Advertisment

ଏକଜିଟ୍‌ ପୋଲ: କର୍ଣ୍ଣାଟକାରେ କାହାକୁ ମିଳିବନି ସଂଖ୍ୟା ଗରିଷ୍ଠତା, କିନ୍ତୁ କଂଗ୍ରେସ ୬-୨ରେ ଆଗୁଆ

୨୦୧୭ରେ ମଧ୍ୟ କଂଗ୍ରେସ ଓ ଜେଡିଏସ୍‌ ମିଳିତ ଭାବେ ସରକାର ଗଠନ କରିଥିଲେ। କିନ୍ତୁ ମାତ୍ର ଦୁଇ ବର୍ଷ ମଧ୍ୟରେ ଏହି ମେଣ୍ଟ ସରକାର ଭୁଶୁଡ଼ି ପଡ଼ିଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Congress

Congress

ସାଧାରଣ ନିର୍ବାଚନ ପୂର୍ବରୁ କାହାର ହେବ କର୍ଣ୍ଣାଟକା ? ଆଜି ରାଜ୍ୟର ୨୨୪ ଆସନ ପାଇଁ ଭୋଟ ଗ୍ରହଣ ହେବା ପରେ ନେତାମାନଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଯାଇଛି। ଆସନ୍ତା ୧୩ ତାରିଖରେ ଇଭିଏମ ଖୋଲିବା ସହ ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇବ। ତେବେ ଏହାପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲ ରେଜଲ୍ଟ ସାମ୍ନାକୁ ଆସିଛି।

Advertisment

ଏକଜିଟ୍‌ ପୋଲକୁ ବିଶ୍ୱାସକୁ ନେଲେ କର୍ଣ୍ଣାଟକାରେ କୌଣସି ରାଜନୀତିକ ଦଳକୁ ମିଳିବନି ସଂଖ୍ୟା ଗରିଷ୍ଠତା। ଅଧିକାଂଶ ସଂସ୍ଥା ବା ଗଣମାଧ୍ୟମ ଝୁଲା ବିଧାନସଭାର ଆକଳନ କରିଛନ୍ତି। ତେବେ ୮ଟି ଗଣମାଧ୍ୟମ ବା ସଂସ୍ଥା କରିଥିବା ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ କଂଗ୍ରେସ ୬-୨ରେ ବିଜେପି ଠାରୁ ଆଗରେ ରହିଛି। ଏହାର ଅର୍ଥ ୫ଟି ସଂସ୍ଥା କଂଗ୍ରେସ କର୍ଣ୍ଣାଟକାରେ ବିଜେପି ଠାରୁ ଅଧିକ ଆସନ ଜିତିବ ବୋଲି ଆକଳନ କରିଛନ୍ତି। ଏପରି ସ୍ଥିତିରେ ଜେଡିଏସ୍‌ କିଙ୍ଗ ମେକର ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି। 

୨୦୧୮ରେ ମଧ୍ୟ କଂଗ୍ରେସ ଓ ଜେଡିଏସ୍‌ ମିଳିତ ଭାବେ ସରକାର ଗଠନ କରିଥିଲେ। କିନ୍ତୁ ମାତ୍ର ଦୁଇ ବର୍ଷ ମଧ୍ୟରେ ଏହି ମେଣ୍ଟ ସରକାର ଭୁଶୁଡ଼ି ପଡ଼ିଥିଲା। ଏବେ ଜେଡିଏସ ଉପରେ ସମସ୍ତଙ୍କ ନଜର ରହିଛି। ସେହିପରି ଅଧିକାଂଶ ଗଣମାଧ୍ୟମ ଝୁଲା ବିଧାନସଭାର ଆକଳନ କରିଥିଲେ ମଧ୍ୟ କ୍ଷମତାସୀନ ବିଜେପି ଠାରୁ କଂଗ୍ରେସ ଅଧିକ ଆସନ ପାଇବ ବୋଲି ପୂର୍ବାନୁମାନ କରିଛନ୍ତି।

Advertisment

ଯଦି ଏକଜିଟ ପୋଲ ଅନୁଯାୟୀ, ଝୁଲା ବିଧାନସଭାର ପରିସ୍ଥିତି ସୃଷ୍ଟି ହୁଏ, ତା’ହେଲେ ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ କିଙ୍ଗ ମେକର ସାଜିବେ। ତେଣୁ ଏହାର ଫାଇଦା ଉଠାଇବା ପାଇଁ ଆଜି ଉଭୟ କଂଗ୍ରେସ ଓ ବିଜେପି ଉଦ୍ୟମ କରିବେ। କର୍ଣ୍ଣାଟକାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩।

ଏବିପି ନ୍ୟୁଜ ସି ଭୋଟରର ଏକଜିଟ ପୋଲ ଅନୁଯାୟୀ, କର୍ଣ୍ଣାଟକାରେ ବିଜେପି ୮୩ରୁ ୯୫, କଂଗ୍ରେସ ୧୦୦ରୁ ୧୧୨, ଜେଡିଏସ ୨୧ରୁ ୨୯ଟି ଆସନ ଓ ଅନ୍ୟାନ୍ୟ ଦଳ ୨ରୁ ୬ଟି ଆସନ ଜିତିବେ।

ନ୍ୟୁଜ ନେଶନ-ସିଜିଏସ୍‌ କହିଛି ଯେ ବିଜେପି ୧୧୪, କଂଗ୍ରେସ ୮୬, ଜେଡିଏସ ୨୧ଟି ଓ ଅନ୍ୟାନ୍ୟ ଦଳ ୩ ଆସନ ଦଖଲ କରିବ।

ଟାଇମ୍ସ ନାଓ-ଇଟିଜି ଅନୁମାନ କରିଛି ଯେ କଂଗ୍ରେସ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିନେବ। ସଂସ୍ଥା କହିଛି ଯେ କଂଗ୍ରେସ ୧୧୩ଟି, ବିଜେପି ୮୫, ଜେଡିଏସ୍‌ ୨୩ଟି ଓ ଅନ୍ୟାନ୍ୟ ଦଳ ୩ ଆସନ ଜିତିବେ। 

ଇଣ୍ଡିଆ ଟିଭି-ସିଏନଏକ୍ସ ମଧ୍ୟ କଂଗ୍ରେସ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିବ ବୋଲି ଆକଳନ କରିଛି। ଉକ୍ତ ଗଣମାଧ୍ୟମ ଆକଳନ କରିଛି ଯେ ବିଜେପି ୮୦ରୁ ୯୦ଟି, କଂଗ୍ରେସ ୧୧୦ରୁ ୧୨୦, ଜେଡିଏସ୍‌ ୨୦ରୁ ୨୪ଟି ଓ ଅନ୍ୟାନ୍ୟ ଦଳ ୧ରୁ ୩ଟି ଆସନ ପାଇବେ। 

ରିପବ୍ଲିକ ଟିଭିର ଏକଜିଟ ପୋଲ ଅନୁଯାୟୀ, ବିଜେପି ଠାରୁ କଂଗ୍ରେସ ଅଧିକ ଆସନ ଜିତିବ। ଏହି ସଂସ୍ଥା କହିଛି ଯେ ବିଜେପି ୮୫ରୁ ୧୦୦ଟି, କଂଗ୍ରେସ ୯୪ରୁ ୧୦୮, ଜେଡିଏସ୍‌ ୨୪ରୁ ୩୨ଟି ଓ ଅନ୍ୟାନ୍ୟ ଦଳ ୨-୬ଟି ଆସନ ଜିତିବ।

ଜନକ କୀ ବାତ୍‌ର ଏକଜିଟ ପୋଲରେ କୁହାଯାଇଛି ଯେ ବିଜେପି ୯୪ରୁ ୧୧୭, କଂଗ୍ରେସ ୯୧ରୁ ୧୦୬, ଜେଡିଏସ୍‌ ୧୪ରୁ ୨୪ଟି ଓ ଅନ୍ୟାନ୍ୟ ଦଳ ୦ରୁ ୨ ଆସନ ପାଇବେ।

ଟିଭି ୯ ଭାରତ ବର୍ଷ ବିଜେପିକୁ ୮୮ରୁ ୯୮, କଂଗ୍ରେସକୁ ୯୯ରୁ ୧୦୯, ଜେଡିଏସ୍‌କୁ ୨୧ରୁ ୨୬ ଓ ଅନ୍ୟାନ୍ୟ ଦଳକୁ ୦ରୁ ୪ଟି ଆସନ ଦେଇଛି।

ଜି ନ୍ୟୁଜର ଏକଜିଟ ପୋଲ ଅନୁଯାୟୀ, ବିଜେପି ୭୯ରୁ ୯୪ଟି ଆସନ, କଂଗ୍ରେସ ୧୦୩ରୁ ୧୧୮, ଜେଡିଏସ୍‌ ୨୫ରୁ ୩୩ଟି ଆସନ ଓ ଅନ୍ୟାନ୍ୟ ଦଳ ୨ରୁ ୫ଟି ଜିତିବେ।

ଉପକୂଳ କର୍ଣ୍ଣାଟକାର ୧୯ଟି ଆସନରୁ ବିଜେପି ୧୬ଟି ଓ କଂଗ୍ରେସ ୩ଟି ଆସନ ଜିତିବାକୁ ଥିବା ବେଳେ ଜେଡିଏସ ଖାତା ଖୋଲିବାକୁ ସକ୍ଷମ ହେବନି। କେନ୍ଦ୍ରୀୟ କର୍ଣ୍ଣାଟକାରେ କିନ୍ତୁ କଂଗ୍ରେସ ଅଧିକ ଆସନ ପାଇବ ବୋଲି ବିଭିନ୍ନ ସଂସ୍ଥା କହିଛନ୍ତି।

Bjp Congress Karnataka PM Modi Rahul Gandhi Karnataka Polls 2023 Karnataka Assembly Election