଙ୍କ ଆଖିରୁ ପଟି ଖୋଲିବା ପରେ ମୋଦି ଚରଣାମୃତ ପିଇ ନିଜ ୧୧ ଦିନର ଉପବାସ ଭାଙ୍ଗିଥିଲେ। ମାତ୍ର ମୋଦିଙ୍କ ଉପବାସ ବ୍ରତକୁ ନେଇ ସନ୍ଦେହ ପ୍ରକଟ କରିବା ସହ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ବିରପ୍ପା ମଉଲି।

Advertisment

ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ମଉଲି କହିଛନ୍ତି, କିଛି ଦିନ ପୂର୍ବେ ଜଣେ ଡାକ୍ତରଙ୍କ ସହ ପ୍ରାତଃ ଭ୍ରମଣ କରିବା ସମୟରେ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲି। ଏନେଇ ଡାକ୍ତରଜଣକ ଯାହା କହିଲେ ତାହା ମୋତେ ଚକିତ କରି ଦେଇଥିଲା। ୧୧ ଦିନ କାଳ ଉପବାସ ରହି ବଞ୍ଚିବା ଜଣେ ମଣିଷ ପକ୍ଷେ ଅସମ୍ଭବ । ମାତ୍ର ୧୧ ଦିନର ଉପବାସ କରି ବି ଯଦି ଜଣେ ଜୀବିତ ଅଛି, ତେବେ ତାହା ଚମତ୍କାର ବୋଲି ସେ କହିଥିଲେ । ତେଣୁ ସେ ସତରେ ଉପବାସ ବ୍ରତ ପାଳନ କରିଥିଲେ ନା ନାହିଁ ତାହା ମୋତେ ସନ୍ଦେହରେ ପକାଇଛି।

ଏଥିସହ ଯଦି ସେ ଉପବାସ ବିନା ରାମ ମନ୍ଦିରରେ ପ୍ରବେଶ କରି ଯଜମାନ କାର୍ଯ୍ୟ ସମ୍ଭାଳିଲେ, ତେବେ ଉକ୍ତ ସ୍ଥାନ ଅପବ୍ରିତ ହୋଇ ଯାଇଛି। ଉକ୍ତ ସ୍ଥାନରୁ ଶ୍ରଦ୍ଧାଳୁଙ୍କୁ କୌଣସି ପ୍ରକାର ଉର୍ଜା ମିଳି ପାରିବ ନାହିଁ।

Advertisment

ମୌଲିଙ୍କ ଏହି ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କର୍ଣ୍ଣାଟକା ବିଜେପି ଏମପି ଲହର ସିଂ କହିଛନ୍ତି, ବିରପ୍ପା ମଉଲି ନିଜକୁ ଜଣେ ବହୁତ ବଡ଼ ଲେଖକ କହୁଥିବା ବେଳେ ତାଙ୍କ ଚାରିପଟେ ସବୁ କିଛି ମିଛ ବୋଲି ଭାବୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଉପବାସକୁ ନେଇ ସେ ପ୍ରଶ୍ନ ଉଠାଇଥିବା ବେଳେ ତାହାର ଉତ୍ତର ସମଗ୍ର ଦେଶବାସୀ ଜାଣିଛନ୍ତି।

ପ୍ରଭୁ ରାମଙ୍କ ଉପରେ ହିଁ ଭରସା ରଖିଲେ ହିଁ ଜଣେ ଉପବାସ ବ୍ରତ ପାଳନ କରି ବି ତିଷ୍ଠି ପାରିବ । ଗାନ୍ଧି ପରିବାରକୁ ଖୁସି କଲେ ଟିକେଟ ମିଳିପାରେ, କିନ୍ତୁ ଏପରି ସକରାତ୍ମକ ଉର୍ଜା କେବେ ବି ମିଳିବନି ବୋଲି ସେ ନିଜ ‘X’ ରେ ଟ୍ୱିଟ କରିଛନ୍ତି।

ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୋଦି ୧୧ ଦିନିଆ ବ୍ରତ ରଖିଥିଲେ। ସେ ପ୍ରତିଦିନ ଏକ ‘ବିଶେଷ ମନ୍ତ୍ର’ ପାଠ କରୁଥିଲେ। ଅଧ୍ୟାତ୍ମିକ ଜଗତ୍‌ ସହିତ ଜଡ଼ିତ ଜଣେ ମହାପୁରୁଷଙ୍କଠାରୁ ପ୍ରଧାନମନ୍ତ୍ରୀ ଏହି ମନ୍ତ୍ର ଗ୍ରହଣ କରିଥିଲେ। ସେଥିପାଇଁ ସେ ପ୍ରତିଦିନ ବ୍ରାହ୍ମ ମୁହୂର୍ତ୍ତରେ ଉଠି ୧ ଘଣ୍ଟା ୧୧ ମିନିଟ୍‌ ଧରି ଏହି ମନ୍ତ୍ର ଜପ କରି ଆସୁଥିଲେ। ଏଥିସହ ସେ ୧୧ ଦିନ ଯାଏଁ କେବଳ ଫଳାହାର କରି ରହିଥିଲେ। କେବଳ ସେତିକି ନୁହେଁ ସେ କେବଳ ଗୋଟିଏ କମ୍ବଳରେ ଶୋଉଥିଲେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା।

ଭଗବାନ ରାମଙ୍କ ଆଖିରୁ ପଟି ଖୋଲିବା ପରେ ମୋଦି ଚରଣାମୃତ ପିଇ ନିଜ ୧୧ ଦିନର ଉପବାସ ଭାଙ୍ଗିଥିଲେ। ଗୋବିନ୍ଦ ଦେବ ଗିରି ମହାରାଜ  ଚରଣାମୃତ ପିଆଇ ମୋଦିଙ୍କ ବ୍ରତ ଭାଙ୍ଗିଥିଲେ। 

Bjp Congress PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe