Advertisment

ଶନିବାର ହେବ ବଡ଼ ବିସ୍ଫୋରଣ, ସରକାରଙ୍କୁ ମିଳିଲା ଧମକ

ଧମକପୂର୍ଣ୍ଣ ଇ-ମେଲ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ରାଜ୍ୟର ଗୃହ ମନ୍ତ୍ରୀ ଓ ବେଙ୍ଗାଲୁରୁ ପୁଲିସ୍‌ କମିଶନରଙ୍କ ପାଖକୁ ପଠାଯାଇଛି।

Bomb

Bomb

Advertisment

ଇ-ମେଲ ଯୋଗେ ବଡ଼ ବିସ୍ଫୋରଣର ଧମକ ଦେଇଛନ୍ତି ଦୁର୍ବୃତ୍ତ। ଶନିବାର ବେଙ୍ଗାଲୁରୁରେ ବିସ୍ଫୋରଣ କରାଯିବ ବୋଲି ସରକାରଙ୍କୁ ମିଳିଛି ଧମକ। ଶନିବାର ଦିନ ୨.୪୮ ମିନିଟରେ ହେବାକୁ ଥିବା ବିସ୍ଫୋରଣରେ ପୂରା ବେଙ୍ଗାଲୁରୁ ସହର ଦୋହଲିଯିବ ବୋଲି ଇ-ମେଲ ଯୋଗେ ଧମକ ଆସିଛି।

Advertisment

ଧମକପୂର୍ଣ୍ଣ ଇ-ମେଲ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ରାଜ୍ୟର ଗୃହ ମନ୍ତ୍ରୀ ଓ ବେଙ୍ଗାଲୁରୁ ପୁଲିସ୍‌ କମିଶନରଙ୍କ ପାଖକୁ ପଠାଯାଇଛି। ଶାହିଦ ଖାନ ନାମକ କେହି ଦୁର୍ବୃତ୍ତ ଏପରି ଧମକପୂର୍ଣ୍ଣ ଇ-ମେଲ ପଠାଇଛି।

ଇ-ମେଲରେ କୁହାଯାଇଛି ଯେ ଶନିବାର ବେଙ୍ଗାଲୁରୁର ଜନଗହଳୀପୂର୍ଣ୍ଣ ଅଞ୍ଚଳ ଯଥା ରେଷ୍ଟୁରାଣ୍ଟ, ମନ୍ଦିର, ବସ କିମ୍ବା ଟ୍ରେନରେ ବିସ୍ଫୋରଣ କରାଯିବ। ବିଭିନ୍ନ ସାଧାରଣ ସଭାରେ ମଧ୍ୟ ବୋମା ଖଞ୍ଜା ଯିବ ବୋଲି ମଧ୍ୟ ଇ-ମେଲ ପ୍ରେରଣକାରୀ କହିଛି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଇ-ମେଲ ପଠାଇଥିବା ଶାହିନ ଖାନ ବିସ୍ଫୋରଣ ରୋକିବା ପାଇଁ ସରକାରଙ୍କ ଆଗରେ ସର୍ତ୍ତ ମଧ୍ୟ ରଖିଛି। ଯଦି ସରକାର ବିସ୍ଫୋରଣ ଚାହୁଁ ନାହାନ୍ତି, ତା’ହେଲେ ତୁରନ୍ତ ୨.୫ ମିଲିୟନ ଡଲାର ବା ୨୦ କୋଟିରୁ ଅଧିକ ଟଙ୍କା ପଠାନ୍ତୁ।

ତେବେ ଏହି ଇ-ମେଲରେ କେତେ ସତ୍ୟତା ଅଛି, ସେକଥା ଜଣାପଡ଼ିନି। ପୁଲିସ୍‌ ନିଜ ଆଡ଼ୁ ମାମଲାକୁ ଗୁରୁତ୍ୱର ସହ ନେଇ ମାମଲା ରୁଜୁ କରିଛି। ଏଥିସହ ଆଇପି ଠିକଣା ଦ୍ୱାରା ପ୍ରେରଣକାରୀ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି।

Karnataka Bomb Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe