Advertisment

ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଭଗବାନ କୃଷ୍ଣଙ୍କ ସହ ତୁଳନା କଲେ ମନ୍ତ୍ରୀ

ପ୍ରଜ୍ଜ୍ୱଳ ରେଭାନ୍ନା ଭଗବାନ କୃଷ୍ଣଙ୍କ ରେକର୍ଡ ଭାଙ୍ଗିବାକୁ ଚାହୁଁଥିବା ମନ୍ତ୍ରୀ କହିଛନ୍ତି।

Prajwal Revanna

Prajwal Revanna

Advertisment

ଅଶ୍ଳୀଳ ଭିଡିଓ ମାମଲାରେ ଫଶିଛନ୍ତି କର୍ଣ୍ଣାଟକ ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା। ଏବେ ତାଙ୍କୁ ନେଇ ଏକ ନୂଆ ବିବାଦ ଆରମ୍ଭ ହୋଇଛି। କର୍ଣ୍ଣାଟକର କଂଗ୍ରେସ ସରକାରର ଜଣେ ମନ୍ତ୍ରୀ ରେଭାନ୍ନାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ସହ ତୁଳନା କରିଛନ୍ତି। ଏହାକୁ ନେଇ ବିବାଦ ଉପୁଜିଛି। ତାଙ୍କ ବୟାନକୁ ବିରୋଧ କରାଯାଇଛି।

Advertisment

କର୍ଣ୍ଣାଟକର ଅବକାରୀ ମନ୍ତ୍ରୀ ଆରବି ତୁମ୍ମାପୁର କହିଛନ୍ତି, 'ଏହା ପେନଡ୍ରାଇଭ୍‌ ମାମଲା। ଦେଶରେ ଏହାଠାରୁ ଖରାପ ଆଉ କିଛି ହୋଇନାହିଁ। ଏହା ଗିନିଜ ବକ୍‌ ଓ୍ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇପାରେ। ଭଗବାନ ଶ୍ରୀକୃଷ୍ଣ ମହିଳାମାନଙ୍କ ଭକ୍ତିଭାଗରେ ରହୁଥିଲେ। କିନ୍ତୁ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ମାମଲାରେ ଏଭଳି କିଛି ନଥିଲା। ସେ ଭଗବାନଙ୍କ ଶ୍ରୀକୃଷ୍ଣଙ୍କ ଠାରୁ ବି ବଳିଗଲେ। ସେ ତାଙ୍କ ରେକର୍ଡ ଭାଙ୍ଗିବାକୁ ଚାହୁଁଛନ୍ତି।' ତେବେ ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ବିବାଦ ଉପୁଜିଛି। ପ୍ରଜ୍ଜ୍ୱଳଙ୍କୁ ଭଗବାନ କୃଷ୍ଣଙ୍କ ସହ ତୁଳନା କିରବାକୁ ନେଇ ବିରୋଧୀମାନେ ପ୍ରଶ୍ନ ଉଠାଇଛନ୍ତି।

ସେପଟେ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଶ୍ଳୀଳ ଭିଡିଓ ମାମଲା ସାମ୍ନାକୁ ଆସିବା ପରେ କର୍ଣ୍ଣାଟକ ବିଜେପିର ପୂର୍ବତନ ନେତା କେଏସ୍‌ ଇଶ୍ୱରଅପ୍ପାଙ୍କ ପୁଅ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପ୍ରଜ୍ଜ୍ୱଳଙ୍କ ବିରୋଧରେ କୌଣସି ବି ଅପମାନଜନକ ଭିଡିଓ, ଅଡିଓ କିମ୍ବା ଫଟୋ ସୋଶାଲ ମିଡିଆରେ ପ୍ରକାଶିତ କରିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସେ ଦାବି କରିଛନ୍ତି।

Advertisment

ଗତକାଲି ପ୍ରଜ୍ଜ୍ୱଳ ରେଭାନ୍ନା ନିଜ ଓକିଲ ଜରିଆରେ ସେ ଦେଶ ବାହାରେ ଅଛନ୍ତି। ତେଣୁ ସେ ହାଜର ହୋଇପାରିବେ ନାହିଁ ବୋଲି ଏସ୍‌ଆଇଟିକୁ ଜଣାଇଥିଲେ। ଏଥିସହ ହାଜର ହେବା ପାଇଁ ସେ ଅତିରିକ୍ତି ୭ ଦିନର ସମୟ ମାଗିଥିଲ। ମିଡିଆ ରିପୋର୍ଟ ଅନୁଯାୟୀ, ଏସଆଇଟି ତାଙ୍କୁ ସମୟ ଦେବାକୁ ମନା କରିଦେଇଛି। SIT ଆଜି ରେଭାନ୍ନାଙ୍କୁ ଦ୍ୱିତୀୟ ନୋଟିସ୍ ଜାରି କରିପାରେ ଏବଂ ତାଙ୍କୁ ଏକ ନୂଆ ତାରିଖରେ ହାଜର ହେବାକୁ ଡାକିପାରେ ବୋଲି ସମ୍ଭାବନା ରହିଛି। 

ସୋସିଆଲ ମିଡିଆରେ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ ହୋଇଥିଲା। ଏଥିରେ ସେ ଅନେକ ମହିଳାଙ୍କ ଯୌନ ଶୋଷଣରେ ଲିପ୍ତ ଥିବା ଦର୍ଶାଯାଇଥିଲା। କେବଳ ସେତିକି ନୁହେଁ ତାଙ୍କ ଘରେ କାମ କରୁଥିବା ଜଣେ ମହିଳା ସହାୟିକା ପ୍ରଜ୍ଜ୍ୱଳ ଓ ତାଙ୍କ ବାପା ଏଚ୍‌ଡି ରେଭାନ୍ନଙ୍କ ବିରୋଧରେ ଯୌନ ଉତ୍ପୀଡିନ ଅଭିଯୋଗ ଆଣିଥିଲେ। ଏହାପରେ ପ୍ରଜ୍ଜ୍ୱଳ ରେଭାନ୍ନା ଦେଶ ଛାଡି ବିଦେଶକୁ ପଳାୟନ କରିଥିବା ଖବର ସାମ୍ନାକୁ ଆସିଥିଲା। ସେ ଏବେ ଜର୍ମାନୀରେ ଥିବା ସୂଚନା ମିଳିଛି। 

Karnataka JDS Prajwal Revanna Prajwal Revanna Sex Scandal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe