Advertisment

କର୍ଣ୍ଣାଟକା ନିର୍ବାଚନ: ୧୯୮୯ ପରେ ରାଜ୍ୟରେ ନୂଆ ରେକର୍ଡ କଲା କଂଗ୍ରେସ

କର୍ଣ୍ଣାଟକାର ୨୨୪ ବିଧାନସଭା ଆସନରୁ କଂଗ୍ରେସ ୧୩୬ଟି ଜିତିଥିବା ବେଳେ ବିଜେପି ୬୫ଟି ସ୍ଥାନରେ ବାଜିମାତ କରିଛି। ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩।

ଅଦ୍ୟତନ ହୋଇଛି
Congress

Congress

Advertisment

ରେକର୍ଡ ବିଜୟ ସହ କର୍ଣ୍ଣାଟକାରେ ସରକାର ଗଠନ କରିବାକୁ ଯାଉଛି କଂଗ୍ରେସ। ଶନିବାର ସନ୍ଧ୍ୟା ସୁଦ୍ଧା କଂଗ୍ରେସ ୧୩୫ ଆସନ ଜିତିବାକୁ ଯାଉଥିବା ସ୍ପଷ୍ଟ ହୋଇଥିବା ବେଳେ ନିର୍ବାଚନ କମିଶନଙ୍କ ଔପଚାରିକ ଘୋଷଣା ବାକି ରହିଥିଲା। ବିଳମ୍ବିତ ରାତିରେ ଗଣତି ଶେଷ ହୋଇଥିବା ବେଳେ କମିଶନ ପକ୍ଷରୁ ଚୂଡ଼ାନ୍ତ ରେଜଲ୍ଟ ଘୋଷଣା କରାଯାଇଛି।

Advertisment

କର୍ଣ୍ଣାଟକାର ୨୨୪ ବିଧାନସଭା ଆସନରୁ କଂଗ୍ରେସ ୧୩୫ଟି ଜିତିଥିବା ବେଳେ ବିଜେପି ୬୬ଟି ସ୍ଥାନରେ ବାଜିମାତ କରିଛି। ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩। ଏହାର ଅର୍ଥ କଂଗ୍ରେସ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବ। ଏଚଡି ଦେବଗୌଡ଼ାଙ୍କ ଜେଡିଏସ ୧୯ଟି ଆସନ ଜିତିବାକୁ ସକ୍ଷମ ହୋଇଛି।

କଂଗ୍ରେସ ୪୩% ଭୋଟ ମଧ୍ୟ ମିଳିଛି। ଏହି ବିଜୟ ସହ କଂଗ୍ରେସ ୧୯୮୯ ପରେ ରାଜ୍ୟରେ ନୂଆ ରେକର୍ଡ କରିଛି। ୧୯୮୯ ପରେ କୌଣସି ରାଜନୀତିକ ଦଳ ଏତେ ସଂଖ୍ୟକ ଆସନ କର୍ଣ୍ଣାଟକାରେ ଜିତି ନଥିଲେ। ୧୯୮୯ରେ ବୀରେନ୍ଦ୍ର ପାଟିଲଙ୍କ ନେତୃତ୍ୱାଧୀନ କଂଗ୍ରେସ ରାଜ୍ୟରେ ୧୭୮ଟି ଆସନ ଜିତିଥିଲା। ଏହି ରେକର୍ଡ କେହି ବି ଏଯାଏ ଭାଙ୍ଗି ନାହାନ୍ତି।

Advertisment

୧୯୮୫ ପରଠାରୁ କୌଣସି ଦଳ ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଥର ସରକାର ଗଠନ କରିବାକୁ ସକ୍ଷମ ହୋଇ ନାହାନ୍ତି। ସେହିପରି କୌଣସି ରାଜନୀତିକ ଦଳ ୧୯୮୯ ପରେ ଏତେ ସଂଖ୍ୟକ ସିଟ୍‌ ମଧ୍ୟ ଜିତି ନଥିଲେ। ହେଲେ କଂଗ୍ରେସ ୧୩୬ଟି ଆସନ ଜିତି ନୂଆ ରେକର୍ଡ କରିଛି।

ତଥ୍ୟ ଅନୁସାରେ ୧୯୯୪ରେ ଏଚଡି ଦେବଗୌଡ଼ାଙ୍କ ନେତୃତ୍ୱରା ଜେଡିଏସ୍‌ ୧୧୫ଟି ଆସନ ଜିତିଥିଲା। ୧୯୯୯ରେ ଏସଏମ କ୍ରିଷ୍ଣାଙ୍କ ନେତୃତ୍ୱରେ କଂଗ୍ରେସ ୧୩୨ଟି ଆସନ ଜତିବା ସହ ୪୦.୮୪% ଭୋଟ ପାଇଥିଲା। ୨୦୦୪ରେ ବିଜେପି ୭୯ଟି ଆସନ, ୨୦୦୮ରା ପୁଣି ବିଜେପି ୧୧୦ ଆସନ, ୨୦୧୩ରେ କଂଗ୍ରେସ ୧୨୨ ଆସନ, ୨୦୧୮ରେ ବିଜେପି ୧୦୪ଟି ଆସନ ଜିତିଥିଲା। ହେଲେ ୨୦୨୩ରେ କଂଗ୍ରେସ ୩୪ ବର୍ଷ ପରେ ସର୍ବାଧିକ ଆସନ ଜିତିବାକୁ ସକ୍ଷମ ହୋଇଛି। 

ଶନିବାର ରେଜଲ୍ଟ ପରେ ବିଜେପି ପାଖରେ ଥିବା ଦକ୍ଷିଣ ଭାରତର ଏକମାତ୍ର ରାଜ୍ୟ ମଧ୍ୟ ଚାଲି ଯାଇଛି। ବାସବରାଜ ବୋମାଇଙ୍କ ସରକାରରେ ମନ୍ତ୍ରୀ ଥିବା ୨୨ ଜଣ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ପରାସ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଶିକ୍ଷା ମନ୍ତ୍ରୀ ବିସି ନାଗେଶ ରହିଛନ୍ତି। ସେ ହିଁ କର୍ଣ୍ଣାଟକାର ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନ କରିଥିଲେ। ଏବେ ଲୋକମାନେ ତାଙ୍କୁ ନିର୍ବାଚନରେ ହରାଇ ଦେଇଛନ୍ତି।

୨୦୧୮ କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ବିଜେପି ସର୍ବବୃହତ୍ତ ଦଳ ଭାବେ ୧୦୪ଟି ଆସନ ଜିତିଥିଲା। ଦଳ ପାଖରେ ମ୍ୟାଜିକ ନମ୍ବର ୧୧୩ ନଥିଲେ ହେଁ ବିଏସ୍‌ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ ଆସ୍ଥା ଭୋଟ ପୂର୍ବରୁ ସେ ଇସ୍ତଫା ଦେଇଥିଲେ। ଏହାପରେ ଜେଡିସଏସ୍‌ ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିଥିଲେ।

କିନ୍ତୁ ୧୪ ମାସ ପରେ ଏହି ମେଣ୍ଟ ସରକାର ଭୁଶୁଡ଼ୁ ପଡ଼ିଥିଲା। ମେଣ୍ଟରେ ଥିବା ଏକାଧିକ ବିଧାୟକ ବିଜେପିକୁ ଯିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଥିଲା। ୨୦୧୯ ଜୁଲାଇରେ ମେଣ୍ଟ ସରକାର ଭାଙ୍ଗି ଯିବାରୁ ୟେଦ୍ୟୁରପ୍ପା ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ୨୦୨୧ ଜୁଲାଇ ୨୬ରେ ସେ ଇସ୍ତଫା ଦେଇଥିଲେ। ଏହାପରେ ଅର୍ଥାତ ୨୦୨୧ ମସିହା ଜୁଲାଇ ୨୮ରୁ ବୋମାଇ ମୁଖ୍ୟମନ୍ତ୍ରୀ ଭାବେ କାମ ଆରମ୍ଭ କରିଥିଲେ।

Congress Karnataka Karnataka Polls 2023 Karnataka Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe