Advertisment

ଇଦ୍‌ ଶୋଭାଯାତ୍ରା ବେଳେ ସଂଘର୍ଷ: ୪୩ ଗିରଫ, ମୁଖ୍ୟମନ୍ତ୍ରୀ ଦେଲେ ଏମିତି ବୟାନ

ସ୍ଥିତି ଏବେ ବି ଉତ୍ତେଜନା ଲାଗି ରହିଥିବା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ସମସ୍ତଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ଅନୁରୋଧ କରିଛନ୍ତି।

EID

EID

Advertisment

ଦିନକ ତଳେ କର୍ଣ୍ଣାଟକାର ଶିବମୋଗା ଜିଲ୍ଲାରେ ଘଟିଥିବା ସାଂପ୍ରଦାୟିକ ଦଙ୍ଗାକୁ ନେଇ ଏବେ ବି ଉତ୍ତେଜନା ଲାଗି ରହିଛି। ରାଗିଗୁଡ୍ଡାରେ ଇଦ-ଇ-ମିଲାଦ-ଉନ-ନବି ଶୋଭାଯାତ୍ରା ବେଳେ ଦୁଇ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ସାମିଲ ଥିବା ୪୩ ଜଣଙ୍କୁ ସୋମବାର ପୁଲିସ୍‌ ଗିରଫ କରିଛି।

Advertisment

ସ୍ଥିତି ଏବେ ବି ଉତ୍ତେଜନା ଲାଗି ରହିଥିବା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ସମସ୍ତଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ଅନୁରୋଧ କରିଛନ୍ତି। ଏଥିସହ ଗୋଟିଏ ସଂପ୍ରଦାୟର ଧାର୍ମିକ ଶୋଭାଯାତ୍ରା ଉପରକୁ ଅନ୍ୟ ଧର୍ମର ଲୋକଙ୍କ ପଥରମାଡ଼ ଘଟଣାକୁ କେବେ ହେଲେ ସରକାର ସହ୍ୟ କରିବେ ନାହିଁ। ଏପରି କାମ କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସିଦ୍ଦରମୈୟା କହିଛନ୍ତି, “ରାଗିଗୁଡ଼ାରେ ଜିଲ୍ଲା ପ୍ରଶାସନ ୧୪୪ ଧାରା ଲାଗୁ କରିଛି। ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ପୁଲିସ୍‌ ପାଖରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ଉପାୟ ନଥିବାରୁ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଉତ୍ତେଜନା ସୃଷ୍ଟି କରିଥିବା ୪୩ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।

Advertisment

ଯେକୌସି ଧାର୍ମିକ କାର୍ଯ୍ୟକ୍ରମ ହେଉ, ଅନ୍ୟ ଧର୍ମର ଲୋକମାନେ ଶୋଭାଯାତ୍ରା ଉପରକୁ ପଥର ମାଡ଼ କରିବା ଭୁଲ। କୌଣସି ଧର୍ମର ଧାର୍ମିକ ଶୋଭଯାତ୍ରାରେ ବିଶୃଙ୍ଖଳା ସୃଷ୍ଟି କରିବାର ଅଧିକାର କାହାର ନାହିଁ। ଆମ ସରକାର ଏପରି କାର୍ଯ୍ୟକଳାପକୁ କେବେ ହେଲେ ସହ୍ୟ କରିବ ନାହିଁ।”

ଇଦ-ଇ-ମିଲାଦ-ଉନ-ନବି ଶୋଭାଯାତ୍ରା ବେଳେ ପ୍ରବଳ ଭିଡ଼ ହୋଇଥାଏ। ଶତାଧିକ ଲୋକ ଏଥିରେ ସାମିଲ ହୋଇ ଉତ୍ସବ ମନାନ୍ତି। ରାଗିଗୁଡ଼ାରେ ମଧ୍ୟ ରବିବାର ଏଥିପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ତେବେ ଉକ୍ତ କାର୍ଯ୍ୟକ୍ରମରେ ଦୁଇ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ଦେଖାଯାଇଥିଲା।

ଶୋଭାଯାତ୍ରା ଉପରକୁ ପଥର ମାଡ଼ କରିବାରୁ ବିବାଦ ଦେଖାଯାଇଥିଲା। ତେଣୁ ପୁଲିସ୍‌ ଶୋଭାଯାତ୍ରାକୁ ଅଟକାଇଥିଲା। ଏହାକୁ ବିରୋଧ କରି ବିକ୍ଷୋଭ ଆରମ୍ଭ ହୋଇଥିଲା। ବିକ୍ଷୋଭକାରୀମାନେ ବ୍ୟାରିକେଡ ଭାଙ୍ଗି ଆଗକୁ ଯିବାକୁ ଚେଷ୍ଟା କରିଥିଲେ। ସେମାନଙ୍କୁ ରୋକିବା ପାଇଁ ପୁଲିସ୍‌ ଲାଠିଚାର୍ଜ କରିଥିଲା। ଏଥିରେ ୫ ଜଣ ଆହତ ମଧ୍ୟ ହୋଇଛନ୍ତି।

Karnataka Siddaramaiah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe