Advertisment

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଡ଼ୁଆ ବଢ଼ିଲା: ଲୋକାୟୁକ୍ତ ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ

ସ୍ୱତନ୍ତ୍ର କୋର୍ଟ ଲୋକାୟୁକ୍ତଙ୍କୁ ୩ ମାସ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି। ଏଥିସହ ଅଧିକୃତ ଅଧିକାରୀଙ୍କୁ ମୁଦା ଦୁର୍ନୀତି ପ୍ରସଙ୍ଗରେ ଗୋଟିଏ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

author-image
Hemant Lenka
Congress

Congress

ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ(ମୁଦା) ଜମି ଦୁର୍ନୀତି ମାମଲାରେ ଫସିଥିବା କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଲୋକାୟୁକ୍ତ କରିବେ। ଏନେଇ ଆଜି କର୍ଣ୍ଣାଟକାର ଗୋଟିଏ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏହି ପ୍ରସଙ୍ଗରେ ଶୁଣାଣି କରି ସ୍ୱତନ୍ତ୍ର କୋର୍ଟ ଲୋକାୟୁକ୍ତଙ୍କୁ ୩ ମାସ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି। ଏଥିସହ ଅଧିକୃତ ଅଧିକାରୀଙ୍କୁ ମୁଦା ଦୁର୍ନୀତି ପ୍ରସଙ୍ଗରେ ଗୋଟିଏ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତାଙ୍କ ନାଁରେ ବିଜେପି ନେତା ଏନଆର ରମେଶ ମଧ୍ୟ ବେଙ୍ଗାଲୁରୁ ସ୍ଥିତ ଲୋକୟୁକ୍ତ ଅଫିସରେ ଗୋଟିଏ ଅଭିଯୋଗ ଦାଖଲ କରିଥିଲେ। ମୁଦା ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ସେ ଦାବି କରିଥିଲେ। ଏଥିସହ ଏହି ଘଟଣା ସହ ଜଡ଼ିତ ଏକାଧିକ ଦସ୍ତାବିଜ ମଧ୍ୟ ସେ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିଥିଲେ।

Advertisment

ମୁଦା ମାମଲାରେ ସିଦ୍ଦରମୈୟାଙ୍କୁ ମଙ୍ଗଳବାର କର୍ଣ୍ଣାଟକା ହାଇକୋର୍ଟ ବି ଝଟକା ଦେଇଥିଲେ। ତାଙ୍କ ବିରୋଧରେ ଆସିଥିବା ହେରଫେର ଅଭିଯୋଗର ତଦନ୍ତ କରିବାକୁ ରାଜ୍ୟପାଳ ଦେଇଥିବା ମଞ୍ଜୁରୀକୁ ସିଦ୍ଦରମୈୟା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଏହାକୁ କୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ।

ଏକକ ବେଞ୍ଚ ବିଚାରପତି ଜଷ୍ଟିସ ଏମ ନାଗାପ୍ରସନ୍ନା କହିଥିଲେ ମୁଦା ଜମିର ପୂରା ପ୍ରକରଣରେ ସିଦ୍ଦରମୈୟା ନଥିଲେ ବୋଲି ଗ୍ରହଣ କରିବା ବେଶ କଷ୍ଟକର। ତାଙ୍କ ପରିବାର ମୁଦା ଜମି ଅଦଳବଦଳ ପ୍ରକ୍ରିୟାରେ ପ୍ରାୟ ୫୬ କୋଟି ଟଙ୍କାର ମୁନାଫା ପାଇଥିବା ଅଭିଯୋଗ ହୋଇଛି। ତେଣୁ ଏହାର ତଦନ୍ତ ଜରୁରୀ ବୋଲି ସେ କହିଥିଲେ।

ମୁଦା ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ତିନିଜଣ ସାମାଜିକ କର୍ମୀ ଠକେଇ ଅଭିଯୋଗ ଆଣିବା ପରେ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ ଜୁଲାଇ ମାସରେ ତଦନ୍ତ ପାଇଁ ମଞ୍ଜୁରୀ ଦେଇଥିଲେ।

ଅଭିଯୋଗରେ କୁହାଯାଇଛି ଯେ ସିଦ୍ଦରମୈୟାଙ୍କ ପତ୍ନୀ ପାର୍ବତୀଙ୍କୁ ତାଙ୍କର ୩.୧୬ ଏକର ଜମି ବଦଳରେ ମହୀଶୂରର ଉନ୍ନତ ବଜାର ଅଞ୍ଚଳରେ ୫୦:୫୦ ଅନୁପାତ ଯୋଜନାରେ ପ୍ଲଟ୍ ଆବଣ୍ଟନ କରାଯାଇଥିଲା। ମୁଦା ଦେଇଥିବା ସମ୍ପତ୍ତିର ମୂଲ୍ୟ ମୁଦା ଦ୍ୱାରା ଅଧିଗ୍ରହଣ କରାଯାଇଥିବା ପାର୍ବତୀଙ୍କ ଜମିର ମୂଲ୍ୟ ତୁଳନାରେ ଢେର ଅଧିକ ଥିଲା। ପାର୍ବତୀଙ୍କ କ୍ଷେତ୍ରରେ ନିୟମକୁ ବଳି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି।

Karnataka Siddaramaiah MUDA Land Scam