Advertisment

ଫେସବୁକକୁ ନାଲି ଆଖି ଦେଖାଇଲେ କୋର୍ଟ: କହିଲେ- ଭାରତରେ ଅଫିସ ବନ୍ଦ କରିଦେବୁ

ସାଉଦି ଆରବ ଜେଲରେ ବନ୍ଦୀ ହୋଇ ରହିଥିବା ଜଣେ ଭାରତୀୟଙ୍କ ମାମଲାର ତଦନ୍ତ କର୍ଣ୍ଣାଟକା ପୁଲିସ୍‌ କରୁଛି। ତେବେ ଏଥିରେ ଫେସବୁକ ସହଯୋଗ କରୁ ନଥିବାରୁ କର୍ଣ୍ଣାଟକା ହାଇକୋର୍ଟ ଏପରି ଚେତାବନୀ କହିଛନ୍ତି।

author-image
Hemant Lenka
Karnataka

Karnataka

ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକକୁ ନାଲି ଆଖି ଦେଖାଇଛନ୍ତି କର୍ଣ୍ଣାଟକା ହାଇକୋର୍ଟ। ଭାରତରେ କମ୍ପାନୀର ସମସ୍ତ କାର୍ଯ୍ୟକଳାପକୁ ଦରକାର ପଡ଼ିଲେ କୋର୍ଟ ବନ୍ଦ କରିଦେବେ ବୋଲି କହିଛନ୍ତି।

Advertisment

ସାଉଦି ଆରବ ଜେଲରେ ବନ୍ଦୀ ହୋଇ ରହିଥିବା ଜଣେ ଭାରତୀୟଙ୍କ ମାମଲାର ତଦନ୍ତ କର୍ଣ୍ଣାଟକା ପୁଲିସ୍‌ କରୁଛି। ତେବେ ଏଥିରେ ଫେସବୁକ ସହଯୋଗ କରୁ ନଥିବାରୁ କର୍ଣ୍ଣାଟକା ହାଇକୋର୍ଟ ଏପରି ଚେତାବନୀ କହିଛନ୍ତି।

ଆଇଏଏନଏସ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜଷ୍ଟିସ କ୍ରିଷ୍ଣା ଏସ୍‌ ଦୀକ୍ଷିତଙ୍କ ଖଣ୍ଡପୀଠ କବିତା ନାମକ ଜଣେ ମହିଳାଙ୍କ ଆବେଦନର ଶୁଣାଣି କରିଥିଲେ। ଶୁଣାଣି ବେଳେ ଖଣ୍ଡପୀଠ ଫେସବୁକ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

କୋର୍ଟ କହିଛନ୍ତି, ପୁଲିସ୍‌ ମାଗିଥିବା ଆବଶ୍ୟକ ସୂଚନା ଓ ତଥ୍ୟ ଗୋଟିଏ ସପ୍ତାହ ମଧ୍ୟରେ ଫେସବୁକ କୋର୍ଟରେ ଉପସ୍ଥାପନ କରିବ। ମିଛ ମାମଲାରେ ଗିରଫ ହୋଇଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତା’ର ତଥ୍ୟ ମଧ୍ୟ ହାଇକୋର୍ଟ ମାଗିଛନ୍ତି। ମାଙ୍ଗାଲୁରୁ ପୁଲିସ ବି ଉପଯୁକ୍ତ ତଦନ୍ତ କରି ଗୋଟିଏ ରିପୋର୍ଟ କୋର୍ଟରେ ଉପସ୍ଥାପନ କରିବ। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୨୨ରେ ହେବ।

କବିତା ଆବେଦନରେ କହିଛନ୍ତି ଯେ ତାଙ୍କ ୫୨ ବର୍ଷୀୟ ସ୍ୱାମୀ ଶୈଳେଶ କୁମାର ୨୫ ବର୍ଷ ହେଲା ସାଉଦି ଆରବର ଗୋଟିଏ କମ୍ପାନୀରେ କାମ କରୁଥିଲେ। ଶୈଳେଶ ସେଠାରେ ରହୁଥିବା ବେଳେ ନିଜ ପିଲାମାନଙ୍କୁ ଧରି କବିତା ମାଙ୍ଗାଲୁରୁରେ ରୁହନ୍ତି। ୨୦୧୯ରେ ଶୈଳେଶ ସିଏଏ ଓ ଏନଆରସି ସମର୍ଥନରେ ଗୋଟିଏ ଫେସବୁକ ପୋଷ୍ଟ କରିଥିଲେ। ଏହାପରେ କିଛି ଅଜଣା ଲୋକ ତାଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲି ଫେସକୁବରେ ସାଉଦି ରାଜା ଓ ଇସଲାମ ବିରୋଧରେ ଆପତ୍ତି ଜନକ ପୋଷ୍ଟ କରିଥିଲେ।

ଏକଥା କୁମାର ଜାଣିବା ପରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ ଓ କବିତା ତୁରନ୍ତ ମାଙ୍ଗାଲୁରୁ ପୁଲିସ ନିକଟରେ ଏନେଇ ଅଭିଯୋଗ କରିଥିଲେ। ତେବେ ସାଉଦି ପୁଲିସ୍‌ ଶୈଳଶ କୁମାରଙ୍କୁ ଗିରଫ କରିବା ସହ ଜେଲରେ ଭର୍ତ୍ତି କରିଥିଲା। ମାଙ୍ଗାଲୁରୁ ପୁଲିସ୍‌ ଘଟଣାର ତଦନ୍ତ କରିବା ସହ ଫେକ ଆକାଉଣ୍ଟ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଫେସବୁକକୁ ଚିଠି ଲେଖିଥିଲା।

କିନ୍ତୁ ଫେସବୁକ ଏହାର କୌଣସି ଜବାବ ଦେଇ ନାହିଁ। ୨୦୨୧ରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତଦନ୍ତରେ ପଡ଼ିଥିଲା ଶୀଥିଳତା ବିରୋଧରେ ଆବେଦନ କରିଥିଲେ। କବିତା ମଧ୍ୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ତାଙ୍କ ସ୍ୱାମୀଙ୍କୁ ଜେଲରୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ। ହେଲେ ଏଯାଏ ସେ କୌଣସି ପ୍ରକାରର ସହଯୋଗ ପାଇ ନାହାନ୍ତି।

Karnataka Facebook