Advertisment

ଅଘୋଷିତ ବିଦ୍ୟୁତ କାଟ୍‌, ଅଫିସ୍‌ ଭିତରେ ଛାଡ଼ିଦେଲେ କୁମ୍ଭୀର

ହେସ୍‌କମ୍‌ ଅଫିସରେ କୁମ୍ଭୀର ଛାଡ଼ି ଦେଇଛନ୍ତି ଚାଷୀ। ଫଳରେ ଅଫିସ ଭିତରେ ଆତଙ୍କ ଖେଳି ଯାଇଛି।

ଅଦ୍ୟତନ ହୋଇଛି
crocodile

crocodile

Advertisment

ବିଦ୍ୟୁତ ଅଫିସ ଭିତରେ ବୁଲିଲା କୁମ୍ଭୀର। ଭୟରେ ଥରହର ହେଲେ କର୍ମଚାରୀ। ଜୀବନ ବିକଳରେ ଏଣେତେଣେ ଦୌଡିଲେ। ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ବିରୋଧ କରି ଜଣେ ଚାଷୀ ବିଦ୍ୟୁତ ବିଭାଗର ଅଫିସରେ କୁମ୍ଭୀର ଛାଡି ଦେଇଛନ୍ତି। ଏଭଳି କିଛି ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି କର୍ଣ୍ଣାଟକର ବିଜୟପୁରାରେ।

Advertisment

ବାରମ୍ବାର ବିଦ୍ୟୁତ୍ କାଟ୍‌ ଯୋଗୁଁ ଚାଷୀମାନେ କୃଷି କାର୍ଯ୍ୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ବିରୋଧ କରି କର୍ଣ୍ଣାଟକର ଜଣେ ଚାଷୀ ହୁବଲି ବିଦ୍ୟୁତ କମ୍ପାନୀ ବା ହେସ୍‌କମ୍‌ ଅଫିସରେ କୁମ୍ଭୀର ଛାଡ଼ି ଦେଇଛନ୍ତି। ଫଳରେ ଅଫିସ ଭିତରେ ଆତଙ୍କ ଖେଳି ଯାଇଛି। ଅଘୋଷିତ ବିଦ୍ୟୁତ କାଟ୍‌କୁ ବିରୋଧ କରି ସେ ଏଭଳି ଅଭିନବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଗତ ସପ୍ତାହରେ ଜଣେ କୃଷକ ବିଳମ୍ବିତ ରାତିରେ ବଦ୍ୟୁତ ଆସିବା ପରେ ଚାଷ ଜମିରେ ପାଣି ମଡାଇବା ପାଇଁ ଯାଇଥିଲେ। ଏହି ସମୟରେ ସେ ଏକ କୁମ୍ଭୀର ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ କୃଷକ ଜଣକ ଗ୍ରାମବାସୀଙ୍କ ସହାୟତାରେ ସେହି କୁମ୍ଭୀରକୁ ବାନ୍ଧି ଦେଇଥିଲେ। ଏହା ଅକ୍ଟୋବର ୧୯ ତାରିଖରେ ଉକ୍ତ କୁମ୍ଭୀରକୁ ନେଇ ସେ ହେସ୍‌କମ୍‌ ବିଦ୍ୟୁତ୍‌ ଅଫିସରେ ପହଞ୍ଚିଥିଲେ। ଅଫିସ୍‌ ଭିତରେ କୁମ୍ଭୀରକୁ ଦେଖି ହେସ୍‌କମ୍‌ କର୍ମଚାରୀମାନେ ଭୟଭୀତ ହୋଇପଡିଥିଲେ। ଏହାପରେ ସେମାନେ ପୁଲିସ ଓ ବନ କର୍ମଚାରୀଙ୍କୁ ଡକାଇଥିଲେ।

Advertisment

ଚାଷୀଙ୍କ ବିରୋଧ ପରେ ଆଗକୁ ଆଉ ଏଭଳି ବିଦ୍ୟୁତ କାଟ୍‌ ହେବ ନାହିଁ ବୋଲି କର୍ମଚାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତିଶ୍ରୁତି ମିଳିବା ପରେ ଚାଷୀ ସାଙ୍ଗରେ ଆଣିଥିବା କୁମ୍ଭୀରକୁ ଅଫିସ ଭିତର ବାହାର କରି ବନ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି।

Farmer Protest Crocodile Electricity Office
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe