Advertisment

ହିଜାବ ଉପରେ ଲାଗିଥିବା ବ୍ୟାନ୍‌କୁ ହଟାଇବେ କର୍ଣ୍ଣାଟକା ସରକାର!

ପୂର୍ବରୁ କ୍ଷମତାରେ ଥିବା ବିଜେପି ସରକାର ରାଜ୍ୟର ସମସ୍ତ ସ୍କୁଲ ଓ ପ୍ରି-ୟୁନିଭର୍ସିଟିରେ ହିଜାବକୁ ବ୍ୟାନ କରିଥିଲା।

author-image
Hemant Lenka
Hijab

Hijab

କର୍ଣ୍ଣାଟକାର ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ପରିଧାନ ଉପରେ ଲାଗିଥିବା ବ୍ୟାନକୁ ହଟାଇବା ପାଇଁ କଂଗ୍ରେସ ସରକାର ବିଚାର କରୁଛନ୍ତି। ପୂର୍ବରୁ କ୍ଷମତାରେ ଥିବା ବିଜେପି ସରକାର ରାଜ୍ୟର ସମସ୍ତ ସ୍କୁଲ ଓ ପ୍ରି-ୟୁନିଭର୍ସିଟିରେ ହିଜାବକୁ ବ୍ୟାନ କରିଥିଲା। ଏବେ କଂଗ୍ରେସ କ୍ଷମତାକୁ ଫେରିଥିବାରୁ ଦଳ ଏହାକୁ ଉଠାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି।

Advertisment

ବରିଷ୍ଠ ମନ୍ତ୍ରୀ ପ୍ରିୟଙ୍କ ଖଡଗେ କହିଛନ୍ତି ଯେ “ଆମେ ଆମ ନିର୍ବାଚନୀ ଇସ୍ତାହାରରେ କର୍ଣ୍ଣାଟକାକୁ ସ୍ୱର୍ଗରେ ପରିଣତ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲୁ। ଯଦି ରାଜ୍ୟର ଶାନ୍ତି ଶୃଙ୍ଖଳାକୁ କେହି ବି ପ୍ରଭାବିତ କରନ୍ତି, ତା’ହେଲେ ବଜରଙ୍ଗ ଦଳ ହେଉ କିମ୍ବା ସଂଘ ପରିବାର ସହ ଜଡ଼ିତ ଯେକୌଣସି ସଂଗଠନକୁ ବ୍ୟାନ କରିବାକୁ ଆଦୌ ପଛାଇବୁ ନାହିଁ।”

ଆରଏସ୍‌ଏସ୍‌ ସମ୍ପର୍କରେ ସେ ନିର୍ଦ୍ଦିଷ୍ଟ ଭାବେ କହିଛନ୍ତି ଯେ “ଯଦି କେହି ଆଇନକୁ ଉଲ୍ଲଙ୍ଘନ କରିବେ, ତା’ହେଲେ ସେମାନଙ୍କ ବିଚାର ଆଇନ ଅନୁସାରେ କରାଯିବ। ଯଦି ଦରକାର ପଡ଼ିବ, ତା’ହେଲେ ବ୍ୟାନ ମଧ୍ୟ କରାଯିବ। କିଛି ଲୋକ ୪ ବର୍ଷ ହେଲାଣି ଆଇନ ଓ ପୁଲିସ୍‌କୁ ବେଖାତିର କରି ବେଧଡ଼କ ସମାଜରେ ବୁଲିବାରେ ଲାଗିଛନ୍ତି। ଯଦି ବିଜେପି ନେତୃବୃନ୍ଦ ଏହାକୁ ଗ୍ରହଣ କରିବେ ନାହିଁ, ତା’ହେଲେ ସେମାନେ ପାକିସ୍ତାନ ଚାଲି ଯାଆନ୍ତୁ।”

Advertisment

ସେ ଆହୁରି କହିଛନ୍ତି, “ଆମେ ହିଜାବକୁ ନେଇ ଦିଆଯାଇଥିବା ନିର୍ଦ୍ଦେଶ, ପାଠ୍ୟପୁସ୍ତକର ରିଭିଜନ, କଂସେଇ ଖାନା ଓ ଧର୍ମାନ୍ତୀକରଣ ବିରୋଧୀ ଭଳି ଆଇନର ସମୀକ୍ଷା କରିବୁ। ଯଦି କୌଣସି ଆଇନ ସାଂପ୍ରଦାୟିକ, ଆଇନ ବିରୋଧୀ ଓ ସାମାଜିକ ଭାଇଚାରାକୁ ପ୍ରଭାବିତ କରୁଥିବ, ତା’ହେଲେ ଆମେ ସେଗୁଡ଼ିକୁ ଉଚ୍ଛେଦ କରିବୁ।

ବିଜେପି ସରକାର ଲାଗୁ କରିଥିବା ଯେଉଁ ସବୁ ଆଇନ ଅସାମ୍ବିଧାନିକ, ଯେଉଁ ଆଇନ ଲୋକଙ୍କ ଅଧିକାରକୁ ଉଲ୍ଲଙ୍ଘନ କରୁଥିବ ଓ ରାଜ୍ୟର ଛବିକୁ ମଳିନ କରୁଥିବ, ସେସବୁର ସମୀକ୍ଷା କରାଯିବ। ଆମେ ସାମାଜିକ ଓ ଅର୍ଥନୀତିକ କ୍ଷେତ୍ରରେ ବିକଶିତ ହେଉଥିବା ଗୋଟିଏ କର୍ଣ୍ଣାଟକା ଗଠନ କରିବାକୁ ଲକ୍ଷ୍ୟ ରଖିଛୁ। ହିଜାବ ବ୍ୟାନ ହେବା ପରେ ୧୮ ହଜାର ସଂଖ୍ୟାଲଘୁ ଶିକ୍ଷାର୍ଥୀ ସ୍କୁଲ ବାହାରେ ରହିଛନ୍ତି। ସେମାନେ କେମିତି ମୁଖ୍ୟସ୍ରୋତକୁ ଫେରିବେ ଓ ପୁଣି ପାଠ ପଢ଼ିବେ, ତା’ର ବ୍ୟବସ୍ଥା ଆମେ କରିବୁ।”

Hijab Controversy Karnataka Hijab