Advertisment

ଚିକେନ ଶୋର୍‌ମାରେ ବ୍ୟାକ୍ଟେରିଆ, ଆକ୍ସନ ମୁଡ୍‌ରେ ସରକାର

୧୦ ଜିଲ୍ଲାରୁ ଶୋରମା ନମୁନା ସଂଗ୍ରହ କରାଯାଇଥିଲା। ଏହି ନମୁନାଗୁଡିକୁ ପରୀକ୍ଷା କରିବା ପରେ ଏଥିରେ ବ୍ୟାକ୍ଟେରିଆ ଏବଂ ୟେଷ୍ଟ ବା ଫିମ୍ପି ମିଳିଛି।

Chicken Shawarma

Chicken Shawarma

Advertisment

ଚିକେନ୍‌ ଶୋର୍‌ମା। ଏହାକୁ ଖାଇବାକୁ ଅଧିକାଂଶ ପସନ୍ଦ କରନ୍ତି। ଏହା ଏକ ପ୍ରକାର ଫାଷ୍ଟଫୁଡ୍‌। ଯଦି ଆପଣ ମଧ୍ୟ ଏହି ଚିକେନ୍ ଶୋର୍‌ମା ଖାଇବାକୁ ପସନ୍ଦ କରନ୍ତି, ତେବେ ସାବଧାନ ହୋଇଯାନ୍ତୁ। ଏହାକୁ ନେଇ ଆସିଛି ଏକ ବଡ଼ ଖବର। ବଜାରରେ ବିକ୍ରି ହେଉଛି ବ୍ୟାକ୍ଟେରିଆ ଯୁକ୍ତ ଚିକୋନ୍‌ ଶୋର୍‌ମା। ବିଭିନ୍ନ ହୋଟେଲ ଏବଂ ଦୋକାନରେ ଫିମ୍ପି ମାଡି ଯାଇଥିବା ଚିକେନ୍‌ ଶୋର୍‌ମା ମିଳୁଛି। ଏହାକୁ ନେଇ ଏବେ ଆକ୍ସନ ମୁଡ୍‌କୁ ଆସିଛନ୍ତି ସରକାର।

Advertisment

ନିକଟରେ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ(FSSAI )ର ପରୀକ୍ଷଣରୁ ବେଙ୍ଗାଲୁରୁ ସମେତ କର୍ଣ୍ଣାଟକର ଅନେକ ଜିଲ୍ଲାରେ ବିକ୍ରି ହେଉଥିବା ଶୋରମାରେ ଜୀବାଣୁ ତଥା ବ୍ୟାକ୍ଟେରିଆ ଓ ୟେଷ୍ଟ ବା ଫିମ୍ପି ଥିବା ଜଣାପଡିଛି। ଏହାକୁ ଖାଇବା ପରେ କିଛି ଲୋକ ଅସୁସ୍ଥ ହୋଇପଡିଥିବା ଖବର ମଧ୍ୟ ସାମାନକୁ ଆସିଥିଲା। ଏହାପରେ କର୍ଣ୍ଣାଟକ ସରକାର ଆକ୍ସନମୁଡ୍‌ ଆସି ଅପରିଷ୍କାର ଶୋରମା ବିକ୍ରି କରୁଥିବା ବିଭିନ୍ନ ହଟୋଲ ଓ ଦୋକାନ ବିରୋଧରେ କଟକଣା ଜାରି କରିଛନ୍ତି। ସେପଟେ FSSAI ବେଙ୍ଗାଲୁରୁର ହୋଟେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ପ୍ରକୃତରେ ବେଙ୍ଗାଲୁରୁରେ ଅପରିଷ୍କାର ଚିକେନ ଶୋର୍‌ମା ବିକ୍ରି ହୋଉଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ସ୍ୱାସ୍ଥ୍ୟ ଅଧିକାରୀମାନେ ବ୍ରୁହାଟ ବେଙ୍ଗାଲୁରୁ ମହାନଗର ପାଳିକା(ବିବିଏମ୍‌ପି), ବେଙ୍ଗାଲୁରୁ ସହରାଞ୍ଚଳ ଜିଲ୍ଲା, ତୁମ୍‌କୁରୁ, ମୈସୁର, ହୁବଲି, ମାଙ୍ଗାଲୁରୁ, ଏବଂ ବଲାରୀ ଅଧୀନରେ ଥିବା ୧୦ ଜିଲ୍ଲାରୁ ଶୋରମା ନମୁନା ସଂଗ୍ରହ କରିଥିଲେ। ଏହି ନମୁନାଗୁଡିକୁ ପରୀକ୍ଷା କରିବା ପରେ ଏଥିରେ ବ୍ୟାକ୍ଟେରିଆ ଏବଂ ୟେଷ୍ଟ ବା ଫିମ୍ପି ମିଳିଛି।

Advertisment

ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ମୁତାବକ, ୧୦ ଜିଲ୍ଲାରୁ ୧୭ଟି ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ସେଥରୁ କେବଳ ୯ଟି ନମୁନା ସଫା ଏବଂ ସୁସ୍ଥ ଥିବା ଦେଖିବାକୁ ମିଳିଥିଲା। ଅନ୍ୟ ଆଠଟି ନମୁନା ଭଲ ନଥିଲା। ଏଥିରେ ଜୀବାଣୁ ଏବଂ ଫିମ୍ପି ମାଡି ଯାଇଥିବା ଦେଖିବାକୁ ମିଳିଥିଲା।

ଏହି ଲାବୋରେଟୋରୀ ରିପୋର୍ଟ ଉପରେ ଆଧାର କରି ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ବିଭିନ୍ନ ହୋଟେଲ ଉପରେ ଚଢ଼ାଉ ହୋଇଥିଲା। ଏହି ଚଢ଼ାଉ ବେଳେ ଶୋରମାର ଗୁଣବତ୍ତା ଭଲ ନଥିବା ମିଳିଥିବା FSSAI ପକ୍ଷରୁ କୁହାଯାଇଛି। ଏହାପରେ ଆଇନ୍‌ ଅନୁଯାୟୀ ଉକ୍ତ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଲାଇସେନ୍ସ ବାତିଲ କରାଯାଇଛି।

ନିକଟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୋରମା ଖାଇବା ପରେ ଅନେକ ନାଗରିକ ଖାଦ୍ୟ ସମ୍ବନ୍ଧୀୟ ରୋଗରେ ପୀଡିତ ହୋଇଥିବା ଅଭିଯୋଗ ଆସିଥିଲା। ଯାହା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେପଟେ ଶୋରମାରେ ବ୍ୟାକ୍ଟେରିଆ ଏବଂ ୟେଷ୍ଟ ମିଳିବା ପରେ ବେଙ୍ଗାଲୁରୁରେ ଏହାକୁ ଖାଉଥିବା ଲୋକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି।

Karnataka FSSAI Chicken Shawarma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe